ପିଲାଙ୍କ ପାଇଁ ତୁଳସୀ

ସ୍ୱାସ୍ଥ୍ୟ

Image result for child eat tulsi􀂋 ଅଧା ଚାମଚ ତୁଳସୀପତ୍ର ରସ, ଅଧଚାମଚ ଅଦାରସ ଏବଂ ଅଧା ଚାମଚ ମହୁ ମିଶାଇ ପ୍ରତ୍ୟେକ ୩ଥର ଲେଖାଏଁ ସେବନ କରିବାକୁ ଦେଲେ ଶିଶୁର ସାଧାରଣ ସର୍ଦ୍ଦି
ଏବଂ କାଶ ଆରୋଗ୍ୟ ହୋଇଥାଏ ।

􀂋 ଥଣ୍ଡା ଏବଂ ସର୍ଦ୍ଦି ଯୋଗୁଁ କାନ ଟାଣୁଥିଲେ କିମ୍ବା ଯନ୍ତ୍ରଣା ହେଉଥିଲେ ତୁଳସୀପତ୍ର ରସକୁ ନଖ ଉଷୁମ ଲାଗି ୪/୫ଟୋପା ଲେଖାଏଁ କାନରେ ପକାଇଲେ ଆରାମ ଲାଗେ ।

􀂋 ମହୁମାଛି, ବିରୁଡ଼ି ଆଦି କୀଟ ଦଂଶନର ଜ୍ୱାଳା ଉପଷମ ପାଇଁ ତୁଳସୀପତ୍ର ବାଟି ପ୍ରଲେପ ଦିଆଯାଏ ।

Loading...

􀂋 ତୁଳସୀପତ୍ର ରସ ଏବଂ ଡାଳିମ୍ବର ଏକ ଚାମଚ ଲେଖାଏ ଦିନକୁ ୩ଥର ସେବନ କଲେ ଶିଶୁର ଅଜୀର୍ଣ୍ଣ ଝାଡ଼ା ଦୂର ହୋଇଥାଏ ।

􀂋 ଦଶଗ୍ରାମ ତୁଳସୀ ପତ୍ର, ଦଶ ଗ୍ରାମ ମେଥି ଏବଂ ପାଞ୍ଚ ଗ୍ରାମ କୁଟକୀକୁ ଦୁଇ ଶହ ମିଲିଲିଟର ପାଣିରେ ସିଝାଇ ଅବଶିଷ୍ଟ ୫୦ ମିଲିଲିଟର ରହିଲେ ଓହ୍ଲାଇ ଛାଣି ସେହି
କ୍ୱାଥକୁ ଦୁଇ ଭାଗରେ ସକାଳେ ଏବଂ ସନ୍ଧ୍ୟାରେ ସେବନ କଲେ ସଂକ୍ରାମକ ବିଷଜନିତ ଜ୍ୱର ଉପଶମ ହୋଇଥାଏ ।

􀂋ହାଡ଼ଫୁଟି ବା ପାଣିବସନ୍ତ ରୋଗରେ ଗଧକ୍ଷୀର ସହିତ ତୁଳସୀପତ୍ରକୁ ବାଟି ପନ୍ଦର ମିଲିଲିଟର ପରିମାଣରେ ସେବନ କଲେ ବସନ୍ତର ଦାନାଗୁଡ଼ିକ ଶୀଘ୍ର ବାହାରିଯାଏ ଏବଂ ଜ୍ୱର ଉପଶମ ହୋଇଯାଏ ।

􀂋 ହାଡ଼ଫୁଟିରେ ଶୁଖିଲା ତୁଳସୀପତ୍ର ଧୂଆଁ ଦେଲେ ଯନ୍ତ୍ରଣା ଉପଶମ ହୁଏ । ସମାନ ପରିମାଣର ଶ୍ୱେତ ସଜନା ଛାଲି, କଳା ତୁଳସୀ ପତ୍ର ଏବଂ ବାଉଁଶପତ୍ର କ୍ୱାଥ୍ ପ୍ରସ୍ତୁତ କରି ବିସର୍ପ ରୋଗୀକୁ ସେବନ କରାଇଲେ ଦାହ ଏବଂ ବେଦନା ଶାନ୍ତ ହୁଏ ।

Loading...
Share It
  • 45
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.