ନୋବେଲ୍ ପୁରସ୍କାର ପାଇବା ଯେତିକି କଷ୍ଟ ହରାଇବା ସେତିକି ସହଜ, ପଢନ୍ତୁ ଇତିହାସ

ଜ୍ଞାନକୋଷ ବିଶେଷ

Image result for nobel prizeଘୋଷିତ ହୋଇଛି ୨୦୧୮ ମେଡିସିନ୍ ପାଇଁ ନୋବେଲ ପୁରସ୍କାର । ଜେମସ୍ ପି.ଆଲିସାନ୍ ଓ ତାସୁକୁ ହୋଞ୍ଜୋ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । କ୍ୟାନସର ଥେରାପି ପାଇଁ ମିଳିତ ଭାବେ ଏହି ଦୁଇ ଭେଷଜ ବିଜ୍ଞାନୀ ମିଳିତ ଭାବେ ପାଇବେ ନୋବେଲ ପୁରସ୍କାର । ତେବେ ବିଶ୍ବରେ ଅନେକ ବ୍ୟକ୍ତିତ୍ବ ଅଛନ୍ତି ଯେଉଁମାନେ ଏହି ସମ୍ମାନ ଜନକ ପୁରସ୍କାର ପାଇଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କର ପୁରସ୍କାର ଅତ୍ୟନ୍ତ ଅଜବ ଭାବରେ ହଜିଯାଇଛି । ଗତ ୧୦୦ ବର୍ଷର ଇତିହାସ ଯଦି ଦେଖିବା ତେବେ କେହି ଝିଅଙ୍କୁ ଖୁସି କରିବାକୁ ମେଡାଲ୍ ଚୋରି କରିଛନ୍ତି ତ କେହି ନାଜି ମାନଙ୍କଠୁ ରକ୍ଷା କରିବା ପାଇଁ ଶେଷ କରିଦେଲେ । ଆସନ୍ତୁ ଜାଣିବା ଏଭଳି କିଛି ଲୋକଙ୍କ ବିଷୟରେ ।

ନୋବେଲ୍ ପୁରସ୍କାର ଚୋରି ହେବା :

kailash satyarthi

ଶିଶୁ ଅଧିକାର କାର୍ଯ୍ଯକର୍ତ୍ତା କୈଳାଶ ସତ୍ୟାର୍ଥୀଙ୍କୁ ୨୦୧୪ରେ ନୋବୋଲ୍ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । କିନ୍ତୁ ୨୦୧୭ରେ ଏହି ମେଡାଲ୍ ତାଙ୍କର ଦିଲ୍ଲୀସ୍ଥିତ ବାସଭବନରୁ ଚୋରି ହୋଇଯାଇଥିଲା । ତେବେ ଚୋରି ହୋଇଥିବା ମେଡାଲଟି କେବଳ ମେଡାଲର ପ୍ରତିକୃତି ଥିଲା । ଅସଲ ମେଡାଲଟି ମ୍ୟୁଜିୟମରେ ପ୍ରଦର୍ଶନ ପାଇଁ ରଖାଯାଇଛି ।

Loading...

ଫ୍ରାନ୍ସ ରାଜନେତା ଏରିସ୍ ଟାଇଡଙ୍କ ମେଡାଲ୍ ଫ୍ରାନ୍ସର ହେରିଟେଜ୍ ମ୍ୟୁଜିୟମରେ ରଖାଯାଇଥିଲା । ତେବେ ତାଙ୍କର ଏହି ମେଡାଲ୍ ୨୦୧୫ରେ ଚୋରି ହୋଇଯାଇଥିଲା । ଆଉ ଆଜି ଯାଏ ଏହି ମେଡାଲ୍ ମିଳିନାହିଁ ।

ଜବତ କରିନିଆଯାଇଛି :

Shirin-Ebadi୨୦୦୩ରେ ଇରାନର ମାନବାଧିକାର କାର୍ଯ୍ଯକର୍ତ୍ତା ଶିରିନ୍ ଏବାଦିଙ୍କୁ ନେବୋଲ୍ ପୁରସ୍କାର ମିଳିଥିଲା । କିନ୍ତୁ ୨୦୦୯ରେ ଶିରିନ୍ ଅଭିଯୋଗ କରିଥିଲେ ଯେ ତାଙ୍କଠାରୁ ଏହି ପୁରସ୍କାର ଜବତ କରିନିଆଯାଇଛି । କାରଣ ସେ ଟ୍ୟାକ୍ସ ଭରି ନଥିଲେ । ଯେତେବେଳେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଏହାର ସମାଲୋଚନା ହେଲା ଏବାଦିଙ୍କୁ ଏହା ପୁଣି ଥରେ ଫେରାଇ ଦିଆଯାଇଥିଲା ।

