ନୂଆଦିଲ୍ଲୀ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ଅଯୋଗ୍ୟ ଘୋଷିତ କରିବା ଲାଗି ଉଚ୍ଚ ନ୍ୟାୟାଳୟରେ ଏକ ପିଟିସନ୍ ଦାୟର ହୋଇଛି। ଏଥିରେ ଦର୍ଶାଯାଇଛି ଯେ ୨୦୧୮ ନିର୍ବାଚନ ସମୟରେ ଇମ୍ରାନ୍ ଖାନ୍ ନିଜର ନାମାଙ୍କନ ପତ୍ରରେ ପୂର୍ବ ପତ୍ନୀଙ୍କର ଏକ ଝିଅ ଥିବା କଥା ଲୁଚାଇଛନ୍ତି। ପାକିସ୍ତାନର ଉଚ୍ଚ ନ୍ୟାୟାଳୟ ଏହି ଆବେଦନକୁ ସ୍ୱୀକାର କରିଛନ୍ତି। ଏହି ପିଟିସନରେ ପାକିସ୍ତାନର ସମ୍ବିଧାନର ଅନୁଚ୍ଛେଦ ୬୨ ଓ ୬୩ର ଧାରା ଉଳ୍ଲଘଂନ କରିଛନ୍ତି ଇମ୍ରାନ୍ ବୋଲି କୁହାଯାଇଛି। ଏଣୁ ତାଙ୍କୁ ଅଯୋଗ୍ୟ ଘୋଷିତ କରିବାକୁ ଦାବି କରାଯାଇଛି।
ପାକ୍ ମିଡିଆ ରିପୋର୍ଟ ଅନୁଯାୟୀ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ୨୦୧୮ ସାଧାରଣ ନିର୍ବାଚନ ସମୟରେ ଯେଉଁ ନାମାଙ୍କନ ପତ୍ର ଦାଖଲ କରିଥିଲେ,ସେଥିରେ ସେ ନିଜର ଝିଅ ଜେଡ୍ ଖାନ୍ ହ୍ଵାଇଟ୍ ସଂପର୍କରେ କୌଣସି ସୂଚନା ଦେଇ ନଥିଲେ। ଉଚ୍ଚ ନ୍ୟାୟାଳୟ ଏହି ମାମଲାର ଶୁଣାଣି ମାର୍ଚ୍ଚ ୧୧ ତାରିଖରେ କରିବେ ବୋଲି ମଧ୍ୟ ଜଣାଯାଇଛି।
Share It