ଗୋଟିଏ ବିଷୟରେ ୨୦୦ ଛାତ୍ରୀଛାତ୍ର ଫେଲ୍‌

ଓଡିଶା ନ୍ୟୁଜ୍

ଭୁବନେଶ୍ୱର,- ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ବ୍ୟାଙ୍କିଙ୍ଗ୍‌ ବିଷୟରେ ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଫେଲ୍‌ ହୋଇଛନ୍ତି। ସେମାନଙ୍କୁ ଫେଲ୍‌ କରାଇ ଦିଆଯାଇଥିବା ଛାତ୍ରୀଛାତ୍ରମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ବୁଧବାର କଲେଜରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏ ନେଇ କଲେଜ ଅଧ୍ୟକ୍ଷଙ୍କୁ ଜଣାଇବା ପରେ କିଛି ସୁଫଳ ନ ମଳିବାରୁ ଛାତ୍ରୀଛାତ୍ରମାନେ ମୁଖ୍ୟ ଫାଟକ ସମ୍ମୁଖରେ ପ୍ଲାକାର୍ଡ ଧରି ଧାରଣାରେ ବସିଥିଲେ। ପରେ କେତେଜଣ ଅଧ୍ୟାପକ ଆସି ସେମାନଙ୍କୁ ବୁଝାଶୁଝା କରିବାରୁ ସେମାନେ ଧାରଣାରୁ ଓହରି ଥିଲେ। ଛାତ୍ରୀଛାତ୍ରଙ୍କ କହିବା ଅନୁଯାୟୀ, ଅନ୍ୟ ବିଷୟରେ ଛାତ୍ରୀଛାତ୍ରମାନେ ୭୦%ରୁ ଅଧିକ ନମ୍ବର ରଖିଛନ୍ତି। କିନ୍ତୁ ବାଧ୍ୟତାମୂଳକ ବ୍ୟାଙ୍କିଙ୍ଗ୍‌ ବିଷୟରେ ୫ରୁ ୧୦ ନମ୍ବର ଲେଖାଏ ମଳିଛି। ଏହି ଗୋଟିଏ ବିଷୟରେ ୨୦୦ରୁ ଅଧିକ ଛାତ୍ରୀଛାତ୍ରଙ୍କୁ ଫେଲ୍‌ କରିଦିଆଯାଇଛି। ଏନେଇ ଆମେ କଲେଜ ଅଧ୍ୟକ୍ଷଙ୍କୁ ସକାଳେ ଭେଟି ଜଣାଇଥିଲେ ମଧ୍ୟ ତାଙ୍କ ଉପରେ କିଛି ପ୍ରଭାବ ପଡି ନ ଥିଲା। ଠିକ୍‌ଭାବେ ଖାତା ଦେଖାହୋଇ ନ ଥିବାରୁ ଏଭଳି ସମସ୍ୟା ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। ପୂନର୍ବାର ଖାତା ଦେଖିବାକୁ ସେମାନେ ଦାବି କରିଛନ୍ତି।

Loading...
Loading...
Share It
  • 8
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.