ପ୍ରତୀକ୍ଷା ସରିନାହିଁ ସଚିବାଳୟ ଘରୋଇ ବିଭାଗ ଭୁଲ ପାଇଁ ୩୧୦ କନିଷ୍ଠ ସହାୟକ ମେଧାବୀ ପ୍ରାର୍ଥୀ ନିର୍ଯାତିତ

ଓଡିଶା ନ୍ୟୁଜ୍

୧୯୯୭ ମସିହା ସଚ୍ଚିବାଳୟ କନିଷ୍ଠ ସହାୟକ ମେଧା ତାଲିକା, ହାଇକୋର୍ଟ ଦର୍ଶାଇଲେ ନିଯୁକ୍ତି ସମୟରେ ନିଯୁକ୍ତି ନିୟମ କିମ୍ବା ସଂରକ୍ଷଣ ନିୟମ କୈାଣସିଟି ସଠିକ୍ ଭାବେ ପାଳନ ହୋଇନାହିଁ  । ଘରୋଇ ବିଭାଗଙ୍କ ଭୁଲ୍ ପାଇଁ ୩୧୦ ବଳକା ମେଧାବୀ ପ୍ରାର୍ଥୀ/ପ୍ରାର୍ଥୀନୀ  ୨୦ବର୍ଷ ଧରି ନିର୍ଯ୍ୟାତିତ

Image result for sachivalaya odisha

ସୂଚନା ଯୋଗ୍ୟ କି ଘରୋଇ ବିଭାଗ ୧୯୯୬ ମସିହାରେ ସଚିବାଳୟରେ ଖାଲି ଥିବା ୩୦୦ଗୋଟି କନିଷ୍ଠ ସହାୟକ ପଦବୀ ନିମନ୍ତେ ପରୀକ୍ଷା କରି ଓଡ଼ିଶା ଲୋକ ସେବା ଆୟୋଗଙ୍କୁ ଏକ ମେଧା ତାଲିକା ପ୍ରସ୍ତୁତ କରି ଦେବା ପାଇଁ ପତ୍ର ଲେଖିଥିଲେ  । ଦୀର୍ଘଦିନ ଧରି ସଚିବାଳୟରେ ୧୯୫୧ ମସିହା ଓଡ଼ିଶ ମିନିଷ୍ଟରିୟାଲ୍୍ ସର୍ଭିସ୍ ରିକ୍ର‌୍ୟୁଇଟମେଣ୍ଟ ନିୟମ ଅନୁଯାୟୀ କନିଷ୍ଠ ସହାୟକ ପଦବୀରେ ନିଯୁକ୍ତ ହୋଇ ଆସୁଥିଲା  । ଏଥିମଧ୍ୟରେ ଥିବା ନିୟମ ୮ (ଆଠ) ଅନୁଯାୟୀ ଲୋକସେବା ଆୟୋଗ ପଠାଇଥିବା ତାଲିକାଟି ପରବର୍ତ୍ତୀ ମେଧା ତାଲିକା ଆସିବା ଯାଏଁ ବଳବତ୍ତର ରହିବ ଓ ମେଧା ତାଲିକାଟିରୁ ନିଯୁକ୍ତି ଦିଆଚାଲିବ ବୋଲି ନିୟମ ଥିଲା  । ଏଣୁ ମେଧା ତାଲିକାଟିରୁ ସରକାର ଖାଲି ହୋଇଥିବା ଓ ପରବର୍ତ୍ତୀ  ବର୍ଷମାନଙ୍କରେ ଖାଲି ହେବାକୁ ଥିବା କନିଷ୍ଠ ସହାୟକ ପଦବୀ ଗୁଡ଼ିକରେ ନିଯୁକ୍ତିକୁ ତ୍ୱରାନ୍ନିତ କରିବା ସହିତ ଉକ୍ତ ମେଧା ତାଲିକାଟିକୁ ପାଞ୍ଚ ଛଅ ବର୍ଷ ଧରି ବଳବତ୍ତର ରଖି ସେଥି ମଧ୍ୟରୁ ନିଯୁକ୍ତି ଦେଉଥିଲେ  । ଏହି ନିୟମ ସଚିବାଳୟରେ ପ୍ରାୟ ଅନେକ ବର୍ଷ ଧରି ୧୯୫୧ ମସିହାରୁ ଚାଲି ଆସୁଥିଲା  ।

ମାତ୍ର ୧୯୯୫ ମସିହାରେ ଓଡ଼ିଶା ସାଧାରଣ ପ୍ରଶାସନ ବିଭାଗ ଓଡ଼ିଶା ମିନିଷ୍ଟରିୟାଲ ସର୍ଭିସ୍ ନିଯୁକ୍ତ ନିୟମାବଳୀର ଧାରା ୮ (ଆଠ) କୁ ସାମାନ୍ୟ ସଂଶୋଧନ କରି ନିର୍ଦ୍ଧାରିତ କଲେ ଯେ ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ୱାରା ପ୍ରତିବର୍ଷ କନିଷ୍ଠ ସହାୟକ ପଦବୀ ନିମନ୍ତେ ପରୀକ୍ଷା କରାଯାଇ ମେଧା ତାଲିକା ପ୍ରସ୍ତୁତ କରାଯିବ ଏବଂ ଉକ୍ତ ମେଧା ତାଲିକାର ସଂଖ୍ୟା ବିଜ୍ଞାପିତ ପଦବୀ ସଂଖ୍ୟା ସହିତ ସମାନ ରହିବ, ଗୋଟିଏ ମଧ୍ୟ ଅଧିକା