ପରିବେଶ ସୁରକ୍ଷା ବର୍ତ୍ତମାନ ସମୟରେ ଏକ ବଡ଼ ଆହ୍ୱାନ । ଏହି ଆହ୍ୱାନର ସାମ୍ନା କରିବାକୁ ହେବ ବ୍ୟକ୍ତିଗତ ଭାବେ ଓ ସମଷ୍ଟିଗତ ଭାବେ । ପରିବେଶ ସୁରକ୍ଷା ପାଇଁ ବିଶ୍ୱସ୍ତରରେ ଯେଉଁ ପ୍ରଚେଷ୍ଟା ଆରମ୍ଭ ହୋଇଛି ତାହା କେବଳ କୌଣସି ସଂଗଠନ ବା ପ୍ରତିଷ୍ଠାନ ଜରିଆରେ ସମ୍ପୂର୍ଣ୍ଣ ସଫଳ ହେବା ଅସମ୍ଭବ । ବ୍ୟକ୍ତିର ସଚେତନତା ହିଁ ଏହାର ସଫଳତାର ଅସଲ ଚାବିକାଠି । ପରିବେଶକୁ ଭଲପାଉଥିବା ଓ ଏହାର ସୁରକ୍ଷା ପାଇଁ ଚିନ୍ତା କରୁଥିବା ପ୍ରତ୍ୟେକ ବ୍ୟକ୍ତି ଏକଥା ଜାଣିବା ଜରୁରୀ ।
ପରିବେଶ ପ୍ରଦୁଷଣ ଆଜି ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି । ବିଗତ ଦିନରେ ଜାପାନରେ ଘଟିଯାଇଥିବା ଭୂମିକମ୍ପ ଓ ସୁନାମି ପ୍ରକୃତିର କ୍ରୁରତା ଓ ପରିବେଶ ପ୍ରଦୂଷଣ ଭୟାବହତାର ଜ୍ୱଳନ୍ତ ଦୃଷ୍ଟାନ୍ତ । ସେହି ପରି ୧୯୯୯ ମସିହାରେ ମହାବିନାଶକାରୀ ମହାବାତ୍ୟାକୁ ଆମେ ଭୁଲିପ।ରିବା ନାହିଁ । ଆଗାମୀ ଦିନରେ ପ୍ରକୃତିର ଏହି କ୍ରୁର ରୂ କିଭଳି ଆକାର ଧାରଣ କରିବ ତାହା ଆମ କଳ୍ପନାର ବାହାରେ । ପ୍ରତି ମୁହୂର୍ତ୍ତରେ ମହାପ୍ରଳୟର ଆଶଙ୍କାରେ ଆମେ ଶଙ୍କିତ ଓ ଅତିଷ୍ଠ । ପରିସ୍ଥିତି ଏପରି ହୋଇଛି ଯେ ସାମାନ୍ୟ ଟିକେ ପବନ ହେଲେ ମହାବାତ୍ୟା ଓ ଲଘୁଚାପ ସୃଷ୍ଟି ହେଲେ ସୁନାମି ଆସିବାର ଆଶଙ୍କା ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରୁଛି । ଜଙ୍ଗଲ ଧ୍ୱଂସ ହିଁ ଏହାର ପ୍ରମୁଖ କାରଣ ରୂପେ ଉଭା ହୋଇଛି । ଫଳସ୍ୱରୂ , ବିଶ୍ୱ ତାପାୟନ ବଢ଼ିଚାଲିଛି, ଭୂତଳ ଜଳସ୍ତର ନିମ୍ନଗାମୀ ହେଉଛି, ମୃତ୍ତିକା କ୍ଷୟ ବଢ଼ିବାରେ ଲାଗିଛି, ବୃଷ୍ଟି ।ତ ହ୍ରାସ ପାଉଛି, ଉତ୍ପାଦନ ବ୍ୟାହତ ହେଉଛି ଓ ସର୍ବୋପରି ପରିବଶ ଦିନକୁ ଦିନ ପ୍ରଦୁଷିତ ହେବାରେ ଲାଗିଛି । ବିଶ୍ୱ ତାପାୟନ ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଋତୁ ଚକ୍ରରେ ପରିବର୍ତ୍ତନ ଦେଖାଦେଇଛି । ଛଅ ଋତୁ ଆଜି ସାତ ସପନ । ପୌଷ ଓ ମାଘର ହାଡ଼ଭଙ୍ଗା ଶୀତ ଆଉ ନାହିଁ । ଶୀତର ପ୍ରଭାବ ଢେର କମିଗଲାଣି । ଗରମ ପୋଷାକ ଆଗ ଭଳି ଦରକାର