ପଣ୍ଡିତଘରେ ପଣ୍ଡିତ ପୁଅ

ଓଡିଶା ଦେଶ ବିଦେଶ ନ୍ୟୁଜ୍

ବିଦଗ୍ଧ କବି ଅଭିମନ୍ୟୁଙ୍କ ଅଂଚଳର ଗର୍ବ ଗୌରବ ଅବିନାଶ ମିଶ୍ର

ଯାଜପୁର – ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ବରୀ ମାଟି ମାଆ କୋଳରେ ଅବଧି ଜଣେମାତ୍ର ଭାରତୀୟ ପ୍ରଶାସନିକ ସେବା ନିମନ୍ତେ କେହି ସୃଷ୍ଟି ହୋଇ ନଥିଲେ । ସ୍ୱାଧୀନତା ସଂଗ୍ରାମ ଠାରୁ କଳା ସଂସ୍କୃତିରେ ବରୀ ମାଟିର ସୌରଭ ଅବର୍ଣ୍ଣନୀୟ, ଯାହାର ଗାରିମାମୟ ଇତିହାସକୁ ବିଶ୍ୱ ମୁକ୍ତକଣ୍ଠରେ ଗାଉଛି । ଭଗବାନ ବୁଦ୍ଧଙ୍କ ମହାପୀଠ ଠାରୁ ବିଦଗ୍ଧ କବି ଅଭିମନ୍ୟୁ  ସାମନ୍ତ ସିଂହାରଙ୍କୁ ବରୀ ମାଆ ମାଟି ଜନ୍ମ ଦେଇଛି । ଆଧୁନିକ ଭାରତରେ ଯାହା ଜଣେ ମାଆ ପାଇଁ ଗର୍ବ ଗୌରବର କଥା ତାହା କିନ୍ତୁ ସମ୍ଭବ ହୋଇନଥିଲା । ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାର ତାଙ୍କ ଜନ୍ମଭୂମୀକୁ ଯେତେବେଳେ ବୃନ୍ଦାବନର ଅବିକଳ ନକଲ କରି ଗଢିତୋଳିଲେ ଠିକ୍ ସେତିକି ବେଳେ ବୃନ୍ଦାବନରେ ବ୍ରହ୍ମାଙ୍କର ଆବଶ୍ୟକ ପଡିଲା । ଅଭିମନ୍ୟୁ ସେହି ସମୟରେ ବ୍ରହ୍ମାଙ୍କ ଅଂଶ ସଦୃଶ୍ୟ ସାଣ୍ଡଲସ୍ୟ ଗୋତ୍ରୀ ବ୍ରାହ୍ମଣ ପରିବାରଙ୍କୁ ସ୍ତାପିତ କରିଥଲେ । ସମଗ୍ର ବରୀ ବଡ଼ଚଣା   ଅଂଚଳ ଆଜି ସେହି ପରିବାରର ପଦ୍ମନାଭ ମିଶ୍ରଙ୍କୁ ପଣ୍ଡିତ ଭାବରେ ସମ୍ମାନ କରେ । ସାମାଜରେ କିଛି କ୍ରିୟା ଅକ୍ରିୟା କାର୍ଯ୍ୟ ହେଲେ , ତାଙ୍କର ନିଷ୍ପତି ଶେଷସ୍ପର୍ଷ ଦେଇଥାଏ । ତାଙ୍କର ପୁତ୍ର ଦେବେନ୍ଦ୍ର ମିଶ୍ରଙ୍କର ପୁତ୍ର ଅବିନାଶ ମିଶ୍ର ଆଜି IAS  ପାଇବା ପରେ ସେହି ଜ୍ଞାନୀ ମାନି ଐତିହ୍ୟ ସମ୍ପନ୍ନ କୁଳର ମର୍ଯ୍ୟାଦାକୁ ଶତଗୁଣ ବର୍ଦ୍ଧିତ କରିଛନ୍ତି । ଅଭିମନ୍ୟୁ ଙ୍କ ଦ୍ୱାରା ପ୍ରତିଷ୍ଠିତ ପରିବାରର ଆଜି ବାସ୍ତବ ମୂଲ୍ୟାଙ୍କନ ହେବା ପରି ଲାଗୁଛି । IAS ପାଇବା ପରେ ସମଗ୍ର ବରୀରେ ବର୍ତମାନ କେବଳ ଚର୍ଚ୍ଚା ଆଉ ଚର୍ଚ୍ଚା , ସବୁଆଡେ ଅବିନାଶଙ୍କର ଚର୍ଚ୍ଚା ଚାଲିଛି । ଅବିନାଶ (27) ଚଳିତ ବର୍ଷ IAS  ପରୀକ୍ଷାରେ 65 RANK(Dilhi cader) ହାସଲ କରି ଥୁବାରୁ ତାଙ୍କର ଜେଜେ ପଦ୍ମନାଭ ମିଶ୍ର ଓ ଜେଜେ ମାଆ ଚନ୍ଦ୍ରକଳା ମିଶ୍ର ଅତ୍ୟନ୍ତ ଆନନ୍ଦିତ ଥିବା ବେଳେ ଆମର ନାତି ବିଦଗ୍ଧ କବି ଅଭିମନ୍ୟୁଙ୍କ ଅଂଚଳ ପାଇଁ ଗର୍ବ ଓ ଗୌରବ ଆଣିଦେବ ବୋଲି କହିଛନ୍ତି । ଦୀର୍ଘ ପ୍ରତୀକ୍ଷାପରେ କବି ଅଭିମନ୍ୟୁଙ୍କ ପ୍ରତିଷ୍ଠିତ ପରିବାର ଆଜି ବାସ୍ତବରେ କବିଙ୍କ ଜ୍ଞାନଦୀପ୍ତ ସ୍କୃତିକୁ ସମ୍ମାନ ଜଣାଇଛି ବୋଲି ଶ୍ରୀ ମିଶ୍ରଙ୍କର ଦାଦା ରାଜେନ୍ଦ୍ର କୁମାର ମିଶ୍ର ବାଷ୍ପରୁଦ୍ଧ କଣ୍ଡରେ ପ୍ରକାଶ କରିଛନ୍ତି । ଅବିନାଶଙ୍କ ପିତା ବରଗଡ ଜିଲ୍ଲାରେ ଜଣେ ଏଲ ଆଇ ସି ଏଜେଣ୍ଟ ଭାବେ କାମ କରିବା ସହିତ ମାତା ସତ୍ୟଭାମା ଦେବୀ ଝୁନୁଗାଁ ପାଲି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷିକା ଭାବେ ଅବସ୍ଥାପିତ ଅଛନ୍ତି । ବିଦଗ୍ଧ କବିଙ୍କ ଜନ୍ମପୀଠରେ କାର୍ଯ୍ୟରତ କବିଙ୍କ ସ୍ମୃତିଚାରଣ କରୁଥିବା ବିଦଗ୍ଧା ଅନୁଷ୍ଠାନର ନିଦ୍ଦେର୍ଶକ ଶରତ କୁମାର ଜେନା ଓ ଅନୁଷ୍ଠାନର ସମସ୍ତ ସଦସ୍ୟ ସଦସ୍ୟାଙ୍କ ସହିତ , ଅଭିମନ୍ୟୁ ସାହିତ୍ୟ ପରିଷଦର ସଭାପତି ଦେବ ପ୍ରସାଦ ସାମଲ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧ୍ୟାପକ ପ୍ରମୋଦ କୁମାର ଦାସ , ଅଧ୍ୟାପକ ଜିତେନ୍ଦ୍ର କୁମାର ଦାଶ,ଅଧ୍ୟାପକ ମନୋରଞ୍ଜନ ଜେନା, ଅଧ୍ୟାପକ ରବିନ୍ଦ୍ର କୁମାର ଦାସଙ୍କ ସହିତ ଶ୍ରୀ ମିଶ୍ରଙ୍କର ପିଉସୀ ତଥା ଅଭିମନ୍ୟୁ ସାମନ୍ତ ସିଂହାର ଡିଗ୍ରୀ ମହାବିଦ୍ୟାଳୟର ସଂସ୍କୃତ ବିଭାଗୀୟ ମୁଖ୍ୟ ଅନାମିକା ମିଶ୍ର ଅଭିମନ୍ୟୁ ସାମନ୍ତ ସିଂହାର ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ୍ୟ ସୁଧୁର କୁମାର ରାଉତ , ଅଧ୍ୟାପକ ଦାମୋଦର ସାହୁ, ଅଧ୍ୟାପକ ଅକ୍ଷୟ କୁମାର ରାୟ ,ଅଧ୍ୟାପକ ପ୍ରଭାକର ଜେନା, ଯୁବ ନେତା ତଥା ବଡଭାଇ ରବିନ୍ଦ୍ର କୁମାର ମିଶ୍ର, ଅଭିନନ୍ଦନ ଜଣାଇ  ଅବିନାଶଙ୍କର ଦୀର୍ଘ ସାଫଲ୍ୟଯୁକ୍ତ ନିରାମୟ ଜୀବନ କାମନା କରିଛନ୍ତି ।

 

Share It

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.