ନୂଆ ସିନେମା: ତୁ ମୋ ନୀଳ ନୟନା

ସିନେମା

ପ୍ରେମିକାର ଆଖିକୁ ଅନେକ ରଙ୍ଗରେ ରଙ୍ଗିନ କରି ଉପସ୍ଥାପନା କରାଯାଇଥାଏ। କାରଣ ପ୍ରେମିକାର ସେହି କୁହୁକ ଆଖିରେ ପ୍ରେମର ପରିଭାଷା ଲୁଚି ରହିଥାଏ। ଆଖିକୁ ଆଧାର କରି ପ୍ରେମିକାର ନାମକରଣ କରାଯିବାର ଅନେକ ନଜିର ରହିଛି। ଯଦି ପ୍ରେମିକାକୁ ‘ତୁ ମୋ ନୀଳ ନୟନା’ ବୋଲି କୁହାଯାଏ, କେମିତି ହେବ ? ନିଶ୍ଚୟ ଏହା ଅନେକଙ୍କ ମନକୁ ଛୁଇଁବ। ହଁ, ଏଭଳି ଏକ ଶୀର୍ଷକ ନେଇ ନିର୍ମିତ ହେବାକୁ ଯାଉଛି ରବୀନ୍ଦ୍ର ପଣ୍ଡାଙ୍କ ନିବେଦିତ ନୂଆ ଓଡ଼ିଆ ସିନେମା ‘ତୁ ମୋ ନୀଳ ନୟନା’। ଚଳଚ୍ଚିତ୍ରର ଟାଇଟଲ ଭୂମିକାରେ ଅଭିନୟ କରୁଛନ୍ତି ପିଙ୍କି ପ୍ରିୟଦର୍ଶିନୀ ଏବଂ ତାଙ୍କ ନାୟକ ଭାବରେ ଅବତୀର୍ଣ୍ଣ ହେବେ ଦୀପକ। ‘ସପନର ନାୟିକା’ ପରେ ଦୀପକ-ପିଙ୍କିଙ୍କୁ ନେଇ ଏହା ହେବ ଦ୍ୱିତୀୟ ସିନେମା। ଉଇଙ୍ଗ୍‌ସ ଷ୍ଟାର ପ୍ରଡକ୍ସନ ନିବେଦିତ ଏକ୍ସସେଲ ମୁଭିଜ୍‌ ବ୍ୟାନରରେ ନିର୍ମିତ ହେବାକୁ ଯାଉଥିବା ଏହି ସପ୍ତମ ଫିଲ୍ମର ପ୍ରଯୋଜନା କରିଛନ୍ତି ରଣଜିତ ପ୍ରଧାନ-ଡଲି-ବୁଲୁ ପ୍ରଧାନ। ରଣଜିତଙ୍କ କାହାଣୀକୁ ଆଧାର କରି ସଂଳାପ ରଚନା କରିଛନ୍ତି ଅଜୟ ସାମଲ। ଦୁଇ ଭାଇଙ୍କ ସମ୍ପର୍କକୁ ନେଇ କାହାଣୀ ଗତିଶୀଳ। ଏକ ଜମିଦାର ପରିବାରକୁ କେନ୍ଦ୍ରକରି ଘଟୁଥିବା ବିଭିନ୍ନ ଭୌତିକ ଘଟଣା ଏହି ଫିଲ୍ମରେ ଦେଖିବାକୁ ମିଳିବ। ବୈଦ୍ୟନାଥ ଦାସ ସ୍ବର ସଂଯୋଜନା କରୁଛନ୍ତି। ନିର୍ଦ୍ଦେଶନା ଭାର ସମ୍ଭାଳିବେ ମୁମ୍ବାଇସ୍ଥିତ ଗାରିମା କ୍ରିଏଶନ୍ସର ପ୍ରଶାନ୍ତ ଲେଙ୍କା-ସୁଧୀର ପୂଜାରା। ଦୀପକ-ପିଙ୍କି ପ୍ରିୟଦର୍ଶିନୀଙ୍କ ବ୍ୟତୀତ ଏଥିରେ ଅମନ, ମଣ୍ଟୁ, ପ୍ରତିଭା ପଣ୍ଡା, କେକେ, ନବାଗତା ଦୀପା, ବବି ମିଶ୍ର ଏବଂ ହରିଙ୍କୁ ଦେଖିବାକୁ ମିଳିବ। ରୋମାଣ୍ଟିକ୍‌-ଥ୍ରୀଲର ବିଶିଷ୍ଟ ଏହି ଓଡ଼ିଆ ସିନେମାର ଶୁଟିଂ ଅଗଷ୍ଟରୁ ଆରମ୍ଭ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

Loading...
Loading...
Share It
  • 7
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.