ଯଦି ରାତିରେ ଆପଣଙ୍କୁ ନିଦ ନହେଉଛି ବା ବିଳମ୍ବରେ ହେଉଛି ତେବେ ତୁରନ୍ତ ଡ଼ାକ୍ତରଙ୍କ ପରାମର୍ଶ ନିଅନ୍ତୁ । କାରଣ ଏବେ ବୈଜ୍ଞାନିକ ମାନେ ମତ ପ୍ରକାଶ କରିଛନ୍ତି ଯେ ନିଦ ହେଉନଥିଲେ ମଧୁମେହ,ମେଦବହୁଳତା ପରି ସମସ୍ୟାମାନ ଦେଖାଯାଇଥାଏ । ଯେଉଁ ବ୍ୟକ୍ତି ଦିନକୁ ୫ ଘଂଟାରୁ କମ୍ ସମୟ ଶୁଏ, ତାକୁ ନିଦ୍ରାନୀନତା ହୋଇଛି ବୋଲି କୁହାଯାଏ । ଏହା ଯଦି ଦୀର୍ଘଦିନ ଧରି ଲାଗି ରହେ, ତେବେ ମଧୁମେହ ଓ ମେଦବହୁଳତା ଦେଖାଦେବା ନିଶ୍ଚିତ । ଏପରି ସମସ୍ୟା ଯଦି ଲାଗି ରହେ ତେବେ ବର୍ଷେ ମଧ୍ୟରେ ଓଜନ ପ୍ରାୟ ୪ ରୁ ୫ କିଲୋ ବଢ଼ିଯାଇଥାଏ । ଆହୁରି ମଧ୍ୟ ୫ ଘଣ୍ଟାରୁ କମ୍ ଶୋଉଥିବା ବ୍ୟକ୍ତିଙ୍କ ଠାରେ ଇନ୍ସୁଲିନ୍ ସ୍ତର ହ୍ରାସ ପାଇଥାଏ,ଯାହା ଫଳରେ ମଧୁମେହ ରୋଗ ହୋଇଥାଏ ।
Loading...
Loading...
Share It
- 3Shares