ରବିବାର, ଆଜିର ରାଶିଫଳ, ୨୯.୦୪.୨୦୧୮

ରାଶିଫଳ

ମେଷ:-

ରବିଙ୍କ ପୂର୍ଣ୍ଣ କିରଣପ୍ରାପ୍ତ ଚନ୍ଦ୍ର ପାରିବାରିକ ସୌହାର୍ଦ୍ଦ୍ୟ, ସୁସ୍ଥ ପାରିବେଶିକ ସ୍ଥିତି, ସାମାଜିକ ସମ୍ମାନ ସହ ବନ୍ଧୁମିଳନରୁ ଖୁସି କରାଇବ। କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀ ସାହାଯ୍ୟ ଓ ସହଯୋଗ କରିବାର ପ୍ରତିଶ୍ରୁତି ଦେଇପାରନ୍ତି। ଯାନ୍ତ୍ରିକ ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ଆଶାନୁରୂପ ଫଳ ପାଇବେ।

ବୃଷ:-

କର୍ମକ୍ଷେତ୍ରରେ ରହିଆସିଥିବା ସମସ୍ୟା ବିଷୟରେ ଚିନ୍ତାକରି ବ୍ୟସ୍ତତା ଅନୁଭବ କରିପାରନ୍ତି। କିଏ କେତେ ବିରୋଧ କଲେ ମଧ୍ୟ ତୃତୀୟସ୍ଥ ରାହୁ ସମସ୍ତ ବିଷମତାକୁ ଦୂରେଇବାରେ ସମର୍ଥ ହେବେ। ବୁଧଙ୍କ ଦୁର୍ବଳତା ଧନ ଓ ସନ୍ତାନଙ୍କ ସକାଶେ ଦୁଶ୍ଚିନ୍ତା ସୃଷ୍ଟି କରିବ। ଆପଣ ଯାହାକୁ ସାହାଯ୍ୟ କଲେ ମଧ୍ୟ ପରମୁହୂର୍ତ୍ତରେ ସେହିବ୍ୟକ୍ତି ଆପଣଙ୍କୁ ଭୁଲ୍‌ ବୁଝିପାରନ୍ତି।

ମିଥୁନ:-

ଦିନଟି ଏତେ ଭଲ ଯେ ଆଜି ଯାହା ଚାହୁଁଛନ୍ତି ତାହା ସହଜରେ ପାଇପାରିବେ। ଏକାଧାରରେ ଅର୍ଥପ୍ରାପ୍ତି,ନୂତନ ବନ୍ଧୁସମ୍ପର୍କ, ଆନୁଷଙ୍ଗିକ ସହଯୋଗ, ସବୁ କିଛି ପାଇପାରିବେ । ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ଦୁଃସାହସିକ ପଦକ୍ଷେପ ନେବା କେତେକାଂଶରେ ସମସ୍ୟାବହୁଳ ରହିପାରେ।

Loading...

କର୍କଟ:-

ରାଶି ଓ ଭାଗ୍ୟାଧିପ ଚନ୍ଦ୍ର ଓ ବୃହସ୍ପତି ଚତୁର୍ଥ ସ୍ଥାନରେ ପରିବାର,ଲୋକ ସମ୍ପର୍କ,କର୍ମକ୍ଷେତ୍ର , ବନ୍ଧୁମାନଙ୍କ ସହ ଆଲୋଚନା ବେଶ୍‌ ଫଳପ୍ରଦ ହେବ।ନିକଟସ୍ଥ ବ୍ୟକ୍ତିମାନଙ୍କ ମନକୁ ସୁହାଇଲା ଭଳି କଥା କହି ପ୍ରତ୍ୟେକ ପରିସ୍ଥିତିକୁ ନିୟନ୍ତ୍ରଣ ମଧ୍ୟରେ ରଖିବେ। ଶିଳ୍ପ, ବାଣିଜ୍ୟ, ରାଜନୀତି, ପ୍ରଶାସନ କ୍ଷେତ୍ରରେ ସମସ୍ୟାକୁ ସୁଧାରିବା ପାଇଁ ଚେଷ୍ଟା କରିବେ।

