ପୁଣିଥରେ ହଲିଉଡ୍‌ ଏଣ୍ଟ୍ରି କରିବେ ଦୀପିକା

ସିନେମା
Related image
ମୁମ୍ବାଇ: ବଲିଉଡର ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ୍‌ ପୁଣିଥରେ ହଲିଉଡ୍‌ ଫିଲ୍ମରେ କାମ କରିପାରନ୍ତି। ଦୀପିକା ହଲିଉଡର ‘ଟ୍ରିପିଲ୍‌ ଏକ୍ସ’ ସିରିଜର ତୃତୀୟ ଫିଲ୍ମରେ ଅଭିନୟ କରିଥିଲେ। ଓ୍ବିନ ଡିଜେଲ ଷ୍ଟାରକାଷ୍ଟର ଏହି ଫିଲ୍ମ ହିଟ୍‌ ମଧ୍ୟ ହୋଇଥିଲା। ନିକଟରେ ଏହାର ନିର୍ଦ୍ଦେଶକ ଡିଜେ କାରୁସୋ ମାଇକ୍ରୋ ବ୍ଲଗିଙ୍ଗ ସାଇଟ୍‌ ଟୁଇଟର ମାଧ୍ୟମରେ କହିଛନ୍ତି ଏହି ଫିଲ୍ମର ଚତୁର୍ଥ ଭାଗ ନିର୍ମାଣ ହେବାକୁ ଯାଉଛି, ଯେଉଁଥିରେ ଦୀପିକା କାମ କରିବେ। ତେବେ ଚଳିତ ବର୍ଷ ଶେଷକୁ ଦୀପିକା ଓ ରଣବୀର ସିଂଙ୍କ ବିବାହ ହେବାକୁ ଏକ ପ୍ରକାର ସ୍ଥିର ହୋଇସାରିଛି। ସେଥିପାଇଁ ସେ ଏବେ କୌଣସି ବଲିଉଡ୍‌ ଫିଲ୍ମରେ କାମ କରୁ ନାହାନ୍ତି। ତେଣୁ ବିବାହ ପରେ ହୁଏତ ଦୀପିକା ହଲିଉଡ ଫିଲ୍ମରେ କାମ ପରିପାରନ୍ତି। ବଲିଉଡର ଶେଷ ଫିଲ୍ମ ଭାବେ ସେ ‘ପଦ୍ମାବତ୍‌’ରେ ଅଭିନୟ କରି କିଛି ସମୟ ପାଇଁ ବିରତି ନେଇଛନ୍ତି।

Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.