ଦର୍ଶକଙ୍କ ଖୁସି ହିଁ ମୋର ସଫଳତା – ପ୍ରଶାନ୍ତ ସାଇଁ (ଜିତୁ)

ଓଡିଶା ସିନେମା

                  

           ଆଲବମ ନାୟକ ପ୍ରଶାନ୍ତ ସାଇଁ, ଯୁବ ପୀଢିଙ୍କ ପାଇଁ ଭଲ ଖୋରକ ଯୋଗାଇଛନ୍ତି । ପିତା ପବିତ୍ର ସାଇଁ ଓ ମାତା ଅନସୂୟା ସାଇଁଙ୍କ କୋଳ ମଣ୍ଡନ କରି ସେ ଓଡ଼ିଶାର ପୁର ପଲ୍ଲୀରେ ନିଜକୁ ପରିଚିତ କରିବା ସହ ଦର୍ଶକ ମାନଙ୍କ ମନମାହିବାର ପ୍ରୟାସକୁ ବଳବତ୍ତର କରି ରଖୁଛନ୍ତି । ପିଲାଟି ଦିନରୁ ନୃତ୍ୟ ପ୍ରତି ରୁଚି ରଖୁଥିବା ପ୍ରଶାନ୍ତଙ୍କୁ ତାଙ୍କ ପରିବାର ଓ ବନ୍ଧୁମାନେ ଆନ୍ତରିକତା ପୂର୍ଣ୍ଣ ସହେଯାଗ କରି ଆସିଛନ୍ତି ବୋଲି ପ୍ରଶାନ୍ତ ପ୍ରକାଶ କରିବା ସହ, ଆଜି ସଫଲତାର ଦ୍ୱାରାଦେଶରେ ମୋର ପହଁଚିବାର ପ୍ରୟାସର ଶ୍ରେୟ ଭଗବାନଙ୍କ ସହିତ ମୋର ଆମୟ ସଜନ ସର୍ବୋପରି ଦର୍ଶକ ମାନଙ୍କୁ ପ୍ରଦାନ କରିବି ବୋଲି ପ୍ରଶାନ୍ତ କହିଛନ୍ତି ।

Loading...

                   

                     ପ୍ରଶାନ୍ତ ନିଜର ଜନ୍ମପୀଠ କେନ୍ଦ୍ରାପଡା ଜିଲ୍ଲାର, ମହାକାଳ ପଡ଼ା ବ୍ଲକ ଅନ୍ତର୍ଗତ, ବଡଘାଇ ନାମକ ଏକ ଅକ୍ଷାତ ପଲ୍ଲୀକୁ ନିଜର କଳା ନୈପୁଣତା ମାଧ୍ୟମରେ ରାଜ୍ୟରେ ପରିଚିତ କରିବାର ସପ୍ନ ଦେଖୁଛନ୍ତି । ଯୁବ ଗୀତିକାର ସୁନିଲ କୁମାର ମହାରଣାଙ୍କ ରଚିତ ଆଲବମ୍ ଛାତିରେ ମୋର ଲେଖୁଛି ତୋ ନାଁ ,ସଂଗୀତରେ ଅଭିନୟ କରି ବେଶ ସଫଳତା ପାଇଛନ୍ତି । ଏହା ତାଙ୍କୁ ଆଗକୁ ଆଗେଇବାରେ ସହେଯାଗ କରିବା ସହ ଜୀବନର ସଫଳତାର ଗତିପଥକୁ ବଦଳାଇ ଦେବାର ସହେଯାଗ କରିଥିଲା ଓ ସେବେ ଠାରୁ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି ବୋଲି ପ୍ରକାଶ କରିଛନ୍ତି । ତାପରେ ସେ ଆଲ୍‌ବମ୍ ଅଜଣା ରାଇଜେ ଟାଇଟଲ ସଙ୍ଗ, କଲେଛକ ପ୍ରଥମ ଦେଖାରେ, ଚୋରୀ ଚୋରୀ ଲଭ ଷ୍ଟୋରୀ, ସମାଧ ତଳୁ ଟାଇଟଲ୍ ସଙ୍ଗ ଲଭ ଲେଟର ( କହିପାରି ନାହିଁ ତୋତେ ମନକଥା ମୋର…. ଯେଉଁଥିରେ କଣ୍ଠଦାନ କରିଥିଲେ କୁମାର ବାପି )  ଆଦିରେ ତାଙ୍କର ଅଭିନୟ ଏବଂ ନୃତ୍ୟକୁ ମିଳିଛି ସବୁଆଡୁ ବହୁତ ସାବାସୀ । ଜୀବନ୍ତ କମେଡି ମାଇଣ୍ଡ ଫ୍ରେଶ , ଏଥିରେ ମଧ୍ୟ ତାଙ୍କ ଅଭିନୟକୁ ନେଇ ବହୁତ ଚର୍ଚ୍ଚା ହୋଇଛି । ଅଶୋକ ପତି ପ୍ରଶାନ୍ତଙ୍କର ମନପସନ୍ଦର ଡାଇରେକ୍ଟର , ତାଙ୍କ ନିର୍ଦେଶନାରେ  ସେ ଅଭିନୟ କରିବାର ଆଶାବାନ୍ଧି ବସିଛନ୍ତି । ନିଜ ଦକ୍ଷତା ପୂଣ ଅଭିନୟ ପ୍ରଦର୍ଶନରେ ଦର୍ଶକଙ୍କ ମାନସକୁ କିଣିବା ତାଙ୍କର ମୂଲ ଲକ୍ଷ। ପ୍ରଶାନ୍ତ ପ୍ରଶଂସାକୁ ଯେତିକି ଭଲ ପାଆନ୍ତି , ତାଙ୍କ ମାଧ୍ୟମରେ ଯଦି କେହି ଆନନ୍ଦ ପାଇ ପାରିବେ ସେଥିରେସେ ଅଧିକ ଖୁସି ହେବା ସହ ଦର୍ଶକ ମାନଙ୍କ ମନମୋହିବା ସେମାନଙ୍କ ଖୁସି ହିଁ ମୋର ସଫଳତା ବୋଲି ମୁଁ ଚିନ୍ତାକରେ ବୋଲି ପ୍ରକାଶ କରିଛନ୍ତି ।

Loading...
Share It
  • 21
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.