ସିଂହ:-

ଅନ୍ୟମାନେ ଯେତେ ସମାଲୋଚନା କରୁଥାନ୍ତୁ ପଛକେ, ଯେକୌଣସି ପରିସ୍ଥିତିରେ ମଧ୍ୟ ସହଜରେ ମୁଣ୍ଡ ନୂଆଁଇପାରିବେ ନାହିଁ। ବିଭିନ୍ନ ପ୍ରକାରର କାମ ଚାପରେ ମାନସିକ ସ୍ଥିରତା ରହିବ ନାହିଁ । ରାହୁ ବ୍ୟୟଭାବରେ ଅବସ୍ଥାନ କରି ବ୍ୟୟାଧିକ୍ୟ,ବନ୍ଧୁବିଗ୍ରହ, ଭୁଲ୍‌ ବୁଝାମଣାଜନିତ ସାମୟିକ ଅସ୍ଥିରତାଯୁକ୍ତ ପରିସ୍ଥିତି ସୃଷ୍ଟି କରିବେ।

କନ୍ୟା:-

କର୍ମକ୍ଷେତ୍ରରେ ବିଷମତା ଲାଗି ରହିଥିଲେ ମଧ୍ୟ ନିଜର ଚେଷ୍ଟା ଓ ଆମତ୍ବିଶ୍ୱାସରୁ ବିଶେଷ ଅସୁବିଧା ହେବନାହିଁ। ଆଶା ଦିଗରୁ ଅର୍ଥଲାଭ, କାର୍ଯ୍ୟସିଦ୍ଧି, ନୂତନ ମୈତ୍ରୀ ଓ ମୂଲ୍ୟବାନ୍‌ ଜିନିଷ ଲାଭରୁ ଖୁସି ହେବେ। ଜମିଜମା,ମାଲିମକଦ୍ଦମା, ବ୍ୟବସାୟ ଓ ରାଜନୈତିକ କ୍ଷେତ୍ରରେ ସୁଫଳ ଲାଭକରିବେ। ସ୍ବାସ୍ଥ୍ୟପ୍ରତି ସଚେତନ ରହିବା ଭଲ ହେବ।

ତୁଳା:-

ରାଶିପ୍ରତି ବୃହସ୍ପତି ଅନୁକୂଳ ନ ହେଲେ ମଧ୍ୟ ଚନ୍ଦ୍ରଙ୍କ ସଙ୍ଗତ୍ୱ ଆଜି ପାରିବାରିକ ଓ ସାମାଜିକ ଜୀବନ ସମାନ୍ତରାଳ ଭାବରେ ଆଗକୁ ଆଗକୁ ବଢ଼ିଚାଲିବ। ରାଜନୈତିକ, ସାଙ୍ଗଠନିକ ଓ ଲୋକ ସମ୍ପର୍କ କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଅତି ନିକଟରେ ରହି ସାହାଯ୍ୟ କରୁଥିବା ବ୍ୟକ୍ତି ଉପରେ ବିରକ୍ତି ପ୍ରକାଶ କଲେ ଓଲଟା ଫଳ ପାଇବେ।

ବିଛା:-

ଅର୍ଥନୈତିକ ଅଭିବୃଦ୍ଧିରୁ ସାମୟିକ ଖୁସୀ ରହିଲେ ମଧ୍ୟ ସନ୍ତାନମାନଙ୍କ କାର୍ଯ୍ୟକଳାପ, ସୁସମ୍ପର୍କରେ ଫାଟ ମନରେ ଅସ୍ଥିରତା ସୃଷ୍ଟି କରିବ । କର୍ମକ୍ଷେତ୍ରରେ ଦୀର୍ଘ ଦିନରୁ ଚିନ୍ତା କରୁଥିବା କାମରେ ଅଗ୍ରଗତିର ସୂଚନା ପାଇ ସାମୟିକ ଖୁସୀ ହେବେ। ଶନିଙ୍କ ପଭାବରୁ ବନ୍ଧୁମିଳନ ସହ ଆଧ୍ୟାମତ୍ିକ ଭାବଧାରାରେ ଉଦ୍‌ବୁଦ୍ଧ ହୋଇପାରନ୍ତି।

