ପୁଣି ରାଜ୍ୟସଭା ଯିବେ ଜୟା: ନିଷ୍ପତ୍ତି ନେଲା ଏସ୍‌ପି

ଦେଶ ବିଦେଶ ନ୍ୟୁଜ୍
ଲକ୍ଷ୍ନୌ, : ଆଗାମୀ ଦିନରେ ଉତ୍ତରପ୍ରଦେଶର ୧୦ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ସମାଜବାଦୀ ପାର୍ଟି(ଏସ୍‌ପି) ପକ୍ଷରୁ ପୁଣିଥରେ ଜୟା ବଚ୍ଚନଙ୍କୁ ରାଜ୍ୟସଭାକୁ ପଠଇବା ପାଇଁ ଯୋଜନା କରାଯାଇଛି। ଏସ୍‌ପିର ୬ ଜଣ ସଦସ୍ୟଙ୍କର ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେଉଛି। ସଦସ୍ୟମାନଙ୍କ ମଧ୍ୟରେ ନରେଶ ଅଗ୍ରଓ୍ବାଲ, କିରଣମୟ ନନ୍ଦା, ଜୟା ବଚ୍ଚନ, ମୁନଓ୍ବର ସଲିମ୍‌, ଆଲୋକ ତିଓ୍ବାରୀ ଓ ଦର୍ଶନ ସିଂ ଯାଦବ ପ୍ରମୁଖ ରହିଛନ୍ତି। ତେବେ ଏସ୍‌ପି ପାଖରେ ମାତ୍ର ୪୭ ଭୋଟ ରହିଛି। ଏହାଦ୍ୱାରା କେବଳ ଜଣେ ପ୍ରାର୍ଥୀଙ୍କୁ ରାଜ୍ୟସଭାକୁ ପଠାଯାଇ ପାରିବ। ଏସ୍‌ପିର ଅବଶିଷ୍ଟ ଭୋଟରେ ବହୁଜନ ସମାଜବାଦୀ ପାର୍ଟି(ବିଏସ୍‌ପି) ପ୍ରାର୍ଥୀଙ୍କୁ ସମର୍ଥନ ଦିଆଯିବ। ତେଣୁ ରାଜସଭାକୁ ପୁଣିଥରେ ଜୟା ବଚ୍ଚନଙ୍କୁ ପଠାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଏସ୍‌ପି ପକ୍ଷରୁ ସୂଚିତ କରାଯାଇଛି।

Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.