କୋଦଳା NAC ର ଦୁର୍ନୀତିର ଗନ୍ଧରେ ଫାଟି ପଡୁଛି ପୋଚା ନାଳ ।

ଓଡିଶା ନ୍ୟୁଜ୍

ଗଞ୍ଜାମ:- କୋଦଳା NAC ରୁ ଏକ ସ୍ୱତନ୍ତ୍ର ଗନ୍ଧ ବାହାରୁଛି ତାହା ହେଲା ସ୍ୱାର୍ଥ ନିତିର ଗନ୍ଧ,ଅବହେଳା ନିତିର ଗନ୍ଧ ଓ ଦୁର୍ନୀତିର ଗନ୍ଧ । କାହିଁକି କୁହାଯିବ ତାହା ବିଚାର ଯୋଗ୍ୟ । ଜନତାଙ୍କ ମୌଳିକ ଅଧିକାର ତଥା ପାନୀୟ ବ୍ୟବସ୍ଥା, ସୁନ୍ଦର ଅଲୋକି କାରଣ,ସ୍ୱାସ୍ତ୍ୟ ସେବା,ରାସ୍ତା ଘାଟ କରିବା ପରି ବହୁ ମୌଳିକ କାର୍ଯ୍ୟ ପାଇଁ ରାଜ୍ୟ ରାଜସ୍ବରୁ ଆସୁଛି କୋଟି କୋଟି ଟଙ୍କା । ପାଣି ପରି ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର କିନ୍ତୁ କୋଦଳା NAC ର ଉନ୍ନୟନ ପ୍ରକଳ୍ପ ସବୁ ପାଣିରେ ଭାସି ଯାଉଛି କହିଲେ ଭୁଲ ହେବ ନାହିଁ । ଏଠି ହୀନ ରାଜନୀତି କୋଦଳାକୁ ନିମ୍ନ ପଥରେ ନେଉଛି । ଏଠିକାର ପ୍ରଶାସନ ବନ୍ଧା ପଡିଛି ଧୃତରାଷ୍ଟ୍ରଙ୍କ ପାଖରେ ବୋଲି ଅଟହାସ୍ୟ କରନ୍ତି ଜନତା । ଏଠି ମୁକୁଳା ପଡିଛି କୋଦଳା NAC ର ଚତୁଃପାର୍ଶ୍ୱ , ଏଠି କୋଦଳା କାନ୍ଦୁଛି ଦୁଃଖ ବୁଝିବାକୁ ନାହିଁ କିଏ । କିଛି ଉଦାହରଣ କୁ ଦେଖିବା ତେବେ ଏଠି କାର ପୋଖରୀ ପରିବା ବେପାରୀଙ୍କ ପଚା ଟାଙ୍କି ପଲଟିଲାଣି,କୋଉଠି ପୋଖରୀ ଭିତରେ ଜଙ୍ଗଲ ସୃଷ୍ଟି ହେଲାଣି , କୋଉ ପୋଖରୀ ହୁଡ଼ା ଖୋଲା ଆକାଶର ଲେଟିନ ହେଲାଣି,କୋଉଠି ସାଇନ ବୋଡ଼କୁ ଭୁତ ପେଲିଲାଣି,କୋଉଠି ନାଳ ନର୍ଦମା ଫୁଲ ହୋଇ ରାସ୍ତା ଧୋଇଲାଣି,କୋଉଠି ଡଷ୍ଟବିନ ତଳେ ସୋଇ ତା ଭବିଷ୍ୟତକୁ ନେଇ ଚିନ୍ତା କଲାଣି ତ କୋଉଠି ଯାଗା ଯାଗା ରେ ପାଣି ଜମା ହୋଇ ମସା ବଂଶ ବୃଦ୍ଧି କରି ମ୍ୟାଲେରିଆ ରୋଗୀ ବଢ଼ିବାରେ ସହାୟ ହେଲାଣି ତ କୋଉଠି ନାଳ ଭିତରେ ପୋଚ ଚାଷ ହେଲାଣି କୋଉଠି ରାସ୍ତା ଘାଟକୁ ରାତିରେ ଭୁତ ଖାଇ ଖାଲ ଢ଼ିପ କଲାଣି । ଏହି ସବୁ କୁ ନେଇ ହୋଇଛି କୋଦଳା NAC ର ଉନ୍ନୟନ ବ୍ୟବସ୍ଥା । ଏହିପରି କୋଦଳା NAC ର ଅନେକ ସମସ୍ୟା ଯାହା ଜନ ସାଧାରଣଙ୍କ ମୌଳିକ ସମସ୍ୟା କିନ୍ତୁ ସରକାରୀ ଧନ ଆସୁଛି କୋଟି କୋଟି କିନ୍ତୁ ଉନ୍ନୟନ ପ୍ରକଳ୍ପ ଯାଉଛି ଫାଟି ଫାଟି ଏହା ଆମେ କହୁନୁ କହୁଛି କୋଦଳା NAC ର ଚତୁଃପାଶ୍ୱ । ଏହିପରି ପଡି ରହିଛି ଜରାଜୀର୍ଣ୍ଣ ଅବସ୍ଥାରେ କୋଦଳା । କିନ୍ତୁ ଜନତା କହୁଛନ୍ତି NAC ର ଫାଇଲ କହୁଛି ଉନ୍ନତି ରେ No 1 । ଜନତା କହୁଛନ୍ତି କୋଦଳା ମଦ ବ୍ୟବସାୟରେ No1 ,ଯୋଉଠି ଦେଖିବ ସେଇଠି ମଦର ଗନ୍ଧ । ଅତି ଆଶ୍ଚର୍ଯ୍ୟ ଏଠିକାର ଲୋକଙ୍କ ସ୍ବପ୍ନ ବଡ଼ କିନ୍ତୁ NAC ବାସୀଙ୍କ ମୌଳିକ ସ୍ବପ୍ନ ସ୍ବପ୍ନରେ ରହିଯାଉଛି । ସବୁ ଠାରୁ ଆଶ୍ଚର୍ଯ୍ୟ ର ବିଷୟ ଯେଉଁ ଜାଗାରେ NAC ଅଛି ସେହି ରାସ୍ତାରେ ମେଡିକାଲ, ସ୍କୁଲ, କଲେଜ,ତହସିଲ,ଟ୍ରେଜେରୀ ଓ କୋର୍ଟ ରହିଛି କିନ୍ତୁ ସେହି ରାସ୍ତାର ଅବସ୍ଥା ସୁଧୁରି ପାରିଲା ନାହିଁ କିନ୍ତୁ ଅନ୍ଧ NAC କୁ ସେହି ରାସ୍ତା ଦେଖାଯାଉନି ଅନ୍ୟ ଅଞ୍ଚଳ କୋଉଠି ଦିଶିବ କଣ ଉନ୍ନୟନ କଥା ଚିନ୍ତା କରିବେ ଏଠି କହିବା କାହାକୁ ଶୁଣିବ କିଏ ? ଏଠି ନେତା ପ୍ରବଳ କାମ ଦୁର୍ବଳ,ଏହି ସବୁକୁ ତର୍ଜମା କରି କୋଦଳା ବାସି କହନ୍ତି ଧୃତରାଷ୍ଟ୍ରଙ୍କ ଶାସନରେ NAC ପ୍ରଶାସନ ଅନ୍ଧ ସାଜିଛି ।ଧନ୍ୟ ତୁମ ଶାସନ ଧନ୍ୟ ତୁମ ପ୍ରଶାସନ କେବେ ଚେଇଁବ ଜିଲ୍ଲା ଓ ରାଜ୍ୟ ପ୍ରଶାସନ ,ଏଠି କେବେ ହେବ ସୁଶାସକଙ୍କ ସୁଶାସନ ? କିଛି ଜନତା ତାଚ୍ଛଲ୍ୟା କରି କହନ୍ତି କୋଦଳା NAC ମାଙ୍କଡ଼ ହାତରେ ସାଳଗ୍ରାମ ପରି ହୋଇଛି । ଯେବେ ହୋଇବେ ନୂଆ ଶାସକ ତେବେ ଆସିବ କୋଦଳାର ଉନ୍ନତିର ଦିଗ । ଏହା ସାମ୍ବାଦିକଙ୍କ ମତ ନୁହେଁ ଯାହା ଦେଖେ ଯାହା ଶୁଣେ ତାହା ଲେଖେ ନିଜର କିଛି ନୁହେଁ ।

