ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବାକୁ ପରିଣୀତିଙ୍କ ନିବେଦନ

ସିନେମା

Image result for parineeti chopra wallpaperନୂଆଦିଲ୍ଲୀ: ଦୈନନ୍ଦିନ ବ୍ୟବହାର କରାଯାଉଥିବା ପ୍ଲାଷ୍ଟିକ୍‌ ବନ୍ଦ କରିବାକୁ ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଲୋକଙ୍କୁ ନିବେଦନ କରିଛନ୍ତି। ଗୁରୁବାର ‘ବେହତର ଇଣ୍ଡିଆ କ୍ୟାମ୍ପେନ୍‌’ର ଚୂଡ଼ାନ୍ତ ସଂସ୍କରଣରେ ପ୍ଲାଷ୍ଟିକ୍‌ର ଗୁରୁତର ପ୍ରଭାବ ବିଷୟରେ ସେ ମନ୍ତବ୍ୟ ଦେଇଥିଲେ। ପରିଣୀତି ଏହି କାର୍ଯ୍ୟକ୍ରମର ବ୍ରାଣ୍ଡ ଆମ୍ବାସାଡର ଅଛନ୍ତି। ତାଙ୍କ କହିବାନୁଯାୟୀ, ସେ ହେଉଛନ୍ତି ସାଗରପ୍ରେମୀ ଏବଂ ସ୍କୁବା ଡାଇଭର। ତେଣୁ ପ୍ଲାଷ୍ଟିକ ଦ୍ୱାରା ସମୁଦ୍ରରେ କି ପ୍ରକାର ପରିବର୍ତ୍ତନ ଘଟୁଛି ତାହା ସେ ଦେଖୁଥିବା ପ୍ରକାଶ କରିଥିଲେ। ଆମେ ଏକ ପ୍ଲାଷ୍ଟିକ୍‌ ବଟଲକୁ ବ୍ୟବହାର କରିସାରିବା ପରେ ଫିଙ୍ଗିଦେଉ। କିନ୍ତୁ ଏହା ଅଳିଆ ରୂପରେ ପରିବେଶର କି ପ୍ରକାର କ୍ଷତି ଘଟାଏ ତାହା ଚିନ୍ତା କରୁନା। ଶୋଚନାର ବିଷୟ ହେଉଛି ସମୁଦ୍ରରେ ପ୍ଲାଷ୍ଟିକ୍‌ ଆବର୍ଜନା ଭର୍ତ୍ତି ହେଉଛି। ପ୍ଲାଷ୍ଟିକ୍‌ ଦ୍ରବ୍ୟ ଅବରୋଧ ଯୋଗୁ ଜଳ ନିଷ୍କାସନ ବାଧାପ୍ରାପ୍ତ ହେଉଥିବାରୁ ପ୍ରତିବର୍ଷ ବନ୍ୟା ଆସୁଛି। ସହଜରେ ନଷ୍ଟ ହୋଇପାରୁଥିବା ପ୍ଲାଷ୍ଟିକ୍‌ର ଏକ ବିକଳ୍ପ ବାହାର କରିବାକୁ ‘ନମସ୍ତେ ଇଂଲଣ୍ଡ’ର ଅଭିନେତ୍ରୀ ପରିଣୀତି ପ୍ରସ୍ତାବ ଦେଇଥିଲେ। ପୃଥିବୀକୁ ସୁନ୍ଦର କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି କିଛି ଉଦ୍ୟମ କରିବା ଆବଶ୍ୟକ ବୋଲି ସେ କହିଥିଲେ।

ପରିବେଶ ପାଇଁ କ୍ଷତିକାରକ ହେଉଥିବା କୌଣସି ସାମଗ୍ରୀକୁ ପରିଣୀତି ବ୍ୟବହାର କରନ୍ତି ନାହିଁ। କୌଣସି ବ୍ୟକ୍ତି ସାଧାରଣସ୍ଥଳରେ ଅଳିଆ ଆବର୍ଜନା ପକାଇଲେ ସେ ଗାଳି ଦେଇଥାଆନ୍ତି। ଉନ୍ନତ ମାନର ପରିବେଶ ଏବଂ ସ୍ବାସ୍ଥ୍ୟରକ୍ଷା ପାଇଁ ବେହତର ଇଣ୍ଡିଆନ୍‌ କ୍ୟାମ୍ପେନ୍‌ର ଉଦ୍ୟମ ବଳିଷ୍ଠ ବୋଲି ସେ ପ୍ରକାଶ କରିଛନ୍ତି।

Loading...
Loading...
Share It
  • 83
    Shares

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.