ନାମାଙ୍କନ ପତ୍ର ଦାଖଲ ….. ବରୀରେ ବିଜୁ ଜନତା ଦଳର ଐତିହାସିକ ରୋଡ ସୋ

ଓଡିଶା ନ୍ୟୁଜ୍

ଯାଜପୁର – ୮ତାରିଖ ଦିନ ବରୀ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ବିଧାୟକ ପ୍ରାର୍ôଥନୀ ସୁନନ୍ଦା ଦାସଙ୍କର ନାମାଙ୍କନ ପତ୍ର ଦାଖଲ ହୋଇ ସାରିଛି । ବିଜେପିରେ ଥାଇ ସେ ବ୍ଲକ ଚେୟାରମ୍ୟାନ ଭାବେ ନିର୍ବାଚିତ ହୋଇ ଶେଷରେ ଘରବାହୁଡା ହୋଇଛନ୍ତି । ଗତ ୫ତାରିଖରେ ବିଜେପି ପ୍ରାର୍ଥୀ ବିଶ୍ୱ ରଚଜନଙ୍କର ନାମାଙ୍କନ ପତ୍ର ଦାଖଲ ହୋଇଥିଲା । ତେବେ ସେଦିନର ସମାବେଶ ବିଜୁ ଜନତାଦଳ କର୍ମୀ ମାନଙ୍କ ମନକୁ ଦୋହଲାଇ ଦେଇଥିଲା । ଦେବାଶିଷଙ୍କୁ ଟିକେଟ ନମିଳିବା ଫଳରେ ବହୁ ବିଜେଡି କର୍ମୀ ମାନେ ହତୋତ୍ସାହିତ ହୋଇ ପଡିଥିଲେ । ସେମାନଙ୍କ ମନରେ ସନ୍ଦେହ ଥିଲା , ସୁନନ୍ଦା ନିର୍ବାଚନରେ କେତେଦୂର ସଠିକ୍ ଢଙ୍ଗରେ ଲଢି ପାରିବେ । ଗତ ୭ ତାରିଖ ବିଜେଡି ଦଳ ତରଫରୁ ସୁନନ୍ଦା ଦାସ ପ୍ରାର୍ଥୀ ପତ୍ର ଦାଖଲ କରିବାକୁ ଯାଇଥିଲେ । ତେବେ ବରୀ ର ନିର୍ବାଚନରେ ଏତେ ପରିମାଣର ଜନସମାଗମ ପ୍ରଥମ ବୋଲି କୁହା ଯାଉଛି । ଯାହା ବିଶ୍ୱରଂଜନଙ୍କ ଠାରୁ ବହୁତ ଅଧିକ । ଦଳୀୟ ନେତୃତ୍ୱ ମାନାଙ୍କର ଆପାତତଃ ହିସାବରୁ ଯାହା ଜଣାଯାଏ , ବରୀର ୨୯ ପଞ୍ଚାୟତରୁ ୧୪ ହଜାର ରୁ ୧୫ ହଜାର ଲୋକ ଯାଇଥିଲେ , ଏତଦ୍ ଭିନ୍ନ ଯାଜପୁର ବ୍ଲକରୁ ଥିବା ୮ ଗୋଟି ପଂଚାୟତରୁ ୬ ହଜାର ୮୦୦ ଲୋକ, ରସୁଲପୁର ୧୦ ଗୋଟି ପଞ୍ଚାୟତରୁ ୮ହଜାର ୬୦୦ ଲୋକ ଯାଇଥିଲେ । ସମୁଦାୟ ୨୯ ହଜାର ୪ ଶହ ରୁ ୩୦ ହଜାର ୪୦୦ ଲୋକ ଏହି ପ୍ରାର୍ଥୀ ପତ୍ର ଦାଖଲ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାର ଜଣାଯାଏ । ତେବେ ବିଜେପିର ବହୁ କର୍ମୀ ବିଜୁ ଜନତା ଦଳ ଟଙ୍କା ଦେଇ ଏତେ ଲୋକ ନେଇଛି ବୋଲି ଛକ ବଜାରରେ ଆଲୋଚନା କରୁଛନ୍ତି । ଏହା ସତ୍ୟ ଯେ ଆଜି କାଲି ବିନା ଟଙ୍କାରେ ବହୁତ କମ୍ ଲୋକ ସଭାସମିତି ବା କିଛି ରାଜନୈତିକ କାର୍ଯ୍ୟକ୍ରମ କୁ ଯାଉଛନ୍ତି । ଅବଶ୍ୟ ବହୁତ ଯୁବ ବନ୍ଧୁ ଅଛନ୍ତି ତାଙ୍କୁ ପଇସା ଦେଲେ ଏମିତି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି । ଆଉ କିଛି ଅଛନ୍ତି ସେମାନେ , ବିଜେଡି, କଂଗ୍ରେସ ଓ ବିଜୁ ଜନତାଦଳ ନିମନ୍ତେ ତାଙ୍କ ଦଳୀୟ ପତାକା ରଖିଛନ୍ତି , ସେମାନେ ଦଳ ତରଫରୁ ମଦ , ମାଂସ, ଟଙ୍କା ପାଇଲେ ତ ଗାଡିରେ ଲାଗି ରହିବା ବାଡିରୁ ଗୋଟେ ପତାକା ବଦଳାଇ ଆଉ ଗୋଟେ ପତାକା ଲାଗିବ , ବାସ ଏତିକିରେ ଗାଡି ଗଡିଲା । ଅବଶ୍ୟ ସେମାନଙ୍କ ସଂଖ୍ୟା ବହୁତ ନଗଣ୍ୟ ।ତେବେ ବହୁ ପୁରୁଣା ଅସନ୍ତୁଷ୍ଠ ବିଜେଡି ନେତା ଓ କର୍ମୀ ଏବେ ଘର ବାହୁଡା ହେଉଥିବାର ଜଣା ପଡିଛି । ଆଉ ୪ଦିନ ପରେ ନିର୍ବାଚନର ସମସ୍ତ ଚିତ୍ର ସ୍ପଷ୍ଟ ହୋଇଯିବ । ଏବେ ବି ବିଜେଡିର ପଲା ଭାରୀ ଅଛି । ଦେବାଶିଷଙ୍କ ଠାରୁ ସୁନନ୍ଦା ବହୁ ଆଗରେ ରହିଛନ୍ତି ଜଣେ ବିଜେଡି ପ୍ରାର୍ଥୀ ଭାବରେ ।


