ନୂଆ ଆଲୋକର ନିଆରା କାର୍ଯ୍ୟକ୍ରମ,ବରୁଆଁ ଛକରେ ଯାତ୍ରୀ ବିଶ୍ରାମ ଚେୟାର ପଡିଲା

ଓଡିଶା ନୂଆ ଆଲୋକ ନ୍ୟୁଜ୍

ଯାଜପୁର- (ବଜ୍ରବାଣ ନ୍ୟୁଜ୍ ସର୍ଭିସ)ଯାଜପୁର ଜିଲ୍ଲାର ଅନନ୍ୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନୂଆ ଆଲୋକ , ହରିପୁର, ଯାଜପୁର ଦ୍ୱାରା ଦୀର୍ଘ ୨ ବର୍ଷ ଧରି ବିଭିନ୍ନ ସାମାଜିକ ଉନ୍ନୟନ କାର୍ଯ୍ୟକ୍ରମ ଚାଲୁ ରଖିଥିବା ବେଳେ , ଆଜି ସାର୍ବଜନୀନ ସେବାରେ ଲାଗିବା ପାଇଁ ଯାଜପୁର ସଦର ଅନ୍ତର୍ଗତ ବରୁଆଁ ଛକରେ ଏକ କାଳୀନ ୨୫ ଜଣ ଯାତ୍ରୀ ବସିବା ସହିତ ବିଶ୍ରାମ ନେବା ପାଇଁ ୫ ଗୋଟି ଲମ୍ବା ବେଂଚର ବ୍ୟବସ୍ଥା କରିଛି । ଏଠାରେ ପ୍ରକାଶ କରାଯାଇ ପାରେ କି ବରୁଆଁ ଛକର ବରୀ ବ୍ଲକ କୁ ଯିବା ପାଇଁ ରାସ୍ତା ଓ ଯାଜପୁର ଟାଉନ , ସିଂହପୁର, ମଙ୍ଗଳପୁର ଆଦି ସ୍ଥାନକୁ ଯିବା ପାଇଁ ବସ ରହଣୀ ସ୍ଥଳରେ ଯାତ୍ରୀ ଜଣେ ବସକୁ ପ୍ରତୀକ୍ଷା କରି ଘଣ୍ଟା ଘଣ୍ଟା ରହିଲେ ବି ବିଶ୍ରାମ ଟିକେ କରିବାକୁ ସୁବିଧା ନଥିଲା । ନୂଆ ଆଲୋକ ଅନୁଷ୍ଠାନ ଏତାଦୃଶ ଅସୁବିଧାକୁ ଅନୁଧ୍ୟାନ କରି ସେଠାରେ ଚେୟାର ର ବ୍ୟବସ୍ଥା କରିଥିବା କଥା ଅନୁଷ୍ଠାନ ପ୍ରକାଶ କରିଛି ।ବରୀ କୁ ଯିବାକୁ ପ୍ରତୀକ୍ଷା କରିଥିବା ଯାତ୍ରୀ ମାନଙ୍କ ଲାଗି ଦୁଇଗୋଟି ଲମ୍ବା ଚେୟାର ବ୍ୟବସ୍ଥା କରାଯାଇଥିବା ବେଳେ ଯାଜପୁର ଆଦି ଅଂଚଳକୁ ଯିବା ପାଇଁ ୩ ଟି ଲମ୍ବା ଚେୟାରର ବ୍ୟବସ୍ଥା କରାଯାଇଛି । ଦୀର୍ଘ ପ୍ରତିକ୍ଷିତ ଯାତ୍ରି ମାନେ ଆଜି ସେହି ଚେୟାରରେ ବସି ବହୁତ ଆନନ୍ଦ ଉପଲବ୍ଧି କରୁଥିବାର ନୂଆ ଅଲୋକ ଦର୍ଶନ କରି ଅନୁଷ୍ଠାନ ମଧ୍ୟ ବହୁତ ଆନନ୍ଦ ପ୍ରକାଶ କରିଛି । ଏହି କାର୍ଯ୍ୟକ୍ରମରେ ନୂଆ ଅଲୋକର ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ସାକାର ରୂପ ପ୍ରଦାନ କରିଥିଲେ ।

Also Check: Satta Matka Result

Loading...
Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.