ଶାରଦୀୟ ନବରାତ୍ରୀ ଆରମ୍ଭ ହେଉଛି। ପ୍ରତିପଦା ତିଥିରେ କଳଶ ସ୍ଥାପନା ପରେ ନବରାତ୍ରୀ ଆରମ୍ଭ ହୋଇଯାଏ। ନବରାତ୍ରୀରେ ମା’ ନଅଟି ରୂପରେ ପୂଜା ପାଆନ୍ତି। ନବରାତ୍ରୀ ସମୟରେ ଯଦି କୌଣସି ମନସ୍କାମନା ସହିତ ମାତାଙ୍କର ପୂଜା ଅର୍ଚ୍ଚନା କରନ୍ତି। ତେବେ ମା’ ଆପଣଙ୍କୁ କିଛି ଏମିତି ସଂକେତ ଦିଅନ୍ତି ଯାହା ଦ୍ବାରା ସହଜରେ ଜାଣିହେବ ଯେ ମା’’ ଆପଣଙ୍କ ପୂଜାରେ ସନ୍ତୁଷ୍ଟ ହୋଇଛନ୍ତି କି ନାହିଁ। ତେବେ ଆସନ୍ତୁ ଜାଣିବା ମା‘ ଭକ୍ତଙ୍କ ପୂଜାରେ ସନ୍ତୁଷ୍ଟ ହୋଇ କଣ କଣ ସଂକେତ ଦେଇଥାନ୍ତି।
ନବରାତ୍ରୀ ଦିନ ମା’ ନିଜ ଭକ୍ତଙ୍କ ଉପରେ ବିଶେଷ କୃପା ରଖିଥାନ୍ତି। ଯଦି ଆପଣଙ୍କୁ ସ୍ୱପ୍ନରେ ପେଚା ଦେଖାଯାଏ ତେବେ ଜାଣି ନିଅନ୍ତୁ ମା’ ଆପଣଙ୍କ ପୂଜାରେ ପ୍