ଏହି ସ୍ତମ୍ଭରେ ଆମେ ପୃଥିବୀର ବିଭନ୍ନ ସ୍ଥାନ ତଥା ବିଭିନ୍ନ ପ୍ରସଙ୍ଗରେ ବହୁ ଜଣା ଅଜଣା ତଥ୍ୟ ପଢ଼ିଆସୁଛେ। ହେଲେ ଏଥର ସମଗ୍ର ବିଶ୍ୱରେ ଖ୍ୟାତିଲାଭ କରିଥିବା ଜଣେ ବେଶ୍ ପରିଚିତ ବ୍ୟକ୍ତିତ୍ୱ ରବୀନ୍ଦ୍ରନାଥ ଟାଗୋରଙ୍କ ସମ୍ପର୍କରେ କିଛି ରୋଚକ କଥା ଜାଣିବା…
ରବୀନ୍ଦ୍ରନାଥ ଟାଗୋର ଭାରତ ତଥା ଏସିଆ ମହାଦେଶର କଳା କ୍ଷେତ୍ରରେ ପ୍ରଥମ ନୋବେଲ ପୁରସ୍କାର ବିଜେତା। ସେ ଏକାଧାରରେ ଜଣେ କବି, ଲେଖକ, ଦାର୍ଶନିକ, ନାଟ୍ୟକାର, ଔପନ୍ୟାସିକ, ଚିତ୍ରଶିଳ୍ପୀ, ଶିକ୍ଷାବିତ୍ ।
ଟାଗୋର ନିଜ ନୋବେଲ ପୁରସ୍କାର ରାଶିରେ ୧୯୩୯ ମସିହାରେ ଶାନ୍ତିନିକେତନଠାରେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ, ଯାହା କି ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଭାବେ କାର୍ଯ୍ୟ କରୁଛି।
ସେ ୨୨୩୦ରୁ ଊର୍ଦ୍ଧ୍ୱ ସଂଖ୍ୟକ ସଙ୍ଗୀତ ଲେଖିଛନ୍ତି, ହେଲେ ଦୁଇଟି ଦେଶ ପାଇଁ ଜାତୀୟ ସଙ୍ଗୀତ ଲେଖିଥିବା ସେ ହେଉଛନ୍ତି ଏକମାତ୍ର କବି। ଆମ ଦେଶ ସହ ସେ ବାଂଲାଦେଶର ଜାତୀୟ ସଙ୍ଗୀତ ମଧ୍ୟ ଲେଖିଛନ୍ତି।
ବୈଜ୍ଞାନିକ ଆଇନ୍ଷ୍ଟାଇନ୍ଙ୍କ ସହ ସେ ଅଳ୍ପ ସମୟ କଥା ହୋଇଥିଲେ, ଯାହାକୁ ‘ନୋଟ୍ ଅନ୍ ଦି ନେଚର ଅଫ୍ ରିଆଲିଟି’ ପୁସ୍ତକରେ ଲେଖାଯାଇଛି।
ସେ ୫ଟି ମହାଦେଶର ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଦେଶ ଭ୍ରମଣ କରିଛନ୍ତି। ସେଠାରେ ଆମ ଭାରତୀୟ ସଂସ୍କୃତିର ପ୍ରଚାର ପ୍ରସାର ମଧ୍ୟ କରାଇଛନ୍ତି। ସେ ପ୍ରତିଥର ଯେଉଁ ଦେଶକୁ ଭ୍ରମଣରେ ଯାଆନ୍ତି ସେଠାକାର ସରକାର ଖୁସିରେ ତାଙ୍କ ବିଶ୍ୱବିଦ୍ୟାଳୟକୁ ବହୁ ଅର୍ଥରାଶି ପ୍ରଦାନ କରିଥାନ୍ତି।
Share It