ପୁରୀ : ରଥ ନିର୍ମାଣ କାର୍ଯ୍ୟକୁ ଆଜି ୯ ଦିନ ପୂରିଛି। ଆଜି ବି ତୁମ୍ବ ବୋଳା କାମ ସହ ସୂତା ବାଡ଼ିଆ ଓ ବିନ୍ଧ କାମ ଚାଲିଛି। ବିଶ୍ୱକର୍ମା, କରତି, ଭୋଇ ସେବକମାନେ ଏହି କାମକୁ ଆଗେଇ ନେଇଛନ୍ତି। ତିନି ରଥ ପାଇଁ ୪୨ ତୁମ୍ବ ଆବଶ୍ୟକ ଥିବା ବେଳେ ରଥ ନିର୍ମାଣ କାର୍ଯ୍ୟର ନବମ ଦିନରେ ୩୬ଟି ତୁମ୍ବ କାମ ଶେଷ ହୋଇଛି। ସେପଟେ ପ୍ରସ୍ତୁତ ହୋଇ ସାରିଥିବା ତୁମ୍ବରେ ଆଜି ଏକାଧିକ ବିଶ୍ୱକର୍ମା ବିନ୍ଧ କରିବା କାମରେ ନିୟୋଜିତ ଥିବା ଦେଖିବାକୁ ମିଳିଛି। ଏହା ପରେ ବିନ୍ଧ ଅନୁଯାୟୀ ଅର ଓ ପଇ ଖଞ୍ଜା ହେବ।
ଖୋଳା ହେଲା ଯନ୍ତାଗାଡ଼
ତୁମ୍ବ ବୋଳା ଓ ବିନ୍ଧ କାମ ଏହା ଭିତରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବିନ୍ଧ କାମ ଶେଷ ପରେ ଅର ଓ ପଇ ଖଞ୍ଜା ହେବ ଏବଂ ଶିଙ୍ଗଡ଼ା ବାଡ଼ିଆ କାମ ଆରମ୍ଭ ହେବ। ଶିଙ୍ଗଡ଼ା ବାଡ଼ିଆ ନେଇ ଆଜିଠାରୁ ଯନ୍ତାଗାଡ଼ ଖୋଳା ଆରମ୍ଭ ହୋଇଛି। ରଥଖଳା ନିକଟରେ ଏହି ଯନ୍ତାଗାଡ଼ ଖୋଳା ଚାଲିଥିବା ବେଳେ ବିଧିବଦ୍ଧ ପୂଜାନୀତି ସଂପନ୍ନ ପରେ ଏଥିରେ ଶିଙ୍ଗଡ଼ା ବାଡ଼ିଆ କାମ ଆରମ୍ଭ ହେବ ବୋଲି ଜଣାପଡିଛି।
Loading...
Loading...
Share It
- 8Shares