ପୁଲୱାମା ସହିଦ ସ୍ମରଣ ଦିବସରେ ନୂଆ ଆଲୋକ ତରଫରୁ କ୍ୟାଣ୍ଡେଲ ଶୋଭା ଯାତ୍ରା

ନୂଆ ଆଲୋକ

ନୂଆ ଆଲୋକ ତରଫରୁ ବରୀ ବ୍ଲକ ଅଭିମନ୍ୟୁ ବାଲିଆ ଠାରେ ୨୦୧୯ ଫେବୃଆରୀ ମାସ ଆଜି ତାରିଖରେ ସହିଦ ହୋଇଥିବା ଭାରତ ମାତାର ବୀର ପୁଙ୍ଗବ ମାନଙ୍କ ଉଦ୍ଦେଶ୍ୟରେ ଆଜି ସଂଧ୍ୟାରେ ଏକ ମହମ ବତି ଶୋଭା ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଟାନର ବରିଷ୍ଠ ସଦସ୍ୟ ବିଭୂତି ଭୂଷଣ ଜେନାଙ୍କ ଆବାହକତ୍ୱରେ ଉକ୍ତ କାର୍ଯୟକ୍ରମ ଅନୁଷ୍ଠିତ ହୋଇଥିଲା ।ଭାରତୀୟ ଆକାଶ ବାହିନୀ ର ସୈନିକ ଅଭିମନ୍ୟୁ ବାଲିଆ ମାଟିର ପୁଅ ବିରଂଚି ନାରାୟଣ ମିଶ୍ର କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ଅତିଥି ଭାବେ ଆସି ସେଦିନ ପୁଲୱାମାର ଲୋମ ହର୍ଷଣ କାରୀ ସମୟକୁ ବର୍ଣ୍ଣନା କରିଥିଲେ । ଶତାଧିକ ଯୁବକ ଓ ଶିଶୁ ମିଳିତ ହୋଇ ସହିଦ ମାନଙ୍କୁ ନିରବ ପ୍ରାର୍ଥନା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ।ଭାରତ ମାତାର ଜୟଗାନରେ ଗଗନ ପବନ ପ୍ରକମ୍ପିତ ହେଉଥିଲା । ନୂଆ ଆଲୋକର ନିର୍ଦ୍ଦେଶକ ଜନ୍ମେଜୟ ମହାନ୍ତି ଓ ସଭାପତି ଶରତ କୁମାର ଜେନା ,ଅଜୟ କୁମାର ଜେନା, ଚୈତନ୍ୟ ଚରଣ ଜେନା, ଜ୍ୟୋତିରଞ୍ଜନ କର, ରବିନ୍ଦ୍ର କୁମାର ଦାସ, ରବିନ୍ଦ୍ର ନାଥ ମିଶ୍ର, ନିରଂଜନ ସାହୁ, ଜିତେନ୍ଦ୍ର ଜେନା, ରତିରଂଜନ ଜେନା , ସରୋଜ କାନ୍ତ ଜେନା, ଅଭିନ୍ନ ଚନ୍ଦ୍ର ଜେନା, ସ୍ନେହାଶୁ ଜେନା,ମିଲନ ଜେନା,ସୈାମ୍ୟ ରଂଜନ ଜେନା, ସତ୍ୟଜିତ ଜେନା, ସଂବିତ ରାୟ, ଆଷିଶ ଜେନା,ବିଶ୍ୱଜିତ ସାହେବରାୟ, ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

Loading...
Share It

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.