ନୂଆ ଆଲୋକର ଯାଜପୁର ଟାଉନରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

Uncategorized ନୂଆ ଆଲୋକ

ଯାଜପୁର-27/09/19:- ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ନୂଆ ଅ।।ଲୋକ ମାତ୍ର ଛଅ ମାସ ହେବ ସୃଷ୍ଟି ହୋଇ ଏକ ନିଆରା ଅନୁଷ୍ଠାନରେ ପରିଣତ ହୋଇଛି । ନିଷ୍ପେସିତ ମଣିଷର ସେବାରେ ପ୍ରତ୍ୟେକ ଦିନ ଅସହାୟ ମଣିଷକୁ ଏହି ଅନୁଷ୍ଠାନ ରକ୍ତ ଦାନ କରିବା ପରେ ଆଜି ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଯାଜପୁର ଟାଉନର ୩ ଗୋଟି ସ୍ଥାନରେ ଆରମ୍ଭ କରିଛି । ଜିଲ୍ଲା ସଦର ମହକ୍ୱୁମାର ଗାନ୍ଧିଛକ , ମା ବିରଜା ମନ୍ଦିର ସନ୍ନିକଟ ଓ ନରସିଂହ ଚୈାଧୁରୀ ସ୍ୱୟଂ ସାଶିତ ମହାବିଦ୍ୟାଳୟ ଛକରେ ତାର କାର୍ଯ୍ୟକ୍ରମକୁ ସମାହିତ କରିଛି । ଏହି କାର୍ଯ୍ୟକ୍ରମକୁ ଯାଜପୁର ଥାନା ଅଧିକାରୀ ଆଶିଷ କୁମାର ସାହୁ , ଏସ ଆଇ ପ୍ରଶାନ୍ତ ମଲ୍ଲିକ, ସବ-ଇନସ୍ ପେକ୍ଟର ମାନସ ରଂଜନ ଚକ୍ର ଓ ଥାନାର କର୍ମଚାରୀମାନଙ୍କ ସହାୟତାରେ ଅନୁଷ୍ଠିତ ହୋଇଥିବା ବେଳେ , ଏନ.ସି କଲେଜ ଛକରେ ଅନୁଷ୍ଠାନର ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଏମ ଏସ ଡବ୍ଲୁ ଶ୍ରେଣୀର ଛାତ୍ର ଛାତ୍ରୀ ଓ ତାଙ୍କର ଅଧ୍ୟାପକ ମାନେ ମିଳିତ ହୋଇ ସହାୟତା ପ୍ରଦାନ କରିଥିଲେ । ସାରା ସହରରେ ଏହି କାର୍ଯ୍ୟକ୍ରମ ଏକ ନିଆରା ପ୍ରଭାବ ବିସ୍ଥାର କରିଥିବା ବେଳେ , ନୂଆ ଆଲୋକ ଅନୁଷ୍ଠାନ ତରଫରୁ ସଭାପତି ଶରତ କୁମାର ଜେନା ଓ ସମସ୍ତ ସଦସ୍ୟ ସଦସ୍ୟା ଯାଜପୁର ଥାନା ଅଧିକାରୀ ଓ ନରସିଂହ ଚୈାଧୁରୀ ମହାବିଦ୍ୟାଳୟ ର ଅଧ୍ୟାପକ ଓ ଛାତ୍ର ଛାତ୍ରୀ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଅନୁଷ୍ଠାନ ତରଫରୁ ହେଲ ମେଟ୍ ପିନ୍ଧିଥିବା ଆରାହୀ ମାନଙ୍କୁ ଧନ୍ୟବାଦ ସ୍ୱରୁପ ଗୋଲାପ ଫୁଲ ସହିତ ଚକୋଲେଟ ପ୍ରଦାନ କରାଯାଇଥିଲା ।

Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.