ପେଟ୍ରୋଲ , ଡିଜେଲ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ପୋଲସରାରେ ବନ୍ଦ ପାଳନ

ଓଡିଶା ନ୍ୟୁଜ୍

ପୋଲସରା- ୧୦/୯/ ପେଟ୍ରୋଲ , ଡିଜେଲ ଓ ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ଆଜି ପୋଲସରାରେ ଜାତୀୟ କଂଗ୍ରେସ ଓ ଭାରତୀୟ କମ୍ୟୁନିଷ୍ଟି ପାର୍ଟି ତରଫରୁ ବନ୍ଦ ପାଳନ କରାଯାଇଥିଲା । ଆଜି ପୂର୍ବାହ୍ନ ୯ ଘଟିକା ସମୟରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପୋଲସସରା ଆଚଂଳିକ କମିଟି ପକ୍ଷରୁ ଦଣ୍ଡ ପାଣି ସାମଲ, ହରିହର ପାତ୍ର , ଲକ୍ଷ୍ମୀ ପାତ୍ର , କାଳୁ ଚରଣ ସାମଲ, ନଗରବାସୀ ପ୍ରଧାନ, ଦୁର୍ଯ୍ୟୋଧନ ରାଉତ୍, ବିଜୟ ସାମନ୍ତରାୟ, କବିରାଜ ନାୟକ, ସନ୍ତୋଷ ସେଠୀ , ବୁଲୁ ନାୟକ, ଅକ୍ଷୟ କୁମାର ଜେନା ଓ ରଂଜନ ସେଠୀ ପ୍ରମୁଖ ଶତାଧିକ କର୍ମୀ ମାନେ ସ୍ଥାନୀୟ ତହସିଲଦାର କାର୍ଯ୍ୟାଳୟ ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟାଳୟ, ପଂଚାୟତ ସମିତି କାର୍ଯ୍ୟାଳୟ, ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆନ୍ଧ୍ରା ବ୍ୟାଙ୍କ୍ , ଇଣ୍ଡିଆନ ଓଭସରସିସ ବ୍ୟାଙ୍କ, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍, ଆକ୍ସିସ ବ୍ୟାଙ୍କ ଏବଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଶାଖା ସମ୍ମୁଖରେ ପିକେଟିଂ କରିଥିଲେ । କମ୍ୟୁନିଷ୍ଟ କର୍ମୀ ମାନେ ମୋଦି ହଟାଅ ଦେଶ ବଂଚାଅ ସ୍ଲୋଗାନ ଦେବାସହ ତୁମ ଆଛେଦିନ କୁଆଡେ ଗଲା. ମୋଦି ତୁମେ ଜବାଦ ଦିଅ ପ୍ରଭୁତି ଧ୍ୱନୀ ଦେଇ ପିକେଟିଂ କରିବା ଦ୍ୱାରା ବ୍ୟାଙ୍କ ସେବା ବାଧା ପ୍ରାପ୍ତ ହୋଇଥିଲା , ଏହା ବ୍ୟତିତ ସରକାରୀ ଦପ୍ତର ଓ ଯାନବାହାନ ଚଳାଚଳ ବନ୍ଦଥିବା ଦେଖିବାକୁ ମିଳିଥିଲା । କେବଳ ଔଷଧ ଦୋକାନ ଗୁଡିକ ଖୋଲା ରହିଥିଲା । କେନ୍ଦ୍ର ସରକାତଙ୍କର ସାଧାରଣ ଜନମାରଣ ନିତୀକୁ ଦ୍ୱୟ ଦଳ ତରଫରୁ ସମଗ୍ର ଭାରତ ବର୍ଷରେ ବିରୋଧ କରାଯାଉଥିବା ବେଳେ ପୋଲସରା ଅଂଚଳରେ ତାହାର ପ୍ରଭାବ ବେଶ ଅନୁଭୂତ ହୋଇଥିଲା ।

 

Loading...
Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.