ଦୀର୍ଘ ସମୟ ଧରି ମୋବାଇଲ ଫୋନ୍ର ବ୍ୟବହାର କରିଲେ ତାହା ମନୁଷ୍ୟ ଶରୀରର କ୍ଷତି ଘଟାଇଥାଏ ବୋଲି କୁହାଯାଏ। ଏହା କେତେକ ରୋଗକାରକ ଓ ଶରୀରରେ ଜୈବିକ ପରିବର୍ତ୍ତନ ଆଣିଥାଏ ବୋଲି ମଧ୍ୟ କୁହାଯାଇଛି।
ଏମ୍ସ ଏବଂ ମେଡିକାଲ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମ୍ଆର) ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି। ଆଇସିଏମ୍ଆରର ବୈଜ୍ଞାନିକ ଡାକ୍ତର ଆର୍.ଏସ୍. ଶର୍ମା କହିଛନ୍ତି ଯେ ଏମ୍ସରେ ଚାଲିଥିବା ଏହି ଗବେଷଣାର ଅନ୍ତିମ ପରିଣାମ ଆସିବାକୁ ତିନି-ଚାରି ବର୍ଷ ଲାଗିବ। ତା’ପରେ ପ୍ରକୃତ ଚିତ୍ର ସାମ୍ନାକୁ ଆସିବ ଯେ ମୋବାଇଲ୍ ବିକିରଣ କେତେ ଭୟଙ୍କର।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରଥମରୁ ହିଁ ମୋବାଇଲରୁ କର୍କଟ ରୋଗ ହେବାର ଆଶଙ୍କା ରହିଛି ବୋଲି କୁହାଯାଇଛି। କିନ୍ତୁ ଅତିକମ୍ରେ ୧୦-୧୫ ବର୍ଷ ଯାଏ ମୋବାଇଲ୍ ଫୋନ୍ ଯାଏଁ ବ୍ୟବହାର କରିଲେ ଏପରି ହୋଇଥାଏ।
ଆଇସିଏମ୍ଆର୍ର ଗବେଷଣାରୁ ଜଣାପଡିବ ମୋବାଇଲର ଅଧିକ ବ୍ୟବହାର ଫଳରେ କି କି ଶାରୀରିକ ପରିବର୍ତ୍ତନ ଘଟିଥାଏ। ଏହାର ପରିଣାମ ମନୁଷ୍ୟ ବଧିର ଓ ନପୁଂସକ ହେବ ବୋଲି ବିଶେଷଜ୍ଞ ମତ ରଖୁଛନ୍ତି।
- 96Shares