ବରୀର ଏକ ନିର୍ଦ୍ଧିଷ୍ଟ ସଂପ୍ରଦାୟଙ୍କ ଭୋଟ ସୁନନ୍ଦାଙ୍କ ସପକ୍ଷରେ ଯିବ
ବରୀର ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଭୋଟ ଦଳ ମତ ନିର୍ବିଶେଷରେ ସୁନନ୍ଦାଙ୍କ ସପକ୍ଷରେ ଯିବ ବୋଲି ଏକ ସର୍ବେକ୍ଷଣରୁ ଜଣା ପଡିଛି । ତେବେ ସେହି ଭୋଟ ହାର ମାତ୍ର ୮ହଜାର ହୋଇଥିଲେ ବି ଆଜିର ରାଜନୈତିକ ଜଳବାୟୁ ଯାହା ତାହା ସୁନନ୍ଦାଙ୍କ ପାଇଁ ବହୁ ଲାଭଦାୟକ ହେବ ବୋଲି ଆକଳନ କରାଯାଏ ।


ବିରୋଧି ଶିବିରରେ ଛନକା
ସୁନନ୍ଦାଙ୍କ ବିଶାଳ ରୋଡ୍ ସୋ ପରେ ତାଙ୍କର ବିରୋଧି ମାନଙ୍କ ମଧ୍ୟରେ ଛନକା ପଶି ଯାଇଛି । ସେମାନଙ୍କ ରୋଡ ସୋ କୁ ବିଜେଡି କାଟି ପାରିବ ନାହିଁ ବୋଲି କରୁଥିବା ଆକଳନ ବିଫଳ ହେବା ପରେ ଆଗପରି ଛକ ବାକରେ ସେମାନଙ୍କ କାର୍ତ୍ତୀର ଆଲୋଚନା ହେଉ ନାହିଁ ।

Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.