ଭୁବନେଶ୍ୱର, ୮।୧୦: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବାଲଘୁଚାପ ପାଇଁ ଓଡ଼ିଶା ଉପକୂଳରେ ବାତ୍ୟା ହେବାର ସମ୍ଭାବନା ରହିଛି। ଲଘୁଚାପ ସୋମବାର ଡିପ୍ରେସନର ରୂପ ନେଇ ସାରିଛି। ବର୍ତ୍ତମାନ ଏହା ଗୋପାଳପୁରଠାରୁ ୭୨୦ କିଲୋମିଟର ଦୂରରେ ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେଇପାରେ। ଏହାର ପ୍ରଭାବରେ ମଙ୍ଗଳବାରଠାରୁ ଦକ୍ଷିଣ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ। ସେହିପରି ୧୦ ଓ ୧୧ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହି ଦିନରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଯଦି ଏହା ଦିଗ ପରିବର୍ତନ ନାକରେ ତେବେ ଓଡ଼ିଶାର କ୍ଷୟ କ୍ଷତିର ମାତ୍ର ବହୁତ ଅଧିକ ହେବ ବୋଲି ଜଣା ଯାଇଛି . କେବଳ ମସ୍ୟଜୀବି ନୁହଁ ସାଧାରଣ ଜନତା ସର୍ତକ ହେବାକୁ ଆଗାମୀ ସୂଚନା ଦିଆଯାଇଛି
- 108Shares