ପଦ୍ମ ଫୁଲର ବିଶେଷତ୍ୱ

ଜ୍ଞାନକୋଷ ଜ୍ଞାନକୋଷ

Image result for maa laxmi hd wallpaperଆମ ଦେଶର ଜାତୀୟ ଫୁଲ ପଦ୍ମ । ପୁରାଣ ଅନୁସାରେ ମାଆ ମହାଲକ୍ଷ୍ମୀଙ୍କର ଅତିପ୍ରିୟ ପଦ୍ମଫୁଲ । ପଦ୍ମ କେବଳ ପୂଜା ପର୍ବରେ ଲାଗେ ଆମେ ଜାଣିଥାଉ । କିନ୍ତୁ ପଦ୍ମର ଔଷଧୀୟ ଗୁଣ ସମ୍ବନ୍ଧରେ ଆମେ ଜାଣିଲେ ନିଶ୍ଚିତ ତାର ସୁଫଳକୁ କାର୍ଯ୍ୟରେ ଲଗାଇବା  । ପଦ୍ମଫୁଲର ପତ୍ର,ଫୁଲ,ମୁଳ ଆଦିର ଓøଷଧୀୟ ଗୁଣକୁ ନେଇ ପୁରାତନ ଯୁଗରୁ ବହୁ ବୈଦ୍ୟ ନାନା ମତ ଦେଇଛନ୍ତି । ସେଥି ମଧ୍ୟରୁ କିଛି ସଫଳ ଉପଚାର ସମ୍ପର୍କରେ ଆମେ ଆଜି ଜାଣିବା ।

ଆମ ସ୍ୱାସ୍ଥ୍ୟ ପାଇଁ ପ୍ରକୃତିର ବରଦାନ:

୧. ପଦ୍ମଫୁଲର କେଶରକୁ ଚନ୍ଦନ ସଙ୍ଗରେ ବାଟି ବସନ୍ତ ରୋଗୀର ସର୍ବାଙ୍ଗରେ ମାଲିସ କରିଲେ ବସନ୍ତର ପ୍ରକୋପ ଜଣାଯାଏ ନାହିଁ ।

୨.ମୃତିକା ନିର୍ମିତ ପାତ୍ରରେ ଜଳ ସହିତ ପଦ୍ମଫୁଲକୁ ଭେଦାଇ ସେହି ଜଳରେ ଚକ୍ଷୁ ଧୋଇଲେ ସମସ୍ତ ପ୍ରକାର ଚକ୍ଷୁ ରୋଗ ଭଲ ହୋଇଥାଏ ।

Loading...

୩. ପଦ୍ମଫୁଲ କେଶରକୁ ବାଟି ଦେହରେ ଲଗାଇଲେ ଦେହର ଦୁର୍ଗନ୍ଧ ବିନଷ୍ଟ ହୁଏ ।

୪. ପଦ୍ମ କେଶରକୁ ଜଳରେ ବାଟି ସେଥିରେ ଅଳ୍ପ ମିଶ୍ରିଗୁଣ୍ଡ ମିଶାଇ ସେବନ କଲେ ସର୍ବାଙ୍ଗର ଉତାପ (ଜର ପ୍ରଭୁତି) ତାପ ନିବାରିତ ହୁଏ ।

୫. ରକ୍ତପଦ୍ମର ମୂଳକୁ ଆଣି ତା ସଙ୍ଗରେ କିଛି ଅର୍ଥାତ ଦୁଇ ବା ତିନିଗୋଟି ଗୋଲମରିଚ ମିଶାଇ ବାଟି ଲେପ ଦେଲେ ଗଡିଥିବା ବା ଜମାଟ ବାନ୍ଧିଥିବା ରକ୍ତ ଭଲ ହୋଇଯାଏ ।

୬. ପଦ୍ମପତ୍ର ଉପରେ ଶୟନ କରିବା ଦ୍ୱାରା ଦାହ ପ୍ରଶମିତ ହୁଏ । ରୌଦ୍ର ତାପରେ ତାପିତ ହେଉଥିବା ବ୍ୟକ୍ତି ଶାନ୍ତି ପାଏ ଏବଂ ବିରହୋନ୍ମତ ନାରୀର ଦେହ କ୍ଷଣିକ