ଏସିଡରେ ଶେଷ କରିଦିଆଗଲା :

jermaniଜର୍ମାନୀର ନୋବେଲ୍ ପୁରସ୍କାର ବିଜେତା ମ୍ୟାକ୍ସ ୱନ୍ ଲୋଇ ଏବଂ ଜେମ୍ସ ଫ୍ରୋଙ୍କୋଙ୍କୁ ମିଳିଥିଲା ମେଡାଲକୁ ଏସିଡ୍ ପକାଇ ଶେଷ କରିଦିଆଯାଇଥିଲା । ପ୍ରକୃତରେ ମ୍ୟାକ୍ସ ଇହୁଦି ଥିଲେ ଏବଂ ଜେମ୍ସ ଇହୁଦିଙ୍କ ଶୁଭଚିନ୍ତକ । ଉଭୟ ସୁରକ୍ଷା ପାଇଁ ନିଜ ମେଡାଲକୁ କୋପନହେଗନାରେ ରହୁଥିବା ଭୌତିକ ବିଜ୍ଞାନୀ ନିଲ୍ସ ବୋହରଙ୍କୁ ଦେଇ ଦେଇଥିଲେ । ହିଟଲରଙ୍କ ଜର୍ମାନୀରୁ ସୁନାକୁ ବାହରକୁ ନେବା ବେଆଇନ୍ ଥିଲା । ଯେତେବେଳେ ନାଜିମାନେ ୧୯୪୦ରେ ଡେନମାର୍କରେ ଆକ୍ରମଣ କରିଥିଲେ ସେତେବେଳେ ବୋହର୍ସ ଇନଷ୍ଟିଚ୍ୟୁଟ୍ ଜର୍ଜ ଡି ହେବେ ୨୩ କ୍ୟାରେଟର ଦୁଇଟି ସ୍ବର୍ଣ୍ଣ ପଦକକୁ ଏସିଡରେ ପକାଇ ଶେଷ କରିଦେଇଥିଲେ । କିନ୍ତୁ ପରେ ୧୯୫୦ରେ ଏକ ଉପାୟ ଦ୍ବାରା ଏହି ସୁନାକୁ ଫେରିପାଇଥିଲେ ।

ସୁନା ପାଇଁ ଯୁଦ୍ଧ :

amerika୧୯୭୫ରେ ଋଷର ଲିଓନିଡ୍ କାନ୍ତରୋବିଚ୍ ଏବଂ ଆମେରିକାର ତଜାଲିଙ୍ଗ୍ କୁମନ୍ସଙ୍କ ନୋବେଲ୍ ମେଡାଲ୍ ପରସ୍ପର ସହ ଅଦଳବଦଳ ହୋଇଯାଇଥିଲା । ଯାହା ଫଳରେ ଉଭୟ ଦେଶ ମଧ୍ୟ ଶୀତଳ ଯୁଦ୍ଧ ଚାଲିଥିଲା । ୪ ବର୍ଷ ପରେ ରାଜନୈତିକ ପ୍ରୟାସ ପରେ ଉଭୟ ନିଜ ନିଜ ମେଡାଲ୍ ଫେରିପାଇଥିଲେ ।

ଝିଅଙ୍କୁ ଖୁସି କରିବାକୁ :

doctors-without-borders୧୯୯୯ରେ ଡକ୍ଟର୍ସ ୱିଦାଉଟ୍ ବଡର୍ସ(ଏମଏସଏଫ୍)ଙ୍କୁ ନୋବେଲ୍ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ତେବେ ଏହି ମେଡାଲ୍ କିଛି ସମୟ ପାଇଁ ଗାୟବ ହୋଇଯାଇଥିଲା କାରଣ ଏମଏସଏଫର ହିଁ ଜଣେ ସଦସ୍ୟ ଏହାକୁ ନିଜ ପାଖରେ ରଖିନେଇଥିଲେ । ସେଠାରେ ଥିବା ଓସ୍ଲୋ ବାରରେ ଝିଅଙ୍କୁ ଖୁସି କରିବା ପାଇଁ ସେ ସଦସ୍ୟ ଜଣକ ଏମିତି କରିଥିଲେ ।

Loading...
Share It
  • 59
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.