ଋଣରେ ବୁଡ଼ିଛି ପାକିସ୍ତାନ, ବିକ୍ରି ହେଲା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ କାର୍

ଦେଶ ବିଦେଶ

ଇସ୍ଲାମାବାଦ : ଗୋଟିଏ ପଟେ ପାକିସ୍ତାନ ଭାରତ ସମେତ ବିଶ୍ୱର ବହୁ ରାଷ୍ଟ୍ରରେ ଆତଙ୍କବାଦୀ କାର୍ଯ୍ୟକଳାପ ଚାଲୁ ରଖିଥିବା ବେଳେ ଅନ୍ୟପଟେ ଦେଶର ଆର୍ଥିକ ସ୍ଥିତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ତେବେ ଏଥିପ୍ରତି ପାକ୍ ସେନା ନଜର ନଦେଇ ପାକ୍ ତାଲିମ୍ପ୍ରାପ୍ତ ଆତଙ୍କବାଦୀଙ୍କୁ ବିଭିନ୍ନ ରାଷ୍ଟ୍ରକୁ ପଠାଇ ହିଂସାତ୍ମକ କାର୍ଯ୍ୟକଳାପ ଜାରି ରଖିଛି । ତେବେ ସମ୍ପ୍ରତି ପାକିସ୍ତାନରେ ଅର୍ଥନୈତିକ ମାନ୍ଦାବସ୍ଥା ତୀବ୍ରରୂପ ଧାରଣ କରିଥିବା ବେଳେ ଆର୍ଥିକ ବୋଝ ଲାଘବ କରିବା ପାଇଁ ପାକିସ୍ତାନର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏକ ଅଭିନବ ଉଦ୍ୟମ ଆରମ୍ଭ କରିଛନ୍ତି । ୧୯୯୪ରୁ ୨୦୧୮ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପାଇଁ କିଣାଯାଇଥିବା ଦାମି କାର୍ଗୁଡିକୁ ନିଲାମ କରାଯାଇଛି । ଏହା ଫଳରେ ପାକିସ୍ତାନ ରାଜକୋଷକୁ କିଛି ପରିମାଣରେ ଅର୍ଥ ଆସିବ ବୋଲି ଆଶା କରାଯାଉଛି ।

Loading...
Loading...
Share It
  • 6
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.