ହେବା ନାହିଁ  । ତାଲିକାଟି ଏକ ବର୍ଷ ପର୍ଯ୍ୟନ୍ତ ବୈଧ ରହିବ  । କିନ୍ତୁ ୧୯୯୬ ମସିହାର ୩୦୦ (ତିନିଶହ) ଗୋଟି କନିଷ୍ଠ ସହାୟକ ପଦବୀ ପାଇଁ ପରୀକ୍ଷା କରି ମେଧା ତାଲିକା ପଠାଇବା ନିମନ୍ତେ ବିଭାଗ ଚିଠି ଦେଇଥିବା ବେଳେ, ଓଡ଼ିଶା ଲୋକସେବା ଆୟୋଗଙ୍କୁ ସଂଶୋଧିତ ନିୟମ ଅନ୍ୁଯାୟୀ ପରୀକ୍ଷା କରି ତାଲିକା ପ୍ରସ୍ତୁତି କରିବା ନିମିତ୍ତ ନଜଣାଇବା ଦ୍ୱାରା, ଓଡ଼ିଶା ଲୋକ ସେବା ଆୟୋଗ ପୁରୁଣା ନିୟମ ଅନୁଯାୟୀ ପରୀକ୍ଷା କରି ପୂର୍ବପରି ବିଜ୍ଞାପିତ ପଦବୀ ୩୦୦ ପରିବର୍ତ୍ତେ ୬୭୧ ଜଣଙ୍କର ମେଧା ତାଲିକା ପ୍ରସ୍ତୁତ କରି ୧୯୯୭ ମସିହାରେ ଘରୋଇ ବିଭାଗଙ୍କୁ ପଠାଇଲେ  । ମନୋନୀତ ୬୭୧ ଜଣଙ୍କର ମେଧା ତାଲିକାଟି ବିଭିନ୍ନ ସମ୍ବାଦପତ୍ର ମାଧ୍ୟମରେ ପ୍ରକାଶିତ କରାଯାଇ ମନୋନୀତ ପ୍ରାର୍ଥୀ ମାନଙ୍କୁ ଜଣାଇ ଦିଆଯାଇଥିଲା  । ମନୋନୀତ ହୋଇ ସାରିବା ପରେ ସଚିବାଳୟରେ ଖଣ୍ଡିଏ ଚାକିରୀ ମିଳିଯିବ ବୋଲି ସମସ୍ତଙ୍କର ହୃଦ୍ବୋଧ ହୋଇଥିଲା  । ବାପା, ମାଆ, ସାଙ୍ଗସାଥି, ପରିବାରର ସମସ୍ତେ ପିଲାଟିର ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ନେଇ ଖୁସିଥିଲେ ଏବଂ ଚାକିରୀଟିଏ ନିଶ୍ଚିତ ପାଇବ ବୋଲି ଆଶାବାଦୀ ଥିଲେ  । କିନ୍ତୁ ଭାଗ୍ୟର ବିଡ଼ମ୍ବନା  । ଅନେକ ମେଧାବୀ ପ୍ରାର୍ଥୀଙ୍କର ବାପା ମାଆ ପିଲାଟିର ଚାକିରୀରେ ଯୋଗଦାନକୁ ଚାହିଁ ଚାହିଁ ଆଖି ବୁଜିଲେ  । ଘରୋଇ ବିଭାଗଙ୍କ ଭୁଲ୍ ପାଇଁ ମାମଲା କୋଡ଼ିଏ ବର୍ଷ ଧରି କୋର୍ଟ କଚେରୀରେ ଗଡ଼ିଲା  । ପିଲାମାନଙ୍କର ଚାକିରୀକୁ ଅପେକ୍ଷା କରି ବୟସ ଗଡ଼ିଲା  । ଚାକିରୀକୁ ଅପେକ୍ଷା କରି ଅନେକ ଅବିବାହିତ ରହିଲେ  । ଅନେକ ଡ଼େରିରେ ବିବାହ କଲେ ଯଦ୍ୱାରା ଜୀବନର ଗତିପଥକୁ ସଠିକ୍ ରୁପେ ଗଢି ପାରିଲେ ନାହିଁ  । ପିଲାମାନଙ୍କୁ ଭଲ ସ୍କୁଲ କଲେଜ ମାନଙ୍କରେ ପଢାଇ ଉଚିତ୍ ଶିକ୍ଷାଦାନ ମଧ୍ୟ କରିପାରିଲେ ନାହିଁ  । ଚାକିରୀ ହୋଇଯିବ, ମୁଁ ପାଇଛି ପୁଣି ଉପର ସିରିୟଲ୍ରେ ଅଛି ଭାବି ଅନ୍ୟ ପନ୍ଥା ମଧ୍ୟ କିଛି କରିପାରିଲେନି  । ସଚିବାଳୟରେ ମୋର ସିଲେକସନ୍ ହୋଇଛି ମୋତେ ଚାକିରୀ ଖଣ୍ଡିଏ ମିଳିଯିବାର ଆଶା ସେମାନଙ୍କୁ ସାମାଜିକ ପ୍ରତିଷ୍ଠା ତ ଦେଇପାରିଲାନି ବରଂ ଅପାଙ୍ଗ ଓ ଅକର୍ମଣ୍ୟ କରିଦେଲା  । ବର୍ତ୍ତମାନ ପରିଣତ ବୟସରେ ସେମାନେ କରିବେ କ’ଣ ! ଚାକିରୀ ଅପେକ୍ଷାରେ ଥିବା ଦୁଇତିନି ଜଣ ପ୍ରାର୍ଥୀ ମଧ୍ୟ ଇତିମଧ୍ୟରେ ଦେହ ତ୍ୟାଗ କରିସାରିଲେଣି  । ୨୦୦୪ ମସିହାରେ ପିଲାମାନେ ୨୩(ତେଇଶି) ଦିନ ଅନଶନରେ ବସିଥିଲେ ମଧ୍ୟ ନିଜେ ଖୋଦ୍ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ନିଯୁକ୍ତି ନିମିତ୍ତ ମୋ÷ଖିକ ପ୍ରତିଶୃତି ଦେଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ନିଯୁକ୍ତି ଦେଲେ ନାହିଁ  । ବରଂ ଆଇନ ବିଭାଗର ବାରମ୍ବାର ବାରଣ ସତ୍ତେ୍ୱ ପ୍ରଥମେ ନିର୍ଦ୍ଦେଶ ଦେଇଥିବା ସ୍ୟାଟ୍ ଆଦେଶକୁ କାର୍ଯ୍ୟକାରୀ ନକରି ସରକାର ପ୍ରଥମେ ହାଇକୋର୍ଟ ଓ ପରେ ପୁଣି ସ୍ୟାଟ୍ରେ ରିଭ୍ୟୁ ପିଟିସନ୍ ଫାଇଲ କଲେ  । ହାଇକୋର୍ଟରେ ରଦ୍ଦ ହୋଇଥିବା ଅପିଲ ପିଟିସନ୍ ସହିତ ସ୍ୟାଟ୍ (ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ) ରିଭ୍ୟୁ ପିଟିସନ୍ଟି ମଧ୍ୟ ମାନ୍ୟବର ଅଦାଲତଙ୍କ ଦ୍ୱାରା ରଦ୍ଦ ହୋଇଥିଲା ଉକଯୁକ୍ତ କାରଣ ସହିତ  । ପୁନର୍ବାର ସରକାର ସ୍ୟାଟ୍ଙ୍କର ପୂର୍ବ ଆଦେଶକୁ କାର୍ଯ୍ୟକାରୀ ନକରି ସ୍ୟାଟ୍ଙ୍କ ରିଭ୍ୟୁ ପିଟସନ୍ ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟରେ ଅପିଲ କଲେ  । ଉକ୍ତ ଅପିଲ ପିଟିସନ୍ଟି ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ରଦ୍ଦ ହେଲା ଓ ମାନ୍ୟବର ଅଦାଲତ ମତ ଦେଲେ ଯେହେତୁ ଟ୍ରିବୁନାଲ ରିଭ୍ୟୁ ପିଟିସନ୍ ରଦ୍ଦ କରିଛନ୍ତି ଓ ପ୍ରଥମ ଅପିଲ୍ଟି ହାଇକୋର୍ଟରେ ପୂର୍ବରୁ ରଦ୍ଦ ହୋଇ ସାରିଛି ଏଣୁ ନିର୍ଦ୍ଦେଶନାମାଟି ପୂର୍ଣ୍ଣତା (ଲସଦ୍ଭବକ୍ଷସଗ୍ଧଚ୍ଚ) ଲାଭ କରି ସାରିଛି  । ଉକ୍ତ ନିର୍ଦ୍ଦେଶ ସହିତ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଅନ୍ୟମାନଙ୍କୁ ନିଯୁକ୍ତି ଦେବା ପାଇଁ କହି ଆଦେଶ ପ୍ରଦାନ କଲେ  । ୧୯୯୯ ମସିହାରୁ ବିଭିନ୍ନ କୋର୍ଟ କଚେରୀରେ ମାମଲାଟି ଗଡ଼ି ଆସୁଥିବାରୁ ୨୦୧୦ ମସିହାର ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ବିରୁଦ୍ଧରେ ସରକାର ସୁପ୍ରିମ୍କୋର୍ଟରେ ୨୦୧୧ ମସିହା ଝଖଚ (ଏସ୍.ଏଲ୍.ପି.) ଫାଇଲ୍ କଲେ  । ଉକ୍ତ ଏସ୍.ଏଲ୍.