ନୂଆ ଆଲୋକର ବିବେକ ପଣିଆ ୨୫ ଶ୍ରମିକ ଙ୍କୁ ପଥରେ ଦାନା ଦେଲା

ଓଡିଶା ନ୍ୟୁଜ୍

କାରୋନା ଲକ ଡାଉନରେ ଏହି ଓଡିଶାରେ ଆଜି ବି ବହୁ ଶ୍ରମିକ ଫସି ରହିଛନ୍ତି । ନା ପାଖରେ ଅଛି ଟଙ୍କା ନା ଅଛି ଗାଡି ଘୋଡାର ସୁବିଧା । #Pune ଠିକାଦାର ମାଧ୍ୟମରେ ପାରାଦ୍ୱୀପରେ ୨୩ ଜଣ ଶ୍ରମିକ ଆସି କାମ କରୁଥିଲେ । ତାପରେ ଆସିଲା ଲକଡାଉନ ପର୍ବ । ଠିକାଦାରର ଦେଖା ନାହିଁ ଦୀର୍ଘ ୧ ମାସରୁ ଉର୍ଦ୍ଧ୍ୱକାଳ ଧରି ଢୋକେ ପି ଦଣ୍ଡେ ଜି ଅବସ୍ଥାରେ ରହି ଶେଷରେ ଚାଲି ଚାଲି କଲିକତା ଯିବାକୁ ବାହାରିଛନ୍ତି ଶ୍ରମିକ ମାନେ । ଏହି ଖବର #ନୂଆ_ଆଲୋକ ପାଖରେ  ଯାଜପୁର ଜିଲ୍ଲାର ସକ୍ରିୟ Common Man Tikina Rout ସୂଚନା ଦେଇଥିଲେ। କୁଆଖିଆ ପାଖରେ ସେମାନଙ୍କୁ ନୂଆ ଆଲୋକ ଓ ଯାଜପୁର ର #Helping_Hands ଭେଟିଥିଲା । ସମସ୍ତଙ୍କୁ ORS ଲିକୁଇଡ୍ ପ୍ୟାକେଟ, ଆଉ କିଛି ବିସ୍କୁଟ, ପାଉଁରୁଟି ପାଣି ଆଦି ଦେଇ, ବିଦାୟ ଦେଇଥିଲା ଅନୁଷ୍ଠାନ। ତାପରେ #ପାଣିକୋଇଲି ସ୍ଥିତ #ଆମେ_ବିପଦର_ସାଥି ସହ ଅନୁଷ୍ଠାନ କଥା ହେବା ସହ ଟିକିନା ଭାଇ ମଧ୍ୟ କଥା ହୋଇଥିଲେ । ଆଜି ରାତ୍ରରେ ସେମାନଙ୍କୁ ପାଣିକୋଇଲି ଠାରେ ବିପଦର ସାଥି ଅନୁଷ୍ଠାନ ଭାତ ଡାଲମା ଆଦି ଭୋଜନ ଦେବାର ବ୍ୟବସ୍ଥା କରିଛି । ବର୍ତ୍ତମାନ ସେମାନେ ବାଲେଶ୍ୱର ବାଟେ କଲିକତାକୁ ପର୍ଯ୍ୟନ୍ତ ଚାଲି ଚାଲି ଯିବେ । ପଥରେ ଖାଇବାକୁ ଗଣ୍ଡାଏ ପାଇବେ ନାହିଁ । ଆମର ସାଥି ଅନୁଷ୍ଠାନ କିମ୍ବା ଦାନାଢ୍ୟ ବ୍ୟକ୍ତି ବିଶେଷ ଯଦି ସମ୍ଭବ ହୁଏ ଯୋଗା ଯୋଗ କରି ସେମାନଙ୍କୁ ଯାହା ସମ୍ଭବ ସହଯୋଗ କରିବାକୁ ବିନମ୍ର ଅନୁରୋଧ ।

ଯୋଗଯୋଗ- 7978295097

Loading...
Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.