ପଡ଼ୁନି । ବରଂ ଘରେ ଫ୍ୟାନ୍ର ଆବଶ୍ୟକତା ପଡ଼ୁଛି । ଫାଲ୍ଗୁନ ଚୈତ୍ର ନା ଥାଏ ଖରା ନା ଶୀତ । ମଳୟ ପବନ ସାଥେ ଭାସିଆସେ କୋଇଲିର କୁହୁତାନ । ମୃଦୁମଳୟ ପବନ ତନୁମନରେ ଶିହରଣ ଆଣେ । କିନ୍ତୁ ଆଗଭଳି ଶୁଭୁନାହିଁ କୋଇଲିର ସ୍ୱର କି ବହୁନାହିଁ ସୁଲୁସୁଲିଆ ପବନ । ହେମନ୍ତ ଓ ଶରତ ଋତୁର କଥା ନକହିବା ଭଲ । ଗ୍ରୀଷ୍ମଋତୁର ଅବଧି ବଢ଼ି ବଢ଼ି ଚାଲିଛି । କେବଳ ବୈଶାଖ ଜ୍ୟେଷ୍ଠ ନୁହେଁ ବର୍ଷର ଅନେକ ସମୟରେ ମୁଣ୍ଡଫଟା ଖରା । ଅଗ୍ନି ବର୍ଷୁଛି-ଅସହନୀୟ ହେଉଛି ଜୀବନଯାତ୍ରା । ଆଦ୍ୟ ଆଷାଢ଼ର ପହିଲି ବର୍ଷାର ମହକ ଆଉ ନାହିଁ । ସାରୁ ଗଛମୁଳରୁ ଶୁଭୁନି ବେଙ୍ଗର ରଡ଼ି । ଏବେ ମୌସୁମୀର ରହୁନି ଠିକଣା । ଧାରା ଶ୍ରାବଣ ହରାଇ ବସିଛି ତା’ର ପ୍ରାସଙ୍ଗିକତା । ବର୍ଷ ବର୍ଷ ଧରି ପ୍ରକୃତି ମାତା ଉପରେ ହୁମ୍ଦୁମ୍ ଚାଲିଛି । ମାଆ ଚପଳ ବାଳକର ହୁମ୍ଦୁମ୍ ସମ୍ଭାଳିନିଏ । କିନ୍ତୁ ଏକବିଂଶ ଶତାବ୍ଦୀର ମଣିଷ ବଡ଼ ହୋଇଛି । ଏହାର ଜ୍ଞାନ ହୋଇଛି । ବିଜ୍ଞାନ ବଳରେ ଜଗତକୁ ଜିଣିବାର ପ୍ରୟାସ ଜାରି ରଖିଛି । କିନ୍ତୁ ଏସବୁ ସତ୍ତେ୍ୱ ସେ ଜାଣି ନଜାଣିଲା ପରି ପ୍ରକୃତି ଉପରେ ଅତ୍ୟାଚାର କରିଚାଲିଛି । କାରଣ ଖୋଜି ବସିଲେ ପ୍ରକୃତି ବିଶ୍ୱ ମାନବ ସମାଜକୁ ଦେଇଛି ଜଳ, ବାୟୁ, ମୃତ୍ତିକା ଓ ଜଙ୍ଗଲ । ମାତ୍ର ଦ୍ରୁତ ଜନ ବିସ୍ଫୋରଣ, ଶିଳ୍ପ ଅଭିବୃଦ୍ଧି, ସଡ଼କ ନିର୍ମାଣ, ଲୋକଙ୍କ ଚାହିଦା ମେଣ୍ଟାଇବା ପାଇଁ ବସତି ନିର୍ମାଣ ପ୍ରଭୃତି ହେତୁ ବ୍ୟାପକ ଜଙ୍ଗଲ କଟା ଚାଲିଛି । ଫଳରେ ବାୟୁମଣ୍ଡଳରୁ ଅମ୍ଳଜାନ କମି ବିଷାକ୍ତ ଅଙ୍ଗାରକାମ୍ଳ ଗ୍ୟାସ୍ ବୃଦ୍ଧି ପାଇ ବିଶ୍ୱ ତାପମାତ୍ରା ବଢ଼ିବାରେ ଲାଗିଛି । ଖାଲି ସେତିକି ନୁହେଁ କଳକାରଖାନାରୁ ନିର୍ଗତ ଗ୍ୟାସ୍ ଏବଂ ଅନ୍ୟାନ୍ୟ ରାସାୟନିକ ପ୍ରକ୍ରିୟା ଓ ପ୍ରତିକ୍ରିୟାରୁ ବାୟୁ, ଜଳ, ମୃତ୍ତିକା ମଧ୍ୟ ପ୍ରଦୂଷିତ ହେଉଛି । ଅଜ୍ଞାନ ବାଳକ ସିନା ଜାଣିନଥିଲା, ହେଲେ ଏବର ବିଜ୍ଞାନୀ ପୁଅମାନେ ଭଲଭାବେ ଜାଣିଛନ୍ତି ଯେ ପ୍ରକୃତିମାତା ସୁକୁମାର ଭାବେ ଗଢ଼ା । ଯଦି ପୃଥିବୀର ତାପମାତ୍ରା ଆଉ ୩ ଡିଗ୍ରୀ ବଢ଼ିଚାଲେ ତାହେଲେ ଏ ମେରୁ ନିକଟରେ ଜମା ହୋଇ ଜଳବାୟୁକୁ ନିୟନ୍ତ୍ରଣ କରୁଥିବା ବରଫ ପାହାଡ଼ ସବୁ ତରଳିଯିବ । ଏପରି ଭାବେ ଯଦି ବରଫ ତରଳେ, ସମୁଦ୍ର ଜଳ ପତ୍ତନ ଆଉ ୧୫ ଫୁଟ୍ ବଢ଼ିଯିବ । ୧୫ ଫୁଟ ତ ଦୂରର କଥା, ଜଳପତ୍ତନ ୩ରୁ ୫ ଫୁଟ ବଢ଼ିଗଲେ ସମଗ୍ର ବିଶ୍ୱ ପ୍ରଳୟରେ ଲୀନ ହେବ । ସତରେ ଏକଥା ଆମେ କେବେ ବୁଝିବା କେଜାଣି? ବିଶ୍ୱ ପରିବେଶ ଏଭଳି ସଙ୍କଟଜନକ ପରିସ୍ଥିତିରେ ଗତି କରୁଥିବାବେଳେ ଏହି କଥାକୁ ଆଖି ଆଗରେ ରଖି ମିଳିତ ଜାତିସଂଘ ୧୯୭୨ ମସିହାରେ ପ୍ରତିବର୍ଷ ଜୁନ୍ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ରୂପେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ବିଶ୍ୱ ପରିବେଶ ଦିବସର ଉଦ୍ଦେଶ୍ୟ ହେଲା ପରିବେଶ ସମସ୍ୟାକୁ ମାନବିକ ଦୃଷ୍ଟିକୋଣରୁ ବିଚାର କରିବା ଓ କାର୍ଯ୍ୟରେ ତାକୁ ରୁ ।ନ୍ତରିତ କରିବା । ଆମ ଦେଶରେ ୧୯୫୦ ମସିହାରେ ଭାରତ ସରକାର ବନମହୋତ୍ସବର ଆୟୋଜନ କରିଥିଲେ । ଉଦ୍ଦେଶ୍ୟ ହେଲା ବୃକ୍ଷରୋପଣ ଓ ଜଙ୍ଗଲ ସୃଷ୍ଟି । ସେହି ରି ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରଣାଳୟ ଅଧୀନରେ ଆଉ ଏକ ପରିଷଦ ଅଛି ଜାତୀୟ ବନୀକରଣ ଓ ପରିବେଶ ବିକାଶ ପରିଷଦ । ଏହାର ଲକ୍ଷ୍ୟ ହେଲା ବନୀକରଣ, ବୃକ୍ଷରୋପଣ, ପରିବେଶ ସୁରକ୍ଷା ଓ ପରିଚାଳନା । ପରିବେଶ ସୁରକ୍ଷା ବର୍ତ୍ତମାନ ସମୟରେ ଏକ ବଡ଼ ଆହ୍ୱାନ । ଏହି ଆହ୍ୱାନର ସାମ୍ନା କରିବାକୁ ହେବ ବ୍ୟକ୍ତିଗତ ଭାବେ ଓ ସମଷ୍ଟିଗତ ଭାବେ । ପରିବେଶ ସୁରକ୍ଷା ପାଇଁ ବିଶ୍ୱସ୍ତରରେ ଯେଉଁ ପ୍ରଚେଷ୍ଟା ଆରମ୍ଭ ହୋଇଛି ତାହା କେବଳ କୌଣସି ସଂଗଠନ ବା ପ୍ରତିଷ୍ଠାନ ଜରିଆରେ ସମ୍ପୂର୍ଣ୍ଣ ସଫଳ ହେବା ଅସମ୍ଭବ । ବ୍ୟକ୍ତିର ସଚେତନତା ହିଁ ଏହାର ସଫଳତାର ଅସଲ ଚାବିକାଠି । ପରିବେଶକୁ ଭଲପାଉଥିବା ଓ ଏହାର ସୁରକ୍ଷା ପାଇଁ ଚିନ୍ତା କରୁଥିବା ପ୍ରତ୍ୟେକ ବ୍ୟକ୍ତି ଏକଥା ଜାଣିବା ଜରୁରୀ । ପ୍ରତ୍ୟେକ ବ୍ୟକ୍ତି ବୃକ୍ଷଟିଏ ଲଗାଇ ତାକୁ ବଞ୍ଚାଇ ରଖି ପାରିଲେ ଏହା ହେବ ବିଶ୍ୱକୁ ଧ୍ୱଂସ ମୁଖରୁ ରକ୍ଷା କରିବାର ସହଜତମ ଉପାୟ ।
- 199Shares