ରବିବାର , ଆଜିର ରାଶିଫଳ ,ତା ୧୮.୦୩.୨୦୧୮ ରିଖ

ରାଶିଫଳ

ମେଷ

କର୍ମକ୍ଷେତ୍ରରେ ଅଟକି ରହିଯାଇଥିବା କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ। ସ୍ବାସ୍ଥ୍ୟ ସମସ୍ୟା ପ୍ରାୟତଃ ସୁଧୁରିଯିବ ଏବଂ ଅର୍ଥ ସଂକଟକୁ ମଧ୍ୟ ବନ୍ଧୁ ଦୂରେଇ ନେବେ। କଳା, ସାହିତ୍ୟ, ସଭାସମିତିରୁ ପ୍ରଶଂସିତ ହେବେ। ଯାତ୍ରା, ବନ୍ଧୁ ସମ୍ପର୍କ ବାଣିଜ୍ୟ, ମୂଲ୍ୟବାନ ଦ୍ରବ୍ୟ କ୍ରୟ ପାଇଁ ଚିନ୍ତା କରିପାରନ୍ତି।

ବୃଷ

Loading...

ଗତିଶୀଳ ହେବାର ସୂଚନା ମିଳୁଛି। ଆୟ ଯଥେଷ୍ଟ ପରିମାଣର ହେବ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ଅର୍ଥ ସହିତ ସମ୍ମାନ ମିଳିବ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।

ମିଥୁନ

କୌଣସି କାମ ଅଟକିବ ନାହିଁ କିମ୍ବା ସୁବିଧାରେ ମଧ୍ୟ ସମ୍ପନ୍ନ ହୋଇପାରିବ ନାହିଁ । ଅନ୍ୟମାନଙ୍କ ଫୁସୁଲା ଫୁସୁଲି କଥାରେ ଭାସିଯାଇ ଯେଉଁ କାମ କରିବେ ପରେ ସେଥି ସକାଶେ ଅନୁତାପ କରିବାକୁ ପଡ଼ିପାରେ। ଅଧିକାଂଶ କ୍ଷେତ୍ରରେ କେବଳ ବେଠି ଖଟିବା ବ୍ୟତୀତ କିଛି ଲାଭ ହେବନି। ବ୍ୟବସାୟ କ୍ଷେତ୍ରରେ ଆଶାଜନକ ଫଳ ପାଇବେ।

କର୍କଟ

ପରୋପକାରୀ ହେବେ। ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି। ଭାଗ୍ୟଶାଳୀ ହେବେ। ଅର୍ଥ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଧର୍ମାତ୍ମା ଓ ପ୍ରବାସପ୍ରିୟ ହୋଇପାରନ୍ତି। ବିଦ୍ୟାର୍ଥୀଙ୍କୁ ସଫଳ ମିଳିବ

ସିଂହ

ଦୃଢ଼ ପଦକ୍ଷେପ ଗ୍ରହଣକରି ପ୍ରତିବନ୍ଧକକୁ ଦୂରେଇବାରେ ସମର୍ଥ ହେବେ । ପରିସ୍ଥିତି ବଶତଃ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହୋଇପାରନ୍ତି। ଉଚ୍ଚ ପଦାଧିକାରୀଙ୍କ ପୃଷ୍ଠପୋଷକତା ଅଭାବରୁ କାମଗୁଡ଼ିକ ସୁବିଧାରେ ହେବା କଷ୍ଟକର ହୋଇପଡ଼ିବ । ପୁରାତନ ରୋଗ, ଋଣ କ୍ରମଶଃ ହ୍ରାସ ପାଇବ।

କନ୍ୟା

ନିକଟ ସମ୍ପର୍କୀୟମାନଙ୍କ ସ୍ନେହ, ସହାନୁଭୂତି ଲାଭକରି କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିପାରିବେ। ପାରିବାରିକ କ୍ଷେତ୍ରରେ ବିବାଦୀୟ ଘଟଣାରେ ନୀରବ ରହିବା ଭଲ ହେବ ା ଅନ୍ୟମନସ୍କତା କାରଣରୁ ବ୍ୟବସାୟ କ୍ଷେତ୍ରରେ ଠକାମିରେ ପଡ଼ିପାରନ୍ତି। ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ଲୋକସମ୍ପର୍କ କ୍ଷେତ୍ରରେ ଆଶାନୁରୂପ ଫଳ ଲାଭକରିବେ।