ଶେଷରେ କୋଦଳା ରେ ରହିଥିବା କଲ୍ୟାଣି ମଣ୍ଡପ କଥା କହିଲେ ନ ସରେ ଏହି ମଣ୍ଡପ ସରକାରି ଧନରେ ନିର୍ମିତ କିନ୍ତୁ ପଡିରହିଛି ଜରାଜୀର୍ଣ୍ଣ ଅବସ୍ଥାରେ ଏହି ରୋଗାକ୍ରାନ୍ତ ଅବସ୍ଥାରେ ପଡିରହିଥିବା କଲ୍ୟାଣି ମଣ୍ଡପକୁ ସୁରକ୍ଷା ଦେଉଛି ସରକାରି ଧନରେ କିଣା ହୋଇଥିବା ଭଙ୍ଗା ଧୋତଡା ଅବସ୍ଥାରେ ପଡିରହିଥିବା ଟ୍ରାକ୍ଟର,ପାଣି ଟାଙ୍କି ଓ ଲେଟିନ ସଫା ଗାଡି । ଶୁଣିବାକୁ ମିଳୁଛି ଏହି ସବୁ ଗାଡି କିଣା ହେବା ଠାରୁ କଲ୍ୟାଣି ମଣ୍ଡପରେ ରହି କୋଦଳା ବାସୀଙ୍କ କାମକରି ଅଣ୍ଟା ବାତ ହେବାରୁ ଗାଡିର ଚକା ଛତୀୟା ହେଲାଣି ଏହି ଛତୀୟା ଗାଡି ସବୁ କୁ ଦେଖି କୋଦଳା ବାସୀଙ୍କ ଆଖି ଛତୀୟା ହୋଇ ରଙ୍ଗ ପଡ଼ିଲାଣି ଲୋକ କହୁଛନ୍ତି ଆମ ଟିକସରେ କିଣା ହେଉଥିବା ଜାନ ଆମ ଆଖି ଆଗରେ ଆମ କାମ ନ କରି କାନ୍ଦି କୁନ୍ଥେଇ ଆଣ୍ଠେଇ ପଡ଼ିଲାଣି । ଏଠି ଗୋଟେ ପ୍ରଶ୍ନ ଏହି ଗାଡିକୁ ଆଣ୍ଠେଇ ଥିବା ଲୋକଙ୍କୁ କୋଦଳା ବସି ଆଗାମୀ ଦିନରେ ଆଣ୍ଠେଇ ଦେବେନିତ । ହେ ଦଣ୍ଡେଶ୍ୱର ତୁମେ ହିଁ ଭରଷା କୋଦଳା ର ନୀରିହ ଜନସାଧରଣଙ୍କର ।

Loading...

 

 

Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.