କାଠମାଣ୍ଡୁ: ଭାରତ ସରକାର ନେପାଳ ଭୂକମ୍ପ ପୀଡିତଙ୍କ ପୁନଃ ଥଇଥାନ ପାଇଁ ୫୦ ହଜାର ଗୃହ ନିର୍ମାଣ କରିବାରେ ସହଯୋଗ କରିବେ ବୋଲି ଜଣାପଡିଛି। ନେପାଳର ଗୋରଖା ଓ ନଓ୍ବାକୋଟ ଜିଲାରେ ଏହି ନିର୍ମାଣ କାର୍ଯ୍ୟ କରାଯିବ। ଏଥିପାଇଁ ୧୦୦ ମିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ କରାଯିବ। ପୁନର୍ନିର୍ମାଣ କାର୍ଯ୍ୟକୁ ଶୀଘ୍ର କରିବା ପାଇଁ ଗୁରୁବାର ୟୁନାଇଟେଡ୍ ନେଶନ୍ସ ଡେଭଲପମେଣ୍ଟ ପ୍ରୋଗ୍ରାମ(ୟୁଏନ୍ଡିପି) ଓ ୟୁନାଇଟେଡ୍ ନେଶନ୍ସ ଅଫିସ୍ ଫର୍ ପ୍ରୋଜେକ୍ଟ ସର୍ଭିସେସ୍(ୟୁଏନ୍ଓପିଏସ୍) ସହ ଥିବା ଚୁକ୍ତିରେ ସ୍ବାକ୍ଷର କରିବ ଭାରତ।
Loading...
Loading...
Share It
- 3Shares