ଏହି ଅଭିନେତ୍ରୀଙ୍କ ବାପା ଭାରତୀୟ ସେନାରେ ସେବା କରିଛନ୍ତି, ସହିଦ୍ ବି ହୋଇଛନ୍ତି

ବିଶେଷ

ପୁଲୱାମା ଆକ୍ରମଣ ପରେ ସାରା ଦେଶବାସୀ ଯବାନଙ୍କ ଦେଶପ୍ରେମକୁ ସମ୍ମାନ ଜଣାଉଛନ୍ତି ଏବଂ ଦୁଃଖପ୍ରକାଶ କରୁଛନ୍ତି। ଭାରତୀୟ ସେନାରେ ଯୋଗ ଦେଇ ଦେଶ ପାଇଁ ସହିଦ ହେବା ଜଣେ ଭାରତୀୟ ପାଇଁ ଏକ ଗର୍ବ ଓ ଗୌରବର ବିଷୟ। ତେବେ କେବଳ ସାଧାରଣ ନାଗରିକ ନୁହେଁ, କେତେକ ବଲିଉଡ୍‌ ସେଲିବ୍ରିଟିଙ୍କ ବାପା ମଧ୍ୟ ଭାରତୀୟ ସେନାରେ କାର୍ଯ୍ୟ କରିଛନ୍ତି। ଆଉ ଦେଶ ପାଇଁ ସେବା କରୁ କରୁ ସେମାନଙ୍କ ମଧ୍ୟରୁ କେହି କେହି ବଳିଦାନ ମଧ୍ୟ ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ସବୁ ସେଲିବ୍ରିଟିଙ୍କ ପିତା ଭାରତୀୟ ସେନାରେ କାର୍ଯ୍ୟ କରିଛନ୍ତି। ଆଉ କିଏ ଦେଶ ପାଇଁ ଜୀବନ ଦେଇଛନ୍ତି।
କୃଷ୍ଣରାଜ ରାୟ: ଐଶ୍ୱର୍ଯ୍ୟା ରାୟଙ୍କ ବାପା କୃଷ୍ଣରାଜ ରାୟ ଭାରତୀୟ ସେନାରେ ବାୟୋଲୋଜିଷ୍ଟ ଥିଲେ। ତାଙ୍କ ଭାଇ ଆଦିତ୍ୟ ରାୟ ମଧ୍ୟ ମର୍ଚାଣ୍ଟ୍‌ ନାଭିରେ ଇଞ୍ଜିନିୟର୍‌ ଅଛନ୍ତି। ତେଣୁ ପିଲାଦିନୁ ଐଶ୍ୱର୍ଯ୍ୟା କଡ଼ା ଅନୁଶାସନରେ ରହି ଆସିଛନ୍ତି।
ଅଶୋକ ଚୋପ୍ରା ଓ ମଧୁ ଚୋପ୍ରା: ପ୍ରିୟଙ୍କା ଚୋପ୍ରାଙ୍କ ବାପା ଅଶୋକ ଚୋପ୍ରା ଓ ମା’ ମଧୁ ଚୋପ୍ରା ମଧ୍ୟ ଭାରତୀୟ ସେନାରେ ଫିଜିକ୍ସିଆନ୍‌ ରହିଥିଲେ। ପ୍ରିୟଙ୍କାଙ୍କ ବାପାଙ୍କର ୨୦୧୩ରେ ମୃତ୍ୟୁ ହୋଇଥିଲା।
ଅଜୟ କୁମାର ଶର୍ମା: ଅନୁଷ୍କା ଶର୍ମାଙ୍କ ବାପା ଅଜୟ କୁମାର ଶର୍ମା ଭାରତୀୟ ସେନାରୁ କର୍ଣ୍ଣେଲ୍‌ ପଦରୁ ଅବସର ନେଇ ସାରିଛନ୍ତି। ଏହା ସହିତ ଅନୁଷ୍କାଙ୍କ ବଡ଼ ଭାଇ କରନେଶ ଶର୍ମା ମର୍‌ଚାଣ୍ଟରେ ନାଭି ଅଫିସର ରହି ସାରିଛନ୍ତି।

ଏଚ୍‌ଏସ୍‌ ପନାଗ: ଏହା ବ୍ୟତୀତ ଅଭିନେତ୍ରୀ ଗୁଲ ପନାଗଙ୍କ ବାପା ଏଚ୍‌ଏସ୍‌ ପନାଗ ସେନାରେ ଲେପ୍ଟନାଣ୍ଟ ଜେନେରାଲ୍ ଥିଲେ। ୨୦୦୮ରେ ସେ ତାଙ୍କ ପଦରୁ ଅବସର ନେଇଥିଲେ।
ଭୂପେନ୍ଦ୍ର ସିଂହ: ଅଭିନେତ୍ରୀ ନିମରତ୍‌ କୌରଙ୍କ ବାପା ଭୂପେନ୍ଦ୍ର ସିଂହ ଭାରତୀୟ ସେନାରେ ଅଫିସର୍‌ ଥିଲେ। ୧୯୯୪ରେ କିଛି ଆତଙ୍କବାଦୀ ତାଙ୍କୁ ବନ୍ଦୀ କରି ହତ୍ୟା କରିଥିଲେ।
ଦୁର୍ଗାନନ୍ଦ ଜିଣ୍ଟା: ପ୍ରୀତି ଜିଣ୍ଟାଙ୍କ ବାପା ଦୁର୍ଗାନନ୍ଦ ଜିଣ୍ଟା ମଧ୍ୟ ଭାରତୀୟ ସେନାରେ ଥିଲେ। ପ୍ରୀତିଙ୍କୁ ୧୩ ବର୍ଷ ହୋଇଥିବା ସମୟରେ ତାଙ୍କ ବାପା ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।
ଏଲ୍‌କେ ଦତ୍ତ: ସେହିପରି ଲାରା ଦତ୍ତଙ୍କ ପିତା ଏଲ୍‌କେ ଦତ୍ତ ଇଣ୍ଡିଆନ୍‌ ଏୟାର୍‌ଫୋର୍ସରେ ବିଗ୍‌ କମାଣ୍ଡର୍‌ ରହି ସାରିଛନ୍ତି।

Loading...
Loading...
Share It
  • 275
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.