ଭୁବନେଶ୍ୱର: ଅନେକ ଲୋକ ବ୍ୟବସାୟ କରନ୍ତି।କାହାର ବ୍ୟବସାୟ ବଡ ହୋଇଥାଏ ତ କିଏ ଛୋଟ ଦୋକାନକରି ନିଜ ପେଟ ପୋଷିଥାଏ। ସମସ୍ତେ ଚାହାଁନ୍ତି ତାଙ୍କ ବ୍ୟବସାୟ ଆଗକୁ ବଢୁ, ବ୍ୟବସାୟରେ ଲାଭ ମିଳୁ। ବ୍ୟବସାୟରେ ଲାଭପାଇବା ପାଇଁ କିଛି ଲୋକ ପୂଜାପାଠ କରିଥାନ୍ତି। ଶାସ୍ତ୍ରବିତ୍ଙ୍କ କହିବା ଅନୁଯାୟୀ ଯେଉଁମାନେ ଦୋକାନ କରିଛନ୍ତି, ସେମାନେ ଦୁଇଟି ଗୋମତି ଚକ୍ରକୁ ଲାଲ୍ କପଡାରେ ଗୁଡାଇ ଦୋକାନର ପଇସା ବାକ୍ସରେ ରଖିଦିଅନ୍ତୁ। ଏହାଦ୍ୱାରା ବ୍ୟବସାୟରେ ଲାଭ ମିଳିଥାଏ ଓ ଧନ ସମ୍ପତ୍ତି ବୃଦ୍ଧି ପାଇଥାଏ।
ଏଥିସହ ପୂର୍ବରୁ ଆମେ କହିଛୁ, ଯେଉଁ ଲୋକଙ୍କ ଦେକାନ ଅଛି ସେମାନେ ଦୋକାନ ବାହାରେ ଏକ ସ୍ୱସ୍ତିକ ଚିହ୍ନ ଆଙ୍କନକରିପାରିବେ। ସ୍ୱସ୍ତିକର ଚାରିପଟ ବିଷ୍ଣୁଙ୍କର ଚାରିବାହୁ ସହ ସମାନ ବୋଲି କୁହାଯାଏ। ଏହି ଚିହ୍ନ ଦୋକାନ ବାହାରେ ଆଙ୍କିବା ଦ୍ୱାରାବେପାରରେ ଲାଭ ମିଳିବା ସହ ବ୍ୟବସାୟ ଉପରେ ଖରାପ ଦୃଷ୍ଟି ପଡି ନଥାଏ।
Loading...
Loading...
Share It
- 329Shares