ନୂଆ ଅଲୋକ ଓ ତାର ଦୁଇ ରକ୍ତଦାତାଙ୍କୁ କୃତଜ୍ଞତା

ଓଡିଶା ନୂଆ ଆଲୋକ ନ୍ୟୁଜ୍

ବିପଦ ବେଳେ ସହାୟ ହେଉଥିବା ରକ୍ତଦାତାଙ୍କୁ ସରକାର ଖଣ୍ଡେ କାଗଜଛପା ସାର୍ଟିଫିକେଟ ବି ଦିଅନ୍ତି ନାହିଁ

ଯାଜପୁର- ଆଜି ଯେତେବେଳେ କରୋନା ରୋଗୀ ସାଧାରଣ ଲୋକଙ୍କୁ ଗୋଡେଇ ଗୋଡେଇ ଛୁଇଁବାକୁ ଯାଉଛି । ଯେତେବେଳେ ଡାକ୍ତରଖାନା ନାଁ ଶୁଣିଲେ ଭଲ ଲୋକ ତ ଅଲଗା କଥା ରୋଗୀ ମଧ୍ୟ ଘରେ ରହିବାକୁ ଶ୍ରେୟ ମଣୁଛି ଠିକ୍ ସେତିକି ବେଳେ, ବିପଦରେ ପଡିଥିବା ବା ରକ୍ତଲାଗି ଚିତ୍କାର କରୁଥିବା ରୋଗୀକୁ କିଏ ବା ରକ୍ତ ଦେବାକୁ ଯିବ । କିନ୍ତୁ କଣ କରାହେବ । ସେ ରୋଗୀତ ବଂଚିବା ଦରକାର , ଏମିତି କି ରେଡକ୍ରସ ବେଡ ଯେଉଁଠି ସୁରକ୍ଷିତ ନୁହଁ । ସବୁକଥା ଜାଣିବା ପରେ ଯାଜପୁର ଜିଲ୍ଲାର ନୂଆ ଅଲୋକ ନାମକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସବୁ ବିପଦକୁ ଦେହକୁ ନେଇ ନିଜ ଜୀବନକୁ ବିପନ୍ନ କରି ଯାଜପୁର ବଡ ମେଡିକାଲ ରେ ବିପଦରେ ପଡିଥିବା ରୋଗୀକୁ ରକ୍ତଦାନ କରିବାର ବ୍ୟବସ୍ତା କରିିଛି ।

ସେପଟରେ ରକ୍ତଲାଗି ଜୀବନ ଜୀବାର ବେଳ ଏପଟରେ ରକ୍ତ ଦେଲେ କରୋନା ମହାମାରୀ କବଳରେ କବଳିତ ହେବା ବେଳ । ଏହିପରି ଏକ ଘଡି ସନ୍ଧି ସମୟରେ ନୂଆ ଅଲୋକ ସ୍ୱେଚ୍ଛାସେବୀ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଗଣେଷ ସାହୁ ,ଅନୁଷ୍ଠାନର ଦୁଇ ସଦସ୍ୟ ଅଜୟ କୁମାର ସାହୁ ଓ ସନ୍ତୋଷ କୁମାର ସାହୁ(ରାକା)ଙ୍କୁ ଧରି ଯାଜପୁର ମେଡିକାଲ ସ୍ଥିତ ରେଡକ୍ରସ ରକ୍ତଭଣ୍ଡାରରେ ପହଁଚି ରକ୍ତଦାନ କରିଛନ୍ତି । ତେବେ ଏହିପରି ସେବା ମନୋଭାବକୁ ବହୁ ବ୍ୟକ୍ତି ବିଶେଷ ପ୍ରସଂସା କରିବା ସହିତ ଆମ ବଜ୍ରବାଣ ପରିବାର ତରଫରୁ ଦ୍ୱୟ ରକ୍ତଦାତାଙ୍କୁ କୃତଜ୍ଞତା ଜଣାଉଛୁ । ସବୁଠାରୁ ଦୁଃଖ ଆଉ କ୍ଷୋଭର ବିଷୟ ବିପଦ ବେଳେ ସହାୟ ହେଉଥିବା ରକ୍ତଦାତାଙ୍କୁ ସରକାର ଖଣ୍ଡେ କାଗଜଛପା ସାର୍ଟିଫିକେଟ ବି ଦିଅନ୍ତି ନାହିଁ । ବାଃ ବାଃ ରେ ତୁମ ସରକାରୀ ବ୍ୟବସ୍ଥା ।

Loading...
Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.