ପି. ଟି ୨୦୧୬ ମସିହାରେ ସରିଲା  । ସରକାର ନିଜର ଫାଇଲ ସମ୍ପର୍କୀତ ସଠିକ୍ ତଥ୍ୟ ଗୁଡ଼ିକ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଉପସ୍ଥାପନ ନକରିବା ଦ୍ୱାରା ଏବଂ ତଥ୍ୟ ଗୁଡ଼ିକ ଲୁଚାଇବା ଦ୍ୱାରା ମାନ୍ୟବର ଅଦାଲତ ଅନେକ କଥା ଏବଂ ପ୍ରକୃତ ତଥ୍ୟ କଣ ବୁଝି ନପାରି ମାମଲାଟିକୁ ପୁନଃର୍ବିଚାର ନିମନ୍ତେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଙ୍କୁ ପରୀକ୍ଷାନିରୀକ୍ଷା କରି ଦେଖିବା ନିମନ୍ତେ ପଠାଇଦେଲେ ଏବଂ ଉକ୍ତ ମାମଲାଟିକୁ ଛଅ ମାସ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦେଲେ । ଏଠାରେ ବିଚାରଯୋଗ୍ୟ କି ସରକାର ୬୭୧ ଜଣଙ୍କ ତାଲିକାରୁ ୩୬୧ ଜଣଙ୍କୁ ନିଯୁକ୍ତ ଦେଇଦେଇଥିବାରୁ ନିଯୁକ୍ତି ପ୍ରାପ୍ତ ୩୬୧ଜଣଙ୍କୁ ପକ୍ଷ କରି, ନୋଟିସ୍ ଦେଇ ଏମାନଙ୍କ କେସ୍ ସହିତ ମିଶାଇ ବିଚାର କରିବାକୁ କହିଲେ  । ବିଚାର ବେଳେ କିଛି ଲୋକ ଅଥବା ସମସ୍ତ ଲୋକଙ୍କର ବିରୁଦ୍ଧାତ୍ମକ ଫଳାଫଳ ଆସିପାରେ ବୋଲି ୧୯୯୭ ଏବଂ ୧୯୯୯ ମସିହାରୁ ଚାକିରୀରେ ଥିବା ପିଲାମାନଙ୍କୁ ନୋଟିସ୍ ମାଧ୍ୟମରେ ପକ୍ଷ କରି ବିଚାର କରିବାକୁ ନିର୍ଦ୍ଦେଶ ଦେଇଥିଲେ  । ନିଯୁକ୍ତିରେ ଙଗଝ ଜଙ୍କକ୍ଷର-୮ ତଥା ଜରଗ୍ଦରକ୍ସଙ୍ଖବଗ୍ଧସକ୍ଟଦ୍ଭ ଜଙ୍କକ୍ଷର ଅନୁକରଣ କରାଯାଇନାହିଁ ବୋଲି ଦର୍ଥାଇଥିଲେ ଓ ପୁନର୍ବିଚାର ନିମନ୍ତେ ଉଚ୍ଚ ନ୍ୟାୟାଳୟ ଙ୍କୁ ନିର୍ଦ୍ଦେଶ ଦେଇଥିଲେ  ।  ଏଠାରେ ଉଲ୍ଲେଖ ଯୋଗ୍ୟ କି ନିୟମାନୁସାରେ ୩୦୦ ବିଜ୍ଞାପିତ ପଦବୀ ପାଇଁ ୩୦୦ ଜଣଙ୍କର ନାମ ତାଲିକା ଘରୋଇ ବିଭାଗ ଗ୍ରହଣ କରି ସେଥିମଧ୍ୟରୁ ମନୋନୀତ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଦେବାର ଥିଲା  । ସୂଚନା ଅଧିକାର ଆଇନ ମାଧ୍ୟମରେ ପ୍ରାପ୍ତ ହୋଇଥିବା ନଥିଭୁକ୍ତ ତଥ୍ୟ ଅନୁଯାୟୀ ଘରୋଇ ବିଭାଗଙ୍କ ଅନୁଶାସନ ସଚିବ ମେଧା ତାଲିକାଟି ହସ୍ତଗତ ହେଲାପରେ ନିଜ ଟିପ୍ପଣୀରେ ଉଲ୍ଲେଖ କଲେ ଯେ ୧୯୯୫ ମସିହା ସଂଶୋଧିତ ଓଡ଼ିଶା ମିନିଷ୍ଟେରିଆଲ୍ ସର୍ଭିସ ରୁଲ (ଙଗଝ ଜଙ୍କକ୍ଷର-୧୯୫୧) ସାଧାରଣ ବିଭାଗଙ୍କ ଦ୍ୱାରା ସଂଶୋଧିତ ନିୟମ ଅନୁଯାୟୀ ଓଡ଼ିଶା ଲୋକସେବା ଆୟୋଗ ମେଧା ତାଲିକା ପଠାଇନଥିବାରୁ ପ୍ରଥମ ୩୦୦ ଜଣ ମେଧାବୀ ଛାତ୍ରଙ୍କୁ ନିଯୁକ୍ତି ଦିଆଯାଇ ଯଦି ଉପର ସ୍ଥାନମାନଙ୍କରେ (୩୦୦ ଭିତରେ) ଆବଶ୍ୟକୀୟ ସଂଖ୍ୟକ ତଫସିଲଭୁକ୍ତ ଜାତି ଜନ ଜାତିର ପ୍ରାର୍ଥୀ ନାହାଁନ୍ତି ତେବେ ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପରୀକ୍ଷାର ବ୍ୟବସ୍ଥା ଥିବାରୁ ପୁନର୍ବାର ପରୀକ୍ଷା କରି ସେମାନଙ୍କର ତାଲିକା ଆଣାଯାଇପାରେ ବୋଲି ମତ ଦେଲେ  ।  