ଶାନ୍ତ ହୁଏ ।

୭. ପଦ୍ମଫୁଲ ଉପରୁ ପାଖୁଡାଗୁଡିକ ଛିଣ୍ଡାଇ କେବଳ ସେ ପାଖୁଡାଗୁଡିକୁ ଜଳରେ ବାଟି ଲେପ ଦେଲେ ବ୍ରଣ, ବଥ, ବାଳମୁଳିଆ ଓ କାଖଗୋଲି ପ୍ରଭୁତି ବସିଥାଏ ।

୮. ପଦ୍ମପତ୍ରକୁ ଭଲରୂପେ ଚିକ୍କଣ କରି ବାଟି ସୋରିଷ ତେଲ ସହିତ ପାକକରି ଛାଣି ସେହି ତେଲକୁ ଲଗାଇଲେ କାଛୁ, କୁଣ୍ଡିଆ, ବିଇଁଚି, ଚମଦଳା, ବିଚର୍ଚ୍ଚିକା, ବିସ୍ଫୋଟ ଓ ସମସ୍ତ ପ୍ରକାର ବ୍ରଣ ଭଲ ହୋଇଥାଏ ।

୯. ପଦ୍ମଫୁଲ ଓ ପଦ୍ମକେଶର ଏ ଦୁଇଦ୍ରବ୍ୟକୁ ସମାନ ଲେଖାଏଁ ଆଣି ଏକତ୍ରେ ଗାଇଦୁଧ ସଙ୍ଗରେ ବାଟି ସେଥରେ ଅଳ୍ପ ମିଶ୍ରିଗୁଣ୍ଡା ପରଖ ଦେଇ ସ୍ତ୍ରୀମାନେ ସାତଥର ସେବନକଲେ ସେମାନଙ୍କର ଦେହରେ କୌଣସି ରୋଗ ପ୍ରବେଶ କରିପାରେ ନାହିଁ ।

୧୦. ପଦ୍ମଫୁଲ ଶୁଖାଇ ରାଶି ତେଲରେ ସାତଦିନ ଭେଦାଇ ତାପରେ ଛାଣି ସେହି ତେଲକୁ ନିୟମିତ ରୂପେ ମୁଣ୍ଡରେ ଲଗାଇଲେ ମୁଣ୍ଡରେ ଯେଉଁ ଯେଉଁ ଉପସର୍ଗମାନ ଜନ୍ମେ ସେ ସବୁ ଭଲ ହୋଇଥାଏ । ବଶେଷତଃ ମୁଣ୍ଡ ବୁଲାଇବା, ଚକ୍ଷୁକୁ ଅନ୍ଧକାର ଦେଖାଯିବା, ଅତ୍ୟଧିକ ଶୁକ୍ରକ୍ଷୟ ବା ମୈଥୁନ ଜନିତ ପୀଡା ଅର୍ଥାତ ଆଖିରୁ ଜୁଳୁଜୁଳିଆ ପୋକ ବାହାରିବା ପ୍ରାୟ ଦେଖାଯିବା, ମୁଣ୍ଡ ଗରମରୁ ଏଣୁ ତେଣୁ ଗପିବା ଓ ହଠାତ କ୍ରୋଧ ହେବା ପ୍ରଭୃତି ଦୋଷ ନିବାରିତ ହୁଏ ।

୧୧. ପଦ୍ମଫୁଲର ଆଘ୍ରାଣ ଦ୍ୱାରା ହୃଦୟ ଓ ମନ ପବିତ୍ର ହୁଏ । ଏହି ପବିତ୍ରତା ନେଇ ମାନବ ସତ୍ୟ, ଧର୍ମ, ନ୍ୟାୟ ମାର୍ଗରେ ଗତିକରେ ।

Loading...
Share It
  • 195
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.