ଅସହାୟ ବୃଦ୍ଧ ଦମ୍ପତ୍ତିଙ୍କର କରୁଣ କାହାଣୀ, ନୂଆ ଆଲୋକର ସହାୟତାର ହାତ ବଢାଇଲା

ନୂଆ ଆଲୋକ

 

 

Loading...

 

 

 

 

 

ଏମିତି ବି ଅସହାୟ ଅଛନ୍ତି । ବିପଦ ବେଳେ କେହି ପଦେ ଆହା କହିବାକୁ ନାହିଁ । ରାଜ୍ୟ ସରକାର ଯଦି ଭତ୍ତା ଟଙ୍କା ଗଣ୍ଡାଏ ନଦିଅନ୍ତେ ତେବେ ଖାଇବାକୁ ଓଳିଏ ବି ପାଆନ୍ତେ ନାହିଁ । ଏହି ପରି ଏକ ଅସହାୟ ବୃଦ୍ଧ ବୃଦ୍ଧା ଯାଜପୁର ଜିଲ୍ଲାର ଛତିଆର କମ୍ପାନୀ ବଜାର ର ଦୟନୀୟ ଗାଥା । ଯାହାକୁ ଆଖିରେ ନଦେଖିଲେ ବୁଝି ହେବନି । ବୃଦ୍ଧ ଭାଗ୍ୟଧର ସ୍ୱାଇଁ (୭୦) ଓ ତାଙ୍କର ବୃଦ୍ଧା ପତ୍ନୀ । ତାଙ୍କୁ ସାହା ହେବାକୁ କେହି ଆଗକୁ ନାହିଁ କି ପଛକୁ ନାହିଁ । ୧୫ ଦିନ ତଳେ ଭାଗ୍ୟଧରଙ୍କୁ ଏକ ଷଣ୍ଢ ତା ଶିଙ୍ଗରେ ମାରି ଅଚଳ କରିଦେଇଛି । ସେବେ ଠୁ ସେ ସଯ୍ୟାଶାୟୀ । ଠିକ୍ ଢଙ୍ଗରେ ଟିକେ ଡ୍ରେସିଂ ବି ହୋଇ ପାରୁ ନାହିଁ । ପରିଶ୍ରାଗାରରେ ପରିଶ୍ରା ପାଇପ ଲାଗିଛି ।ବୁଢି ମାଆ ଆଖିକୁ ବି ଠିକ୍ ସେ ଦିଶୁ ନାହିଁ । ଏମିତି ପାଖ ପଡିଶା ବି କେହି ବିପଦ ବେଳରେ ସାଥି ହେବାର ନାହିଁ । ଏହି ପରା ବିଚିତ୍ର ଦୁନିଆ । ମଣିଷ ମଣିଷକୁ ସାହା ହେଉନାହିଁ । ମଣିଷ ଦୁଇ ଓଠି ଖାଇବାକୁ ପାଉ ନାହିଁ , କିନ୍ତୁ ସେହି ମଣିଷ କୁକୁର ପାଳି ତାକୁ ମଖମଲ ଗଦିରେ ଶୁଆଇ ତାଲିକା ଅନୁସାରେ ଖାଦ୍ୟ ଦେଉଛି । ଏହି ଖବର ଆମ ନୂଆ ଅଲୋକ ଅନୁଷ୍ଠାନ ପାଖରେ ପହଁଚିଲା । ସୈାଭାଗ୍ୟତଃ ଆମ ଅନୁଷ୍ଟାନର ସଦସ୍ୟ ବବି ଭାଇ ତାଙ୍କର ଜନ୍ମ ଦିନ । ସେ ନିଷ୍ପତି କଲେ ଆଜି ଜନ୍ମଦିନ ସେହି ବୃଦ୍ଧ ବାବା ମାଆଙ୍କ ପାଖରେ ପହଁଚି ପାଳନ କରାହେବ । ସାଥିରେ ନୂଆ ଅଲୋକର ସଦସ୍ୟ ସଦସ୍ୟାମାନେ ଥିଲେ । ମାଆ ବାପାଙ୍କ ଔଷଧ ଖର୍ଚ୍ଚ ପାଇଁ ଦୁଇ ହଜାର ଟଙ୍କା ବବି ଦାସ ପ୍ରଦାନ କଲାବେଳେ ଅନୁଷ୍ଠାନ ତରଫରୁ ଏକମାସ ଚଳିବା ପାଇଁ ଶୁଖିଲା ଖାଦ୍ୟ ପ୍ରଦାନ କରାଗଲା । ସେଠାରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟା ସିନ୍ଧୁ ନନ୍ଦିନୀଙ୍କୁ ପ୍ରତ୍ୟେହ ରାତ୍ର ଖାଦ୍ୟପେୟ କଥା ବୁଝିବାକୁ ଦାୟିତ୍ୱ ପ୍ରଦାନ କରାଯାଇଛି । ବିଶେଷ କଥା ଏହିଯେ ବୁଦ୍ଧା ମାଆଟି ଏକ ହୋଟେଲ ବାଲା କୁ ତାଙ୍କର ଅନ୍ତଦ୍ୱୟ ଚାଉଳ ମାସକୁ ୨୦ କିଲୋ ସହିତ ୭ଶହ ଟଙ୍କା ଦେଇଥାଏ । ସେ ଦିନ ଦୁଇଟାରେ ଗୋଟିଏ ଓଳିଲାଗି ଖାଦ୍ୟ ଦେଇଥାଏ । ତେବେ ସକାଳ ଓ ସଂଧ୍ୟାରେ ପାଣି ବା ଚା ଟିକେ ପିଇ ବଂଚିବାକଥା ମାଆ ଜଣଙ୍କ ଅତ୍ୟନ୍ତ ଦୁଃଖର ସହ କହିଛନ୍ତି । ତେବେ ଜିଲ୍ଲା ଓ ରାଜ୍ୟର ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ମାନେ ଏହି କଥା ଉପରେ ଦୟାର୍ଦ ଚେତନା ପ୍ରକଟ କରି ସହାୟତାର ହାତ ବଢାଇ ଦେବାକୁ ଅନୁଷ୍ଠାନ ନିବେଦନ କରିବା ସହ , ଏହି ଅସହାତ ବୃଦ୍ଧା ବୃଦ୍ଧଙ୍କ ପାଇଁ ସରକାର କିଛି ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଅନୁଷ୍ଠାନ ଅନୁରୋଧ କରିଛି ।

Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.