ଏଠାରେ ମଧ୍ୟ ସ୍ପଷ୍ଟ ଟିପ୍ପଣୀ ଥିଲା ଯେ ଯଦି ସଂଶୋଧିତ ନିୟମାନୁଯାୟୀ ସମାନ ସଂଖ୍ୟକ ମେଧା ତାଲିକା ନରଖି ନିଯୁକ୍ତି ଦିଆଯିବ ତେବେ ଆଇନ ଗତ ସଂକଟ ସୃଷ୍ଟି ହେବ ନଚେତ୍ ସାଧାରଣ ପ୍ରଶାସନ ବିଭାଗଙ୍କ ନିୟମ ଓ ନିତିକୁ ବିରୁଦ୍ଧାଚରଣ କରିବ  । କିନ୍ତୁ ଅନୁଶାସନ ସଚିବଙ୍କ ଟିପ୍ପଣୀ ପରେ ଅତିରିକ୍ତ ଶାସନ ସଚିବ (ତଦନାନ୍ତୀନ) ଘରୋଇ ବିଭାଗ ମତ ରଖି ଟିପ୍ପଣୀ ଦେଲେ ଯେ ଯେହେତୁ ନିଯୁକ୍ତ ସମୟରେ ଅନେକ ଗୁଡ଼ିଏ ପଦବୀରେ ସଠିକ୍ ଯୋଗଦାନ ପିଲାମାନେ କରନ୍ତି ନାହିଁ ଏବଂ  ଅନ୍ୟ ବିଭାଗ ମାନେ ମଧ୍ୟ ସେମାନଙ୍କର ଖାଲି ପଦବୀ ଗୁଡ଼ିକର ସଂଖ୍ୟା ଦେବା ବା ଜଣାଇବା ବାକି ଅଛି ତେଣୁ ଓଡ଼ିଶା ଲୋକ ସେବା ଆୟୋଗ ବିଜ୍ଞାପିତ ୩୦୦ ଖାଲି ପଦବୀ ପାଇଁ ପଠାଇଥିବା ୬୭୧ ଜଣଙ୍କ ନାମ ତାଲିକା ଅପ୍ରାସଙ୍ଗିକ ମନେ ହୁଏ ନାହିଁ, ଏହା ସମ୍ପୂର୍ଣ୍ଣ ରୂପେ ଗ୍ରହଣ କରି ଏଥିମଧ୍ୟରୁ ପର୍ଯ୍ୟାୟକ୍ରମେ ନିଯୁକ୍ତି ଦେବାର ବ୍ୟବସ୍ଥା କରାଯିବା ନେଇ ସରକାରଙ୍କର ଆଦେଶ ନିଆଯାଇ ପାରେ କହି ସରକାରଙ୍କର ଅନୁମୋଦନ ନେଲେ  । ତତ୍ପରେ ଶୂନ୍ୟ ପଦଗୁଡ଼ିକ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ୬୭୧ ଜଣଙ୍କ ମେଧା ତାଲିକାରୁ ନିଯୁକ୍ତି ଆରମ୍ଭ କଲେ  । ୧୯୯୭ ମସିହାରେ ୨୧୮ଜଣଙ୍କୁ ନିଯୁକ୍ତି ଦେବା ପରେ ୧୯୯୮ରେ ନିଯୁକ୍ତି ସମ୍ପୂର୍ଣ୍ଣ ବନ୍ଦ ରଖି ୧୯୯୯ ମସିହାରେ ୧୪୭ଜଣଙ୍କୁ ନାମ ଆବଣ୍ଟିତ କରି ନିଯୁକ୍ତି ପ୍ରଦାନ କଲେ  । ୨୦୧୨ ମସିହାରେ ବିଜ୍ଞାପିତ ୮୧୦ଗୋଟି ପଦବୀ ସଚିବାଳୟରେ ପୂରଣ ନିମନ୍ତେ ପରୀକ୍ଷା କରି ଯେପରି ୫୦ ପ୍ରତିଶତ ପଦବୀରେ ଅଣସଂରକ୍ଷିତ ଓ ଅନ୍ୟ ୫୦ ପ୍ରତିଶତ ପଦବୀରେ ସଂରକ୍ଷିତ ବର୍ଗଙ୍କୁ ନିଯୁକ୍ତି ଦେଲେ ଏବଂ ବର୍ତ୍ତମାନ ୫୪୦ ପଦବୀ ପୂରଣ ନିମନ୍ତେ ଯେମିତି ୫୦ ପ୍ରତିଶତ ସଂରକ୍ଷଣ ନିୟମକୁ ପାଳନ କରି ଏବଂ ଯେତିକି ସଂଖ୍ୟକ ବିଜ୍ଞାପିତ ପଦବୀ ସେତିକି ସଂଖ୍ୟକ ମନୋନୀତ ନାମ ତାଲିକା ପଠାଇବା ପାଇଁ ଓଡ଼ିଶା ଲୋକସେବା ଆୟୋଗଙ୍କୁ ଅନୁରୋଧ କରି ପତ୍ର ଲେଖିଛନ୍ତି ସେହି ପ୍ରକାରରେ ବା ସେହି ନିୟମକୁ ଆଧାର କରି ୬୭୧ଜଣଙ୍କ ମେଧା ତାଲିକାରୁ ୫୦ ପ୍ରତିଶତ ସଂରକ୍ଷଣ ନିୟମ ଲାଗୁ କରି