ପବିତ୍ର ଉତ୍କଳ ଦିବସ ଅବସରରେ…… ଉତ୍କଳ ମାଆଙ୍କୁ ଭକ୍ତି ଅର୍ଘ୍ୟ (ଶରତ କୁମାର ଜେନା)ମୋ- ୯୬୫୮୬୦୬୮୭୯

କବିତା ସାହିତ୍ୟ ସଂସ୍କୃତି

ପବିତ୍ର ଉତ୍କଳ ଦିବସ ଅବସରରେ……
ଉତ୍କଳ ମାଆଙ୍କୁ ଭକ୍ତି ଅର୍ଘ୍ୟ
ଶରତ କୁମାର ଜେନା
ମୋ- ୯୬୫୮୬୦୬୮୭୯

ନ୍ଦେ ଗୋ ଉତ୍କଳ ଜନନୀ
ବନ୍ଦେ ଗୋ ଉତ୍କଳ ଜନନୀ
ଚାରୁ ହାସ୍ୟ ମୟୀ ଚାରୁ ଲାସ୍ୟ ମୟୀ
ଜନନୀ ଜନନୀ ଜନନୀ

ତୋ ବୁକୁର ଚାରୁ ସବୁଜ କେଦାର
ଶଶ୍ୟ ଶ୍ୟାମଳିତ ବିଭବ ଭଣ୍ଡାର
ବିଶ୍ୱ ଘୋଷେ ଆଜି ତୋହର ମହିମା
ଜନନୀଗୋ ମଧୁ ଭାଷିନୀ
ବନ୍ଦେ ଗୋ ଉତ୍କଳ ଜନନୀ ।ା
ଭଞ୍ଜ , ଦୀନ କୃଷ୍ଣ ,ସାମନ୍ତ ସିଂହାର
ତୋ ଦିବ୍ୟ ସନ୍ତାନ ସ୍ୱର୍ଣ୍ଣିମ ଭାଷ୍କର
ଭାଷା ଜନନୀଙ୍କୁ ଦେଇ ମହାଦାନ
ହରିଲେ କାଳିମା ଯାମିନୀ ।
ବନ୍ଦେ ଗୋ ଉତ୍କଳ ଜନନୀ ।ା
ଆଜି ତୋର ଜନ୍ମେ ଫୁଟଇ କୁସୁମ
ବସନ୍ତ ରଚଇ ସୁମଧୁର ତାନ
ବିଭବିତ ହୁଏ ତୋ ଦିବ୍ୟ ସୈାରଭ
ହସିଉଠେ ଏହି ଅବନୀ
ବନ୍ଦେ ଗୋ ଉତ୍କଳ ଜନନୀ ।ା
ନାହାନ୍ତି ତ ଆଜି ଫକୀର ମୋହନ
ଶୁଭୁନାହିଁ ଗୋଦାବରୀଶଙ୍କ ସ୍ୱନ
ଭାଷି ଉଠେ ଆଜି ତୋ ରାରୁ ବକ୍ଷରେ
ହରିହରଙ୍କ ମହାବାଣୀ
ବନ୍ଦେ ଗୋ ଉତ୍କଳ ଜନନୀ ।ା
ପଣ୍ଡିତ ଗୈାରବ ଗୋପବନ୍ଧୁ ଦାସ
ନିଳକଣ୍ଠ ଆଉ କୃପାସିନ୍ଧୁ ମିଶ୍ର
ପଂଚସଖା ତୋର ଦିବ୍ୟ ଜନ୍ମା ସୂତ
ଉତ୍କଳର ବୈଦୁର୍ଯ୍ୟମଣି
ବନ୍ଦେ ଗୋ ଉତ୍କଳ ଜନନୀ ।ା
ପବିତ  ଉତ୍କଳ ଦିବସ ଆସିଛି
ଗୋ ଉତ୍କଳ ମାତା ତୋପଦ ବନ୍ଦୁଛି
ବନ୍ଦୁଛି ଶ୍ରୀ କ୍ଷେତ୍ର ମଉଡ ମଣିଙ୍କୁ
ହରନ୍ତୁ ତୋ କ୍ଳେଶ ରଜନୀ
ବନ୍ଦେ ଗୋ ଉତ୍କଳ ଜନନୀ ।ା

Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.