ତୁଳା

ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବା ସହ କର୍ମକ୍ଷେତ୍ରରେ ସୁଧାର ଆସିପାରେ। ଆଜିର ଯାତ୍ରାରେ ଯେତେ ଆଶା ଓ ଆଗ୍ରହ ନେଇ ଯିବେ କିନ୍ତୁ ଫେରିବା ସମୟକୁ ମନ ଠିକ୍‌ ଓଲଟା ରହିବାର ସୂଚନା ରହିଛି । ଦିନଟିରେ ମାତ୍ରାଧିକ ଭ୍ରମଣ ଯୋଗୁ ସାୟାହ୍ନରେ କ୍ଲାନ୍ତି ଅନୁଭବ କରିପାରନ୍ତି। ହଠାତ୍‌ ଜଣେ ବନ୍ଧୁଙ୍କ ପାଇଁ ମନ ଛଟପଟ ହେବ।

ବିଛା

ବିଭିନ୍ନ ପ୍ରକାରର ସମସ୍ୟାରେ ଛନ୍ଦିହୋଇ ନିରୁତ୍ସାହିତ ହୋଇପାରନ୍ତି। ନିକଟ ସମ୍ପର୍କୀୟମାନେ କ୍ରମଶଃ ଦୂରେଇଯାଉଥିବା ଅନୁଭବ କରିପାରନ୍ତି। ପାରିବାରିକ ଦିଗଟି କେତେକାଂଶରେ ଭଲ ରହିବା ହେତୁ ଆଶ୍ୱସ୍ତି ଲାଭ କରିବେ । କଳା, ସାହିତ୍ୟ ଓ ବନ୍ଧୁ ମିଳନ କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।

ଧନୁ

ଲେଖାପଢ଼ାରେ ଧୁରନ୍ଧର ହୋଇପାରନ୍ତି। ଉଦାର ସ୍ୱଭାବର ହେବେ। ଦାନଶୀଳ ହୋଇପାରନ୍ତି। ଶରୀର ସୁସ୍ଥ ରହିବ। ଶୋଭନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ। କୃଷି କର୍ମକାରୀ ହେବେ। ବିଦ୍ୟାର୍ଥୀ ସଫଳ ହେବେ।

ମକର

ଅନ୍ୟମାନଙ୍କୁ ସୁହାଇଲା ଭଳି କଥା କହି ପରକୁ ମଧ୍ୟ ଆପଣାର କରିପାରିବେ। ବନ୍ଧୁମାନଙ୍କ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ନିଜର ଭାବାବେଗକୁ ରୋକିପାରିବେ ନାହିଁ । ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ, ମାତ୍ର ବହୁତ ତକ୍‌ଲିଫ ସହିବାକୁ ପଡ଼ିବ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ, କିନ୍ତୁ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ।

କୁମ୍ଭ

କର୍ମକ୍ଷେତ୍ରରେ ସମସ୍ୟାବହୁଳ ପରିସ୍ଥିତିରେ ସଂଯମ ରକ୍ଷା ନ କଲେ ବିବାଦ ଭିତରକୁ ଟାଣି ହୋଇପାରନ୍ତି। ଅଫିସ୍‌ରେ କୌଣସି ଘଟଣାକୁ ନେଇ ମନ ଭାରାକ୍ରାନ୍ତ ରହିବ। ଅସୁସ୍ଥତାଜନିତ ସବୁ କାମ ନିରୁସତ୍ାହିତ ଭାବେ କରିବାକୁ ପଡ଼ିବ। ବିବାଦୀୟ ଘଟଣା, ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ ।

ମୀନ

ଯେତେ ପ୍ରକାର ଭାବିଚିନ୍ତି କାମ କଲେ ମଧ୍ୟ ପାରିବାରିିକ ପ୍ରତିରୋଧ କେତେକ କାମକୁ ବିଶୃଙ୍ଖଳିତ କରିପାରେ। ରେବତୀ ନକ୍ଷତ୍ରର କର୍ମ କ୍ଷେତ୍ରରେ ଏକ ମାମୁଲି ଘଟଣାରେ ମଧ୍ୟାହ୍ନରେ ଉଚ୍ଚବାଚ ଘଟିବାର ସୂଚନା ରହିଛି । ଗତକାଲିର ଯୋଜନା ଓ ଆଲୋଚନା ଅନୁଯାୟୀ ଆଜିର କାମଗୁଡ଼ିକ ସବୁ ଠିକ୍‌ ଠିକ୍‌ ହୋଇଯିବ।

 

Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.