ନଯୁକ୍ତି ଦେଇ ନାହାଁନ୍ତି  । ୬୭୧ଜଣ ମଧ୍ୟରୁ ୩୩୬ ଜଣଙ୍କୁ ଅଣସଂରକ୍ଷିତ ଓ ଅନ୍ୟ ୩୩୫ଜଣଙ୍କୁ ସଂରକ୍ଷିତ ବର୍ଗରେ ନିଯୁକ୍ତି ପ୍ରଦାନ କରିବା କଥା  । କିନ୍ତୁ ଦୁଃଖର ବିଷୟ ପ୍ରଥମ ୩୩୫ ଅଣସଂରକ୍ଷିତ ପଦବୀ ପାଇଁ ୩୩୫ ସିରିଏଲ ମଧ୍ୟରେ ଥିବା ଅନେକ ସଂଖ୍ୟକ ମେଧାବୀ ପ୍ରାର୍ଥୀ ନିଯୁକ୍ତି ପାଇ ନାହାଁନ୍ତି ଅପରପକ୍ଷେ ୩୩୫ ତଳେ ଥିବା ଓ ୬୭୧ ମେଧା ତାଲିକା ପର୍ଯ୍ୟନ୍ତ କିଛି ତଫସିଲଭୁକ୍ତ ପୁରୁଷ ପ୍ରାର୍ଥୀଙ୍କୁ ଛାଡ଼ି  ଦେଲେ ଅନ୍ୟ ସମସ୍ତେ ଅନେକ ଦିନରୁ ନିଯୁକ୍ତି ପାଇ ସାରିଛନ୍ତି ଓ ପଦୋନ୍ନତି ମଧ୍ୟ ପାଇସାରିଛନ୍ତି  । ସୂଚନା ଅଧିକାର ଆଇନ ମାଧ୍ୟମରେ ପ୍ରାପ୍ତ ତଥ୍ୟ ଅନୁଯାୟୀ ବିଜ୍ଞାପିତ ୩୦୦ ପଦବୀ ତଥା ସୁପ୍ରିମକୋର୍ଟଙ୍କ ଦ୍ୱାରା ସଠିକ୍ କରାଯାଇଥିବା ୩୬୧ ସିରିଏଲ୍ ମଧ୍ୟରେ ସ୍ଥାନ ପାଇ ଅଣସଂରକ୍ଷିତ ବର୍ଗ ତଥା ଶାରିରୀକ ଅକ୍ଷମ ପିଲାମାନେ ନିଯୁକ୍ତି ପାଇନଥିବା ସ୍ଥଳେ ୧୭୪ ରୁ ୨୦୨, ୩୯୮, ୪୦୧, ୪୦୩ ସିରିଏଲରେ ଥିବା ପ୍ରାର୍ଥୀମାନଙ୍କୁ ଅଣସଂରକ୍ଷିତ ପଦବୀରେ ନିଯୁକ୍ତି ଦିଆଯାଇଛି  । ଏପରିକି ୧୦୭, ୧୦୯, ୧୧୨, ୧୧୪, ୧୧୫, ୧୪୯, ୧୫୪, ୧୫୮ ଏବଂ ୨୦୦ ସିରିଏଲ ନମ୍ବର ମଧ୍ୟରେ ଥିବା ଅଣସଂରକ୍ଷିତ ପ୍ରାର୍ଥୀମାନଙ୍କୁ ଦୀର୍ଘ କୋଡ଼ିଏ ବର୍ଷଧରି ନିଯୁକ୍ତିରୁ ବଞ୍ôଚତ କରାଯାଇ ନିଯୁକ୍ତି ଦିଆଯାଉନାହିଁ  । ଏପଟେ ସରକାର ନିଜର ଭୁଲ୍କୁ କେବଳ ତର୍ଜମା ନିମିତ୍ତ ଟ୍ରିବୁନାଲ ତଥା ହାଇକୋର୍ଟଙ୍କ ରାୟ ନମାନି, ଆଇନ ବିଭାଗଙ୍କ ପରାମର୍ଶକୁ ଉପେକ୍ଷା କରି ନିରୀହ ପିଲାମାନଙ୍କୁ ଆର୍ଥିକ, ମାନସିକ ସ୍ତରରେ ନିର୍ଯ୍ୟାତିତ କରି ଆସୁଛନ୍ତି  । କୋଡ଼ିଏ ବର୍ଷ ଭିତରେ ସରକାର ଏହି ମାମଲାଟି ପରିଚାଳନା ନିମନ୍ତେ ଅପିଲ ବା ରିଭ୍ୟୁ ବାବଦରେ ଯେତିକି ଅର୍ଥ ଖର୍ଚ୍ଚ କଳେଣି ସେତିକି ଅର୍ଥ ବୋଧହୁଏ ଚାକିରୀ ନପାଇଥିବା ପ୍ରାର୍ଥୀମାନଙ୍କ ଦରମା ବାବଦକୁ ଖର୍ଚ୍ଚ ହୋଇନଥାନ୍ତା  । ବରଂ ମେଧାବୀ ପ୍ରାର୍ଥୀ, ମନୋନୀତ ପ୍ରାର୍ଥୀମାନଙ୍କୁ ଅଯଥା କୋର୍ଟ କଚେରୀ ମାମଲାରେ ନପକାଇ ସେମାନଙ୍କୁ ନିଯୁକ୍ତି ଦେଇ ସରକାର ସରକାରୀ କାର୍ଯ୍ୟ ହାସଲ କରିପାରିଥାନ୍ତେ  । ନିଯୁକ୍ତି ପାଇ ପିଲାଟି ନିଜର ଆର୍ଥିକ ସଂକଟ ଦୂର କରିବା ସହିତ ପରିବାର ତଥା ଦେଶର ଆର୍ଥିକ ପରିଚାଳନାରେ ସହାୟକ ହୋଇ ପାରିଥାନ୍ତା  ।

Loading...