ଧନୁ:-

ଆଜି ଆପଣଙ୍କ ଅନୁମାନ ସତ୍ୟତାରେ ପରିଣତ ହେବ ଏବଂ ଏ ଦିଗରେ ବନ୍ଧୁମାନଙ୍କ ଦ୍ୱାରା ପ୍ରଶଂସିତ ମଧ୍ୟ ହେବେ। ପାରିବାରିକ ସମସ୍ୟା ପଛକୁ ପକାଇ ଏକ ଗୁରୁତ୍ୱପୂର୍ଣ୍ଣ କାମକୁ ପ୍ରାଧାନ୍ୟ ଦେଇପାରନ୍ତି। ପ୍ରକାଶନ, ପ୍ରଶାସନ, ରଚନାମତ୍କ କାମ, ଗବେଷଣା, ଅନୁସନ୍ଧାନ, କଳା, ସାହିତ୍ୟ ପ୍ରଭୃତି କ୍ଷେତ୍ରରେ ଶୁଭଫଳ ପାଇବେ।

ମକର:-

ବହୁତ ଦିନରୁ ଅସମ୍ପୂର୍ଣ୍ଣ ରହିଯାଇଥିବା କାମଟିକୁ ଆରମ୍ଭ କରି ଏକ ପ୍ରକାର ଆଶ୍ୱସ୍ତି ଲାଭ କରିବେ। ନିଜ ସଂସ୍ପର୍ଶରେ ଆସୁଥିବା ଲୋକମାନଙ୍କୁ ମୁଗ୍ଧ କରି ସେମାନଙ୍କ ପିୟପାତ୍ର ହୋଇପାରନ୍ତି। ଋଣ ଭାର କ୍ରମଶଃ ବୃଦ୍ଧି ପାଉଥିବା କାରଣରୁ ସାମୟିକ ଚିନ୍ତା କରିପାରନ୍ତି। ଦୀର୍ଘ ପ୍ରତୀକ୍ଷାର ଅବସାନ ଘଟିବ ଏବଂ ହଠାତ୍‌ କୌଣସି ଖବର ପାଇ ଖୁସି ହେବେ।

କୁମ୍ଭ:-

ହାତରେ ପାଞ୍ଚଟଙ୍କା ଥିଲେ ମଧ୍ୟ ପାଞ୍ଚଶହ ଟଙ୍କାର କାମରେ ହାତମାରିପାରନ୍ତି। କେଉଁଠାରୁ ହେଲେ ମଧ୍ୟ ଆବଶ୍ୟକ ଅର୍ଥ ଯୋଗାଡ଼ କରିବାରେ ଆପଣଙ୍କୁ ନିରାଶ ହେବାକୁ ପଡ଼ିବ ନାହିଁ। ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବା ଦ୍ୱାରା ଅଟକି ଥିବା କାମ ତ୍ୱରାନ୍ବିତ ହେବ । ସାହିତ୍ୟ,କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ।

ମୀନ:-

ନିଜର ବହୁତ ଅସୁବିଧା ରହିଥିଲେ ମଧ୍ୟ ସାମୂହିକ କାମରେ ଆପଣଙ୍କ କଥା ଯେମିତି କାମ ମଧ୍ୟ ସେପରି କରିବାରେ ସମର୍ଥ ହୋଇପାରିବେ। ବାଣିଜ୍ୟ, ଶିଳ୍ପ, ବ୍ୟବସାୟ ଓ ପରିବହନ, ଲୋକ ସମ୍ପର୍କ, ଆଲୋଚନା, ସଭାସମିତି ପ୍ରଭୃତି ବିଭିନ୍ନ ଦିଗରୁ ଲାଭବାନ ହେବେ। ମାଙ୍ଗଳିକ କାମ ସକାଶେ ଦୂରଯାତ୍ରା କରିବାକୁ ପଡ଼ିପାରେ।

Loading...
Share It
  • 11
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.