ନିଜ ବାସଭବନରେ ରହି ବିଦାୟ ସମ୍ବର୍ଦ୍ଧନା ନେଲେ ପ୍ରଧାନ ଶିକ୍ଷୟତ୍ରୀ

ଓଡିଶା ନ୍ୟୁଜ୍

ବରୀ- ବରୀ ବ୍ଲକର ସ୍ୱାଇଁଖଣ୍ଡ ସାଧନ କେନ୍ଦ୍ର ଅଧିନସ୍ଥ ପରମାନନ୍ଦପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅମ୍ବୁଜ ମାଳିନୀ ଜେନା ତା ୩୦.୦୬.୨୦ ରିଖ ଦିନ ନିଜ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ଶ୍ରୀମତୀ ଜେନା ଜଣେ ଆଦର୍ଶ ଶିକ୍ଷୟତ୍ରୀ ଭାବରେ ସମଗ୍ର ବରୀ ଅଂଚଳରେ ଖ୍ୟାତ । ସେ କଟକ ରାଧାନାଥ ସି ଟି ଟ୍ରେନିଂ ସ୍କୁଲରୁ ତାଲିମ ନେବା ପରେ ଯାଜପୁର ଟାଉନ ଆଙ୍କୁଲା ସ୍ଥିତ ଖଇରାବାଦ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଚାକରୀ ଜୀବନ ଆରମ୍ଭ କରିଥିଲେ । ତତ୍‌ପରେ ଏରଡା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଦିର୍ଘ ଦିନ ଅବସ୍ଥାପିତ ହୋଇଥିଲେ । ଏରଡାରୁ ତାଙ୍କ ଜନ୍ମପୀଠ ବାଲିଆକୁ ଖରା , ବର୍ଷା, ଶୀତ କାହାକୁ ଖାତିର ନକରି ପାଦରେ ଚାଲି ଚାଲି ଦୀର୍ଘ ୧୨ କିଲୋମିଟର ପଥ ମଝିରେ ଦୁଇଗୋଟି ନଇ ବ୍ରାହ୍ମଣୀ ଓ ଖରସ୍ରୋତା ତତ୍ ସହିତ ବାଲିଆ ପାଳଠାରୁ ଏରଡା ଧାନ ବିଲରେ ପଶି ସବୁଦିନ ସେ ବିଦ୍ୟାଳୟକୁ ଯାଉଥିଲେ । ଏବେ ପରି ସେତେ ବେଳେ ରାସ୍ଥା ମଧ୍ୟ ନଥିଲା । ତତ୍ ପରେ ତତ୍କାଳୀନ ଶିକ୍ଷାମନ୍ତ୍ରୀ ଯଦୁନାଥ ଦାସ ମହାପାତ୍ରଙ୍କ ହସ୍ତକ୍ଷେପଫଳରେ ସାମ୍ବାଦିକ ବିଭୂତି ଭୂଷଣ ଜେନାଙ୍କ ସହଯୋଗରେ ବାଲିଆ ନିମ୍ନ ମୈାଳିକ ବିଦ୍ୟାପୀଠକୁ ବଦଳି ହୋଇ ଆସିଥିଲେ । ୫ ବର୍ଷ ସେଠାରେ ଅତିବାହିତ କଲା ପରେ , ନାଥପୁର ପଟଣା ପ୍ରାଥମିକ ବିଦ୍ୟାଳୟ, ପରେ ଇଶାଣପୁର ଇୟୁ ଜି ଏମ ଇ ସ୍କୁଲ କୁ ବଦଳି ହୋଇ ଆସିଥିଲେ । ଚାକିରୀର ଶେଷ କାଳରେ ଦୀର୍ଘ ୧୯ ବର୍ଷ କାଳଧରି ପରମାନନ୍ଦପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଭାବେ ଅବସ୍ଥାପିତ ହୋଇ ଅନୁଷ୍ଠାନର ଉନ୍ନତି ଲାଗି ବହୁତ କିଛି କାର୍ଯ୍ୟକ୍ରମ ହାତକୁ ନେବା , ନୂତନ ଗୃହ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ଧାରାରେ ବିଦ୍ୟାଳୟକୁ ସୁଚାରୁ ରୂପେ ପରିଚାଳନା କରି ପ୍ରତ୍ୟେକ ବର୍ଷ ଛାତ୍ରଛାତ୍ରୀ ମାନେ ବିଭିନ୍ନ ବୃତ୍ତି ପାଇବା ସହ ବେଶ୍ ପ୍ରଶଂସା ସାଉଁଟି ଥିଲେ । ବର୍ତ୍ତମାନ ଅନୁଷ୍ଠାନରେ କରୋନା ସଂଙ୍ଗରୋଧ କେନ୍ଦ୍ର ପରିଚାଳିତ ହେଉଥିବାରୁ ତାଙ୍କର ଅବସରକାଳୀନ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ନିରାଡମ୍ବର ଭାବେ ଅଭିମନ୍ୟୁ ବାଲିଆ ସ୍ଥିତ ନିଜ ବାସଭବନରେ ସମାପନ କରାହୋଇଥିଲା । ତେବେ ଏହି କାର୍ଯ୍ୟ କ୍ରମରେ ବରୀ ମଣ୍ଡଳ ଶିକ୍ଷାଧିକାରୀ ଅଭୟ କୁମାର ବେହେରା, ପ୍ରାକ୍ତନ ମଣ୍ଡଳ ସହ ଶିକ୍ଷାଧିକାରୀ କପିଳ ଚରଣ ସାମଲ, ସାଧନ ସଂଯୋଜକ ପ୍ରଦୀପ କୁମାର କର, ଶିକ୍ଷକ ନେତା ଶିଶିର କୁମାର ରାୟ, ଦାମୋଦର ସାମଲ, ଚନ୍ଦ୍ରମଣି ବଳ, ବିଭୂତି ଭୂଷଣ ଜେନା, ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ଭୋଳାନାଥ ଜେନା, ଶିକ୍ଷକ ଶିକ୍ଷୟତ୍ରୀ ମାନେ ଶ୍ରୀମତୀ ଜେନାଙ୍କ ଅଭିମନ୍ୟୁ ବାଲିଆ ସ୍ଥିତ ବାସଭବନରେ ଆସି ମାନପତ୍ର,ଉପଢୈାକନ, ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଅତ୍ୟନ୍ତ ନିରାଡମ୍ବର ପୂର୍ଣ୍ଣଭାବେ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ତେବେ ଆଜି ଦିନରେ ତାଙ୍କ ପରି ଜଣେ ସ୍ନେହୀ, ଛାତ୍ର ବତ୍ସଳା, ତଥା ପରୋପକାରୀ ଶିକ୍ଷୟତ୍ରୀ ବିରଳ ବୋଲି ପ୍ରାକ୍ତନ ସହ ଶିକ୍ଷାଧିଶ କପିଳ ଚରଣ ସାମଲ ପ୍ରକାଶ କରିଥିଲେ ।

Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.