ବର୍ତ୍ତମାନ ସୁପ୍ରିମକୋର୍ଟ ୨୦ ବର୍ଷର ମାମଲାଟିକୁ ପୁନର୍ବିଚାର ନିମନ୍ତେ ମାନ୍ୟବର ହାଇକୋର୍ଟଙ୍କୁ ପଠାଇବା ଦ୍ୱାରା ମାନ୍ୟବର ହାଇକୋର୍ଟ ୨୦ବର୍ଷ ପରେ ମଧ୍ୟ ସେହି କଥା ଦୋହରାଇଛନ୍ତି ଯେ ଘରୋଇ ବିଭାଗ ଉପରୋକ୍ତ ନିଯୁକ୍ତି ବେଳେ ସଂରକ୍ଷଣ ନିୟମକୁ କଡ଼ା କଡ଼ି ପାଳନ କରି ନାହାଁନ୍ତି, ଓଡ଼ିଶା ମିନିଷ୍ଟେରିୟାଲ୍ ରୁଲ୍ (            OMS Rules ) ଧାରା ୮ (ଆଠ) କୁ ନିଯୁକ୍ତିରେ ଅନୁକରଣ କରି ନାହାଁନ୍ତି  । ନିୟମରେ ଥିବା ୧୭-ଇ କୋହଳ ନିୟମକୁ ପ୍ରୟୋଗ କରି ବିଜ୍ଞାପିତ ପଦବୀ ଠାରୁ ଅଧିକ ସଂଖ୍ୟକ ମେଧା ତାଲିକା ରଖିଛନ୍ତି  । ନିୟମ କୋହଳ କରି ୩୦୦ରୁ ଅଧିକ ପିଲାଙ୍କୁ ନିଯୁକ୍ତି ଦେଇଛନ୍ତି ଓ ତାଲିକର ବୈଧତାକୁ ଅନ୍ୟ ମାନଙ୍କ ପାଇଁ ବଢାଇ ପରବର୍ତ୍ତୀ ବର୍ଷମାନଙ୍କରେ  ନିଯୁକ୍ତି ଦେଇଛନ୍ତି  ।  ଏଠାରେ ଉଲ୍ଲେଖଯୋଗ୍ୟ କି ସରକାର ୧୯୯୯ ମସିହାରେ ନିଯୁକ୍ତି ପରେ ମେଧା ତାଲିକାକୁ ୩୧.୭.୨୦୦୩ ପର୍ଯ୍ୟନ୍ତ ବୈଧ ରଖି ପଦବୀ ଶହଶହ ସଂଖାରେ ସେତେବେଳେ ଖାଲିଥିବା ବେଳେ ବଳକା ପ୍ରାର୍ଥୀ/ପ୍ରାର୍ôଥନୀ ମାନଙ୍କୁ ସେହି ଖାଲି ପଦବୀ ଗୁଡ଼ିକରେ ନିଯୁକ୍ତି ଦେଇନଥିଲେ  । ସରକାର ୧୯୯୬ ପରେ, ୨୦୧୬ ମସିହାରେ ନିଯୁକ୍ତି ପରୀକ୍ଷା ପରେ ପିଲାମାନଙ୍କୁ ନିଯୁକ୍ତି ଦେବା ସ୍ଥଳେ, ଜଞଓ  ମାଧ୍ୟମରେ ମିଳିଥିବା ତଥ୍ୟ ଅନୁଯାୟୀ ୬୭୧ ତାଲିକାରୁ ୩୬୧ ଲୋକଙ୍କ ନିଯୁକ୍ତି ପରେ ୩୧୦ଟି ପଦବୀ ଏ ଯାବତ୍ ସରକାରୀ ଆଦେଶ ନେଇ ଅବଶିଷ୍ଟ ପ୍ରାର୍ଥୀ/ପ୍ରାର୍ôଥନୀ ମାନଙ୍କ ପାଇଁ ସଂରକ୍ଷିତ ରଖିଥିଲେ ମଧ୍ୟ ସେମାନଙ୍କୁ ଉକ୍ତ ପଦବୀରେ ନିଯୁକ୍ତି ଦେଇନାହାନ୍ତି  । ବର୍ତ୍ତମାନ ମାନ୍ୟବର ଉଚ୍ଚନ୍ୟାୟାଳୟ ଓଡ଼ିଶା ଲୋକସେବା ଆୟୋଗ ନିୟମାନୁଯାୟୀ ୧୯୯୭ ମସିହାରୁ ମନୋନୀତ ନାମ ତାଲିକା ପଠାଇ ନାହାଁନ୍ତି ବୋଲି ଦର୍ଶାଇ ମତାମତ ଜାହିର କରିଛନ୍ତି ଓ ନିଯୁକ୍ତି ନିୟମାବଳୀ ଗୁଡ଼ିକ ସଠିକ୍ ରୁପେ ପାଳନ କରାଯାଇ ନାହିଁ ବୋଲି ମତ ପୋଷଣ କରିଛନ୍ତି ଯାହା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିଲା  । ମାନ୍ୟବର କୋର୍ଟଙ୍କ ଏତାଦୃଶ ମତାମତ କେବଳ ଯେ ୩୧୦ ବଳକା ତଥା  ନିଯୁକ୍ତି ପାଇଁ ଅପେକ୍ଷାରତ ପ୍ରାର୍ଥୀଙ୍କ ପାଇଁ ନିଯୁକ୍ତି ସଂକଟ ସୃଷ୍ଟି  କରିନାହିଁ ବରଂ କୋଡ଼ିଏ ବର୍ଷଧରି ସରକାରଙ୍କ କହିବା ମତେ ଚାକିରୀରେ ଥିବା ଓ ପଦୋନ୍ନତି ପାଇ ସାରିଥିବା ୨୯୦ (ଦୁଇଶହ ନବେ) ଜଣଙ୍କ ପାଇଁ ଚାକିରୀ ସଂକଟ ସୃଷ୍ଟି କରିଛି  । ଆଇନ ବିଭାଗ ତଥା କୋର୍ଟ କଚେରୀଙ୍କର ପରାମର୍ଶ ଓ ଆଦେଶ ନମାନିବା ଦ୍ୱାରା ସରକାର ନିଜେ ସଂକଟରେ ପଡ଼ିବା ସହିତ ପିଲାମାନଙ୍କର ଜୀବନପଥକୁ ସଂକଟର ଅନ୍ଧାର ଗହ୍ୱରକୁ ଠେଲି ଦେଇଛନ୍ତି  ।

ମାନ୍ୟବର ଉଚ୍ଚନ୍ୟାୟାଳୟ ଏହି ନିଯୁକ୍ତି ସମୟରେ କି କି ଭୁଲ୍ ହୋଇଛି ତାହା ଦର୍ଶାଇ ଉଲ୍ଲେଖ କରିବା ପରେ ଘରୋଇ ବିଭାଗର ଅଧିକାରୀ  ଭୂଲ୍ ସଂଶୋଧନ କରି ନିଯୁକ୍ତି ତ୍ୱରାନ୍ୱିତ କରିବା ପରିବର୍ତ୍ତେ ପ୍ରାର୍ଥୀମାନଙ୍କୁ ଆଉ ଗୋଟେ ସ୍ୱଷ୍ଟ ନିର୍ଦ୍ଦେଶନାମା ହାଇକୋର୍ଟ ଅଥବା ସୁପ୍ରିମ୍କୋର୍ଟରୁ ଆଣିବା ପାଇଁ ମୌଖିକ ଉପଦେଶ/ନିର୍ଦ୍ଦେଶ ଦେଉଛନ୍ତି  । ଏହା କେତେଦୂର ଗ୍ରହଣଯୋଗ୍ୟ ଓ ଯଥାର୍ଥ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଚାର ପୂର୍ବକ ସଠିକ୍ ନ୍ୟାୟ ଦେଇପାରିବେ ବୋଲି ଦାବୀ ହେଉଛି  । ପ୍ରଥମରୁ ଗୋଟିଏ ଭୁଲ୍କୁ ନିୟମ ବହିଃର୍ଭୁତ ଭାବରେ ଗ୍ରହଣ କରି କାର୍ଯ୍ୟକାରୀ କରି ସାରିବା ପରେ ଏବଂ ଏହାକୁ ନେଇ କୋର୍ଟ କଚେରୀରେ ତର୍ଜମା କରାଇ ବର୍ଷ ବର୍ଷ ଧରି ଭୁଲ୍ଟିକୁ ସଂଶୋଧନ ନକରି ମେଧାବୀ ପ୍ରାର୍ଥୀମାନଙ୍କୁ ନିର୍ଯ୍ୟାତିତ କରାଇବା କେଉଁ ପ୍ରକାର କାର୍ଯ୍ୟ ଏହା ରାଜ୍ୟର ସର୍ବୋଚ୍ଚ କର୍ତ୍ତା ରାଜ୍ୟପାଳ ତଥା ମୁଖ୍ୟମନ୍ତ୍ରୀ ବିଚାର କରିବେ  ।

 

Loading...
Share It
  • 49
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.