ଏହି ସବୁ ଗୁରୁତ୍ବପୂର୍ଣ୍ଣ କଥା କହି ମନ ଜିଣିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଦେଶ ବିଦେଶ

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଆଜି ପାର୍ଲାମେଣ୍ଟ୍‌ର ସେଣ୍ଟ୍ରାଲ୍‌ ହଲ୍‌ରେ ପୂର୍ବାହ୍ନ ୧୦.୧୩ରେ ଭାରତର ୧୫ଶ ରାଷ୍ଟ୍ରପତି ଭାବେ ଓଡ଼ିଶା ମାଟିର କନ୍ୟା ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ କରିଛନ୍ତି। ଭାରତର ପ୍ରଧାନ ବିଚାରପତି ଏନ୍‌. ଭି. ରମନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରାଷ୍ଟ୍ରପତି ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟାନାଇଡୁ, ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀ ଏବଂ ଲୋକସଭାର ବାଚସ୍ପତି ଓମ୍‌ ବିର୍ଲାଙ୍କ ସମେତ ସମସ୍ତ କେନ୍ଦ୍ରମନ୍ତ୍ରୀ ଓ ସାସଂଦ ଉପସ୍ଥିତ ଥିଲେ।

ତେବେ ଆପଣ ଜାଣିବାକୁ ଚାହାନ୍ତିଙ୍କୁ ନବନିର୍ବାଚିତ ରାଷ୍ଟ୍ରପତି କହିଥିବା କିଛି ଗୁରୁତ୍ବପୂର୍ଣ୍ଣ କଥା? ତେବେ ଚାଲନ୍ତୁ ଜାଣିବା ସେ କ’ଣ ସବୁ କହିଛନ୍ତି। ଆଜି ଶପଥ ଗ୍ରହଣ କରିଥିବା ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯାହା ସବୁ କହିଛନ୍ତି ତାହା ନିମ୍ନରେ ଉଲ୍ଲେଖ କରାଯାଇଛି।

୧: ମୋର ନିର୍ବାଚିତ ହେବା ଏହା ପ୍ରମାଣ କରୁଛି ଯେ ଦେଶରେ କେଉଁ ବି ଗରିବ ସ୍ବପ୍ନ ଦେଖିପାରିବେ ଓ ତାହାକୁ ସାକାର ବି କରିପାରିବେ।

୨: ମୋ ପାଇଁ ପ୍ରାଥମିକ ଶିକ୍ଷା ଗ୍ରହଣ କରିବା ଏକ ସ୍ବପ୍ନ ଥିଲା।

୩: ମୁଁ ଦେଶର ଯୁବପିଢ଼ିମାନଙ୍କୁ କହିବାକୁ ଚାହେଁ ଯେ କେବଳ ନିଜର ଭବିଷ୍ୟତକୁ ଗୁରୁତ୍ବ ଦିଅନ୍ତୁ ନ‌ାହିଁ। ଦେଶର ଭବିଷ୍ୟତକୁ ବି ଗୁରୁତ୍ବ ଦିଅନ୍ତୁ। ଜଣେ ରାଷ୍ଟ୍ରପତି ହିସାବରେ ତୁମେମାନେ ହିଁ ମୋର ପୂର୍ଣ୍ଣ ସମର୍ଥନ।

୪: ମୁଁ ଦଳିତଙ୍କ ବିକାଶ ଉପରେ ଗୁରୁତ୍ବାରୋପ କରିବି।

୫: ଭାରତ ପ୍ରତ୍ୟେକ କ୍ଷେତ୍ରରେ ବିକାଶର ନୂତନ ଅଧ୍ୟାୟ ଯୋଡ଼ିଛି। କୋଭିଡ୍‌ ବି‌ରୋଧରେ ଭାରତର ସଂଗ୍ରାମ ସାରା ବିଶ୍ବକୁ ପ୍ରଭାବିତ କରିଛି।

Share It

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.