ଦିନକୁ ଦିନ ଆପଣଙ୍କ ଦେହ ଖରାପ ହେଉଛି କି? ଯୋଗ କରିବାକୁ ଇଚ୍ଛା କରୁନାହାନ୍ତିି କି ? ତେବେ ଚିନ୍ତା କରନ୍ତୁନି ଆପଣଙ୍କ ପାଇଁ ଏକ ବିଶେଷ ବ୍ୟାୟାମ ଆସିଛି ଯାହାର ନିତ୍ୟବ୍ୟବହାର ଆପଣଙ୍କ ଶରୀରକୁ ରଖିବ ଫିଟ ।

ଜୀବନଚର୍ଯ୍ୟା ସ୍ୱାସ୍ଥ୍ୟ

ଭୁବନେଶ୍ୱର : ଆରମ୍ଭ କରିଦିଅନ୍ତୁ ସାଇକେଲ ଚଲେଇବା । ଫୁର କି ଉଡିଯିବ ଆପଣଙ୍କ ବେମାରି । ଆଜ୍ଞା ହଁ ଶୁଣିକି ଏକଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ସତ କିନ୍ତୁ ଏ ହେଉଛି ନିରାଟ ସତ୍ୟ । ଆପଣଙ୍କୁ ଫିଟ ରଖିବା ପାଇଁ ଏକ ଭଲ ଫିଟନେସ ମନ୍ତ୍ର ନେଇଆସିଛି ଏକ ବିଶେଷଜ୍ଞ ଦଳ । ତେବେ ସେ ଫିଟନେସ ବ୍ୟାୟାମଟି ହେଉଛି ସାଇକେଲ ରନିଂ । ସାଇକେଲ ନା ଶୁଣିଲେ ସମସ୍ତଙ୍କ ମନରେ ଗୋଟିଏ କଥା କି ତାକୁ କିଏ ଚଲେଇବ । ଆଉ କିଏ ଯଦି ଆମକୁ ସାଇକେଲ ଚଲେଇବା ପାଇଁ କହିଦେବ ତେବେ ଆମେ ସାଇକେଲ ଶଦ୍ଦ ଶୁଣିକି ହସିଦେଇଥାଉ ଏବଂ ସାଇକେଲକୁ ଛୋଟ ଜିନିଷଟିଏ ଭାବିକି ନଜରଅନ୍ଦାଜ କରିଦେଇଥାଉ । କିନ୍ତୁ ସାଇକେଲରେ ରହିଛି ଅନେକ ଫାଇଦା । ମହଙ୍ଗା କାର କିମ୍ବା ବାଇକ ଆପଣଙ୍କୁ ସଉକ ଛଡା କିଛି ଦେଇପାରିବନି ବରଂ ରୋଗ ଦେଇଥାଏ । କିନ୍ତୁ କାର, ବାଇକ ଅପେକ୍ଷା ସାଇକେଲ ଚଲେଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । କାର କିମ୍ବା ବାଇକ୍ ଏହା ଆପଣଙ୍କୁ ରୋଗାଗ୍ରସ୍ତ କରେଇବାରେ ସହାୟକ ହେଇଥାଏ କିନ୍ତୁ ସାଇକେଲର ଯାତ୍ରା ସବୁବେଳେ ଆପଣଙ୍କୁ ସ୍ୱାସ୍ଥ୍ୟବାନ ରଖିଥାଏ ।

Loading...

ୟୁନିଭର୍ସିଟି ଅଫ କାର୍ଲିଫୋନିଆର ଏକ ରିସର୍ଚ ଟିମ କହୁଛି କି ସାଇକେଲ ଚଲେଇବା ଅତ୍ୟନ୍ତ ସହଜ ବ୍ୟାୟାମ ଅଟେ । ସାଇକେଲ ଚଲେଇବା ଫଳରେ ଶାରୀରିକ ଶ୍ରମ କରିବାକୁ ପଡିଥାଏ ଯେଉଁଥିରୁ ଶରୀର ଭିତରୁ ଝାଳ ବାହାରିଥାଏ । ଝାଳ ବାହାରିବା ଦ୍ୱାରା ଆପଣଙ୍କ ଶରୀରରୁ ହାନିକାରକ ତତ୍ୱ ସବୁଗୁଡିକ ବାହାରକୁ ଚାଲିଆସିଥାଏ । ଯାହା ଆପଣଙ୍କ ଓଜନ କମେଇବା ପାଇଁ ମଧ୍ୟ ଏକ ଭଲ ଉପାୟ । ରିସର୍ଚ ଟିମଙ୍କ କହିବା କଥା କି ଯେଉଁମାନଙ୍କୁ ଡାଇଭେଟିସର ସମସ୍ୟା ରହିଛି ସେମାନଙ୍କୁ ନିତିଦିନ ସାଇକେଲ ଅଧଘଂଟା ଚଲେଇବା ଉଚିତ। ଏହାକୁ କରିବା ଫଳରେ ଓଜନରେ କଂଟ୍ରୋଲ ଆସିଥାଏ ।

ଯଦି ଆପଣ ନିତିଦିନ କିଛି ସମୟ ପାଇଁ ସାଇକେଲ ଚଲେଇବେ,ତେବେ ଶରୀରରେ ରକ୍ତ ପ୍ରବାହ ଭଲ ହୋଇଥାଏ ଏବଂ ପର୍ଯ୍ୟାପ୍ତ ପରିମାଣରେ ଶରୀରକୁ ଅକ୍ସିଜେନ ମିଳିଥାଏ । ଏହା ବ୍ଲଡ ପ୍ରେସର, ହାର୍ଟ ସମ୍ବନ୍ଦୀୟ ରୋଗ , ଡାଇଭେଟିସ , ଅବସାଦ ଆଦି ସମସ୍ୟା ଗୁଡିକୁ ମଧ୍ୟ ଦୂର କରିବାରେ ସହାୟକ ହେଇଥାଏ । ସାଇକେଲ ଚଲେଇବା ଗୋଡ ପାଇଁ ମଧ୍ୟ ଏକ ଭଲ ବ୍ୟାୟାମ ହୋଇଥାଏ, ଏଥିରେ ଗୋଡରେ ଥିବା ମାଂସପେଶୀ ଗୁଡିକ ମଜବୁତ ହେବା ସହିତ ଯାହା ବି ଆପଣଙ୍କର କଷ୍ଟ ପାଦରେ ହେଉଥିବ ସେ ସବୁ ମଧ୍ୟ ଦୂର ହୋଇଯିବ ।

ନିତିଦିନ ସାଇକେଲ ବ୍ୟବହାର ଫଳରେ ଇମ୍ୟୁନି ସିଷ୍ଟମ ମଜବୁତ ହେଇଥାଏ । ଯେଉଁଥିରେ ରୋଗ କୁ ଲଢିବା ପାଇଁ କ୍ଷମତା ବଢାଇଥାଏ । ବିଶେଷଜ୍ଞଙ୍କ ମୁତାବକ ଯେଉଁ ଲୋକମାନେ ନିୟମିତ ରୂପରେ ସାଇକେଲ ଚଲେଈଥାନ୍ତି,ତାଙ୍କୁ ନିଦ ମଧ୍ୟ ଭଲ ଆସିଥାଏ ଏବଂ ପୁରାଦିନ ମୁଡ ଫ୍ରେସ ରହିଥାଏ ।

Loading...
Share It
  • 1
    Share

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.