ବାଲେଶ୍ବରରେ ହେବ ବ୍ୟାଙ୍କ ନୋଟ୍ ପେପର ମିଲ୍

ଓଡିଶା

ଭୁବନେଶ୍ବର : ଓଡ଼ିଶାର ବାଲେଶ୍ବରରେ ସ୍ଥାପନ ହେବ ବ୍ୟାଙ୍କ ନୋଟ ପେପର ମିଲ୍ । ଏ ନେଇ ବ୍ୟାଙ୍କ ନୋଟ ପେପର ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି ।

ଆଜି ବ୍ୟାଙ୍କ ନୋଟ ପେପର ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି କମ୍ପାନିର ଓଡ଼ିଶା ପ୍ରକଳ୍ପ ସଂପର୍କରେ ତାଙ୍କୁ ଅବଗତ କରାଇଛନ୍ତି । ବାଲେଶ୍ବର ପ୍ରକଳ୍ପରେ କମ୍ପାନି ପ୍ରାୟ ୨୫୦୦ କୋଟି ଟଙ୍କା ନିବେଶ କରିବ । ଏହି ପ୍ରକଳ୍ପକୁ ଓଡ଼ିଶା ସରକାର ସବୁପ୍ରକାରର ସହାୟତା ଯୋଗାଇ ଦେବେ ବୋଲି ମଖ୍ୟମନ୍ତ୍ରୀ ତାଙ୍କୁ ଆଶ୍ବାସନା ପ୍ରଦାନ କରିଛନ୍ତି । ଏହି ଅବସରରେ ୫ଟି ସଚିବ ଭି.କେ.ପାଣ୍ଡିଆନ ଉପସ୍ଥିତ ଥିଲେ ।

ବ୍ୟାଙ୍କ ନୋଟ ପେପର ଇଣ୍ଡିଆ ହେଉଛି ସିକ୍ୟୁରିଟି ପ୍ରିଣ୍ଟିଂ ଏଣ୍ଡ ମିଣ୍ଟିଂ କର୍ପୋରେସନ ଅଫ ଇଣ୍ଡିଆ ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ ମୁଦ୍ରଣ ପ୍ରାଇଭେଟ ଲିମିଟେଡର ଏକ ଯୌଥ ଉଦ୍ୟୋଗ । ଏହି କମ୍ପାନିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତକୁ ବ୍ୟାଙ୍କ ନୋଟ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା । ଏବେ  କର୍ଣ୍ଣାଟକର ମହୀଶୂରରେ ଏହାର କାରଖାନା ରହିଛି । ଏହି କାରଖାନାର ଉତ୍ପାଦନ କ୍ଷମତା ବାର୍ଷିକ ୧୨ ହଜାର ଟନ ।

ସୂଚନାଯୋଗ୍ୟ ଯେ ଭାରତକୁ ବ୍ୟାଙ୍କ ନୋଟ ଉତ୍ପାଦନ ଓ ପ୍ରିଣ୍ଟିଂ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ଉପରେ ରିଜର୍ଭ ବ୍ୟାଙ୍କ ଓ ଭାରତ ସରକାର ଉଦ୍ୟମ କରୁଛନ୍ତି । ନୋଟ ପ୍ରିଣ୍ଟିରେ ଲାଗୁଥିବା ସବୁ ସାମଗ୍ରୀ ଓ କଞ୍ଚାମାଲ ଭାରତରେ ଉତ୍ପାଦନ ପାଇଁ ଉଦ୍ୟମ କରାଯାଉଛି ।

Share It

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.