ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପବିତ୍ର ଜୟନ୍ତୀ ଅବସରରେ ନୂଆ ଆଲୋକ ତରଫରୁ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କୁ ନୂତନ ବସ୍ତ୍ରଦାନ ଶିବିର

ନୂଆ ଆଲୋକ

ତାରିଖ- ୨୩/୦୧/୨୦୨୦ ରିଖ (ଗୁରୁବାର) ନୂଆ ଆଲୋକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଭୁବନେଶ୍ୱର ସ୍ଥିତ ନିଖିଳ ଉତ୍କଳ ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ମହାସଙ୍ଘ ପଳାସପଲ୍ଲୀ , ଭୂବନେଶ୍ୱର , ଓଡିଶା ଠାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପବିତ୍ର ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଅନ୍ତେବାସୀ ଛାତ୍ର ଛାତ୍ରୀ ମାନଙ୍କୁ ସରସ୍ୱତୀ ପୂଜାକୁ ଆଖି ଆଗରେ ରଖି ନୂତନ ପୋଷାକ ବଂଟନ ସହିତ ସଭିଙ୍କୁ ଖାଦ୍ୟପେୟରେ ଆପ୍ୟାୟିତ କରାଯାଇଥିଲା । ସବୁ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷିକା ଅନୁଷ୍ଠାନ ପରିଚାଳକଙ୍କ ସମେତ ମିଳିତ ଭାବେ ନେତାଜୀଙ୍କ ଉଦ୍ଦ୍ୟେଶ୍ୟରେ କେକ୍ କାଟି ଜନ୍ମଦିନ ପାଳନ କରିଥିଲେ । ନୂଆ ଆଲୋକରୁ ସଭାପତି ଶରତ କୁମାର ଜେନା, ଉପ ସଭାପତି ବଳଦେବ ଦାସ, କାର୍ଯ୍ୟକାରୀ ନିର୍ଦେଶକ (ଶିଶୁ ଓ ମହିଳା କଲ୍ୟାଣ ବିଭାଗ) ମଣ୍ଟୁ ଦାସ, ଅବିନାଶ ସାହୁ, ଦେବାଶିଷ, ବବି ଦାସ, ଦେବଦତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ପ୍ରଦୀପ କୁମାର ଦାସ, ବିଶ୍ୱଜିତ ପଣ୍ଡା, ସିନ୍ଧୁ ନନ୍ଦିନୀ ସ୍ୱାଇଁ, ରତିକାନ୍ତ ସାହାଣୀ, ସନ୍ତୋଷୀ ରାଉତ, ଜଗବନ୍ଧୁ ସାହୁ, ଜନ୍ମେଜୟ ମହାନ୍ତି, ସନାତନ ବରାଳ, ଅମରେଶ ଜେନା, ଗଣେଶ ସାହୁ, ମିଳନ କୁମାର ଦାସ, ସଂଗ୍ରାମ ରାୟ, ରବୀନ୍ଦ୍ରନାଥ ମାଲିକ, ସମସ୍ତ ସଦସ୍ୟ ସଦସ୍ୟା ମିଳିତ ଭାବେ ପୋଷାକ ବଂଟନ କରିବା ପରେ ପଂକ୍ତି ଭୋଜନରେ ସଭିଏଁ ଆପ୍ୟାୟିତ ହୋଇଥିଲେ । ଇତ୍ୟବସରରେ ଅନୁଷ୍ଠାନ ତରଫରୁ ଉକ୍ତ ସଂସ୍ଥାର ସାଧାରଣ ସଂପାଦକ ସୁରେଶ ଚନ୍ଦ୍ର ବେହେରାଙ୍କୁ ତାଙ୍କର ଏପରି ଅନାବିଳ ସେବା ମୂଳକ କାର୍ଯ୍ୟକ୍ରମ ପାଇଁ ସେବକ ଅଗ୍ରଦୂତ ସମ୍ମାନ -୨୦୨୦ ପ୍ରଦାନ କରାଯାଇଥିଲା ।

Loading...
Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.