ପ୍ରଥମ ସିନେମା ନୁହେଁ , ଜାଣନ୍ତୁ କେଉଁ ସିନେମାରୁ ବାବୁସାନ୍‌ ଷ୍ଟାର ବନିଥିଲେ ?

ସିନେମା

Image result for babushan to akhi re mu

ଓଲିଉଡରେ କେତେକ ଅଭିନେତାଙ୍କ ପ୍ରଥମ ସିନେମା ଫ୍ଲପ୍‌ ହୋଇଥିଲାଓଲିଉଡ଼୍‍ର ଷ୍ଟାର୍‌ସନ୍‌ ବାବୁସାନ୍‌ ଜଣେ ‘ରୋମିଓ ଦ ଲଭର ବୟ୍‌’ଫିଲ୍ମରେ ଡ଼େବ୍ୟୁ କରିଥିଲେ ଓଲିଉଡ଼୍‍ରେ । ଏହାର ପ୍ରଯୋଜନା କରିଥିଲେ ବ୍ରଜରାଜ ମୁଭିଜ୍‌ ଏବଂ ନିର୍ଦ୍ଦେଶନା ଦେଇଥିଲେ ହର ପଟ୍ଟନାୟକ।ଏହି ଫିଲ୍ମରେ ଷ୍ଟାର୍‌ସନ୍‌ ବାବୁସାନ୍‌ଙ୍କ ନାୟିକା ବନିଥିଲେ ନବାଗତା ଲଭଲି। ଏ ଦୁହିଁଙ୍କ ବ୍ୟତୀତ ଏଥିରେ ବିଜୟ ମହାନ୍ତି ଏବଂ ପ୍ରୀତିରାଜ ତଥା ଅରିନ୍ଦମ୍‌ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ସିନେମାର ଟାଇଟଲ୍‌କୁ ନେଇ ବି ଚର୍ଚ୍ଚା ସାଉଁଟିଥିଲେ ବାବୁସାନ୍‌। ପ୍ରଥମ ସିନେମାରେ ଷ୍ଟାର୍‌ସନ୍‌ ବାବୁସାନ୍‌ ବନିଥିଲେ ରୋମିଓ। ଏହା ଏକ ସୁଇଟ୍‌ ରୋମାଣ୍ଟିକ୍‌ ଫିଲ୍ମ ଥିଲା।

ପ୍ରଥମ ଫିଲ୍ମଟି ରିଲିଜ୍‌ ହେବା ଆଗରୁ ତାଙ୍କର ଜବରଦସ୍ତ କ୍ରେଜ୍‌ ଥିଲା। ଏହି ସିନେମାକୁ ନେଇ ଦର୍ଶକଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍କଣ୍ଠା ଥିଲା,ହେଲେ ଫିଲ୍ମଟି ରିଲିଜ୍‌ ହୋଇ ଦର୍ଶକଙ୍କୁ ନିରାଶ କରିଥିଲା। ବୋଧ ହୁଏ ସେହି କାରଣରୁ ‘ରୋମିଓ ଦ ଲଭର ବୟ’ଫ୍ଲପ୍‌ ହୋଇଥିଲା।

Loading...

ବାବୁସାନ୍‌ଙ୍କ ଦ୍ୱିତୀୟ ଫଲ୍ମ ଥିଲା ‘ତୋ’ ଆଖିରେ ମୁଁ ’ ଯାହାର ପ୍ରଯୋଜନା କରିଥିଲେ ପ୍ରଯୋଜକ ପ୍ରଭାସ ଚନ୍ଦ୍ର ରାଉତଏବଂ ନିର୍ଦ୍ଦେଶନା ଦେଇଥିଲେ ଏସ୍‌ କେ ମୁରଲୀଧରନ୍‌। ‘ତୋ’ ଆଖିରେ ମୁଁ’ କିନ୍ତୁ ବକ୍ସ ଅଫିସ୍‌ରେ ହିଟ୍‌ ହେଲା। ଏହାପରେ ପ୍ରକୃତରେ ବାବୁସାନ୍‌ଙ୍କର ଡିମାଣ୍ଡ ଓଲିଉଡ଼୍‍ରେ ବୃଦ୍ଧି ପାଇଥିଲା। ସେ ଏଥର ଖୁବ୍‌ ଚର୍ଚ୍ଚିତ ହେଲେ। ପ୍ରକୃତରେ ଏହି ସିନେମା ରିଲିଜ୍‌ ହେବାପରେ ଷ୍ଟାର୍‌ ବନିଥିିଲେ ବାବୁସାନ୍‌ ।

Loading...
Share It
  • 124
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.