ମୁମ୍ବାଇ: ନିକଟରେ ରିଲିଜ୍ ହୋଇଛି ଅମିତାଭଙ୍କ ଅଭିନୀତ ଫିଲ୍ମ ‘ବଦ୍ଲା’। ଏବେ ଏହା ବକ୍ସ ଅଫିସରେ ଭଲ ବ୍ୟବସାୟ ବି କରୁଛି। ହେଲେ ପୁଣିଥରେ ଶୁଣିବାକୁ ମିଳିଛି କି ଅମିତାଭ ଖୁବ୍ଶୀଘ୍ର ଆଉ ଏକ ଫିଲ୍ମରେ କାମ ଆରମ୍ଭ କରିବେ। ଆଉ ଏଥିରେ ତାଙ୍କ ସହ ପ୍ରଥମ ଥର ନଜର ଆସିବେ ବଲିଉଡ୍ର ସିରିଏଲ କିସର୍ ଇମ୍ରାନ୍ ହାସମି। ଫିଲ୍ମଟିର ନାଁ ରହିଛି ‘ଖେଲ’। ଅନ୍ୟମାନଙ୍କ ମଧ୍ୟରେ ଅନୁ କପୁର ଓ ସୌରଭ ଶୁକ୍ଳାଙ୍କୁ ମଧ୍ୟ ଏଥିରେ ଅଭିନୟ କରିବାର ସୁଯୋଗ ମିଳିଛି। ଫିଲ୍ମର ନିର୍ଦ୍ଦେଶନା ଭାର ରୁମି ଜାଫରୀ ସମ୍ଭାଳି ଥିବା ବେଳେ ଏହାର ପ୍ରଯୋଜନା ଭାର ନେଇଛନ୍ତି ଆନନ୍ଦ ପଣ୍ଡିତ। ଆସନ୍ତା ମେ’ ୧୩ ପରେ ଏହାର ଶୁଟିଂ ଆରମ୍ଭ କରାଯାଇପାରେ। ତେବେ ଫିଲ୍ମଟିରେ ଅନେକ ଟୁଇଷ୍ଟ ଥିବାରୁ ଏହାର ନାମ ‘ଖେଲ’ ରଖାଯାଇଥିବା ସୂଚନା ମିଳିଛି। ବିଗ୍ ବି ଏଥିରେ ଜଣେ ବିଚାରପତି ଭୂମିକାରେ ନଜର ଆସିବେ ବୋଲି କୁହାଯାଉଛି।
Loading...
Share It