୨୮.୦୯.୨୦୧୮ ଶୁକ୍ରବାର, ଆଜିର ରାଶିଫଳ

ରାଶିଫଳ

ମେଷ:-

ଆଜିର ଚନ୍ଦ୍ର ଦ୍ୱିଜା ନକ୍ଷତ୍ରରେ  ଅବସ୍ଥାନ କରୁଥିବାରୁ ଆର୍ଥିକ ଉନ୍ନତି ଘଟିବ। ବହୁତ ଦିନରୁ ଅଟକି ରହିଯାଇଥିବା  ସବୁ କାମ ସୁବିଧାରେ ହେବା ସହ  ପ୍ରଶଂସିତ ହେବେ। ମାତ୍ର ପରିସ୍ଥିତି ପ୍ରତି ଦୃଷ୍ଟିରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ। ବ୍ୟବସାୟ, ବାଣିଜ୍ୟ ଓ ପରିବହନରେ ଶିଥିଳତା ଦେଖାଦେଇପାରେ। 

ବୃଷ:-

ରାଶ୍ୟାଧିପ ରାହୁଙ୍କ ନକ୍ଷତ୍ରସ୍ଥ ହେତୁ ଶାରୀରିକ ସୁସ୍ଥତାର ଅଭାବ ଦେଖାଦେବ। କର୍ମକ୍ଷେତ୍ରରେ ବାରମ୍ବାର ଚେଷ୍ଟା କରି ମଧ୍ୟ ଅସଫଳତା ହେତୁ ଚିନ୍ତା ପ୍ରକଟ କରିପାରନ୍ତି। ଦୀର୍ଘଦିନର ଅପୂରଣୀୟ ଆଶା ଓ ଅଭିଳାଷ ମନରେ ଲଘୁ କ୍ରୋଧ ସୃଷ୍ଟି  କରିପାରେ। ସଭାସମିତିରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ।

ମିଥୁନ:-

ଶ୍ରବଣା ନକ୍ଷତ୍ରରେ ବୁଧ ଆର୍ଥିକ ଉନ୍ନତି କଲେ ମଧ୍ୟ ସ୍ବାସ୍ଥ୍ୟହାନି କରାଇପାରେ।  ସାଧାରଣ ଘଟଣାରେ ଝଗଡ଼ା ଲାଗିଥିବା ଗତକାଲିର ଘଟଣାବଳୀ ମନକୁ ବିବ୍ରତ କରିବାର ସୂଚନା ରହିଛି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳପ୍ରାପ୍ତି ହୋଇପାରେ। ଅଫିସିଆଲି କୌଣସି ନିଷ୍ପତ୍ତି ପାଇଁ ତର୍କ ଓ ବିବାଦ ବଢ଼ିବାର ସମ୍ଭାବନା ରହିଛି।

Loading...

କର୍କଟ:-

ଭାଗ୍ୟାଧିପ ବୃହସ୍ପତି ବିଶାଖା ନକ୍ଷତ୍ରସ୍ଥ ହେତୁ ସାମାଜିକ ସମ୍ମାନ ପ୍ରଦାନ କରିବେ ା ଆଜି ଦିନଟିରେ  ଯାହା କରିବେ କରନ୍ତୁ ଅବଶ୍ୟ ସଫଳତା ନିଶ୍ଚୟ ପାଇବେ କିନ୍ତୁ ଶନିଙ୍କ ପ୍ରଭାବରୁ ବିଳମ୍ବରେ ହିଁ ହେବ। ଆକସ୍ମିକ ଭାବରେ ଦୂରଯାତ୍ରା ଓ ବନ୍ଧୁ  ମିଳନ ଘଟିବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି।

ସିଂହ:-

ରବି ମିତ୍ର ନକ୍ଷତ୍ରସ୍ଥ ହେତୁ  ବହୁତ ଦିନର ସୁଚିନ୍ତିତ ଯୋଜନାକୁ ବାସ୍ତବରୂପ ଦେବା ଦିଗରେ ଚେଷ୍ଟାକରି ସଫଳ ହେବେ। ସ୍ତ୍ରୀଙ୍କ ସାହାଯ୍ୟରୁ ମନୋବଳ ବୃଦ୍ଧି ପାଇବ ଓ କାମରେ ଆଗୁଆ ରହିବେ। ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ଲାଗି ରହିଲେ ମଧ୍ୟ ଚେଷ୍ଟାରୁ ବିରତ ହେବେ ନାହିଁ। ଆଜିର ପ୍ରତ୍ୟୁଷ ଯାତ୍ରା ଫଳପ୍ରଦ ହେବ। 

କନ୍ୟା:-

ଶୁକ୍ର ନକ୍ଷତ୍ରସ୍ଥ ମଙ୍ଗଳ ବିବାଦ ମଧ୍ୟରେ ପ୍ରାପ୍ୟ ପାଇବାର ମାର୍ଗ ଉନ୍ମୁକ୍ତ କରିବ। କଳା, ସଙ୍ଗୀତ, କ୍ରୀଡା, ଚଳଚ୍ଚିତ୍ର ଓ ସାହିତ୍ୟ, ସାମ୍ବାଦିକତାରେ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ସହମତିିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।

