ଭୁବନେଶ୍ୱର: କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ନିଲମ୍ବିତ ହେବା ପରେ ଲୋକସଭାରେ ବିଜେଡି ସଭ୍ୟଙ୍କ ପାଇଁ ଉଦ୍ଦିଷ୍ଟ ଆସନ ପାଖରେ ବସି ପାରିବେ ନାହିଁ। ତାଙ୍କୁ ଅନ୍ୟତ୍ର ବସାଇବାକୁ ଗତକାଲି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଚିଠି ଲେଖିଥିଲେ ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ। ଏହାକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଏ ପରିପେକ୍ଷୀରେ ଜଣେ ଫଲୋୟର ସିପୁନ୍ ସାହୁଙ୍କ ଟ୍ୱିଟ୍କୁ ରିଟ୍ୱିଟ୍ କରି ବୈଜୟନ୍ତ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ଟ୍ୱିଟ୍ ପେଜରେ ସେ ଲେଖିଛନ୍ତି-“ଏଥିରେ ମାନ୍ୟବର ସାଂସଦ ଭର୍ତ୍ତୃହରି ମହତାବଙ୍କର କୌଣସି ଭୁଲ ନାହିଁ। ସେ କେବଳ ତୃତୀୟ ମହଲାର ପlଣ୍ଡିଆନ ବାବୁଙ୍କ ନିର୍ଦ୍ଦେଶକୁ ହିଁ ପାଳନ କରିଛନ୍ତି।”
Loading...
Loading...
Share It
- 2Shares