ତୁଳା:-

ସ୍ବଗୃହୀ ରାଶ୍ୟାଧିପତି କାରଣରୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ। ସାମାଜିକ ସ୍ତରରେ  ଆନୁଷ୍ଠାନିକ କାର୍ଯ୍ୟ ତଥା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ମିଳିବ। ସରକାରୀ କ୍ଷେତ୍ରରୁ କୌଣସି ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ପରିବହନରେ ସମସ୍ୟା ଯୋଗୁ ବ୍ୟସ୍ତ ହେବେ।

ବିଛା:-

ଚନ୍ଦ୍ର ଓ ମଙ୍ଗଳଙ୍କ ସ୍ଥିତିଜନିତ  ଶାରୀରିକ ସୁସ୍ଥତା ସହ ମାନସିକ ସୁସ୍ଥତା ବଳବତ୍ତର ରହିବ। କର୍ମକ୍ଷେତ୍ରରେ ଏକ ପ୍ରକାର ସମସ୍ୟା ସମାଧାନ ହେତୁ ଆଶ୍ୱସ୍ତି ଅନୁଭବ କରିବେ। ବନ୍ଧୁଙ୍କ ଅସଂଯତ କାର୍ଯ୍ୟକଳାପ ନିଜ ସକାଶେ ସମସ୍ୟାକୁ ବଢ଼ାଇ ଦେବ। ଯିବା, ଆସିବା ସମୟରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି।

ଧନୁ:-

ଅଷ୍ଟମସ୍ଥ ରାଶ୍ୟାଧିପତି ହେତୁ ପ୍ରତ୍ୟେକ କ୍ଷେତ୍ରର ପରିସ୍ଥିତି ଆପଣଙ୍କ ପାଇଁ ଅନୁକୂଳ ନ ହୋଇପାରେ। ଶୁକ୍ରଙ୍କ ପ୍ରଭାବରେ ମନୋରନ କାର୍ଯ୍ୟରେ ସାମିଲ ହୋଇପାରନ୍ତି, ପୂର୍ଣ୍ଣ ଉପଭୋଗ୍ୟ ହୋଇପାରିବ ନାହିଁ। ସ୍ବାସ୍ଥ୍ୟ ସମସ୍ୟା ଲାଗି ରହିବା କାରଣରୁ ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହୋଇ ନ ପାରେ।

ମକର:-

ପାପଗ୍ରହ ଯୁକ୍ତ ଚତୁର୍ଥାଧିପ ରାଶିରେ ଥିବାରୁ ଘରେ ବସି ରହିଥିଲେ ମଧ୍ୟ ବିଭିନ୍ନ ପ୍ରକାରର ମିଥ୍ୟା ଅଭିଯୋଗ ଆପଣଙ୍କ ଉପରକୁ ଆସିପାରେ। ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବ। ଆତ୍ମୀୟମାନେ ସ୍ବାର୍ଥସାଧନ ମାନସରେ କିଛି ଅଘଟଣ ଘଟାଇ ପାରନ୍ତି। ଯାତ୍ରାରେ ଅଭିଳଷିତ ଜିନିଷ ପାଇପାରନ୍ତି। 

କୁମ୍ଭ:-

ସ୍ବାସ୍ଥ୍ୟ ଭଲ ରହିବା ସହ ଅଭାବ ସୁଧାରିବାକୁ ଯାଇ ଧାର ଉଧାର କରିପାରନ୍ତିି। ନିକଟ ସମ୍ପର୍କୀୟଙ୍କ ସାହାଯ୍ୟରୁ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌  ହୋଇଯିବ। ଆନୁଷ୍ଠାନିକ କ୍ଷେତ୍ରରେ ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହେବାର ସୂଚନା ରହିଛି। ବନ୍ଧୁଙ୍କ ଅନୁରୋଧକ୍ରମେ ଭ୍ରମଣ ସୁଯୋଗ ଜୁଟିବ।

ମୀନ:-

ସମସ୍ୟା ରହିଥିଲେ ମଧ୍ୟ ବନ୍ଧୁମାନଙ୍କ ପରାମର୍ଶ ଅନୁସାରେ ସମସ୍ୟା ସମାଧାନ ହେବା ଦିଗରେ ଚେଷ୍ଟା କରି ପାରନ୍ତି। ନିଜ ଲୋକମାନଙ୍କ ଈର୍ଷାପରାୟଣତା କାରଣରୁ ହଠାତ୍‌ ବିରୋଧୀ ପକ୍ଷ ସକ୍ରିୟ ହୋଇ ଉଠିବେ। ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଯାନ୍ତ୍ରିକଦ୍ରବ୍ୟ କିମ୍ବା ବିଦ୍ୟୁତ୍‌ ଲୌହ, ତୈଳାଦି ବ୍ୟବସାୟରୁ ଲାଭବାନ ହେବେ। 

Loading...
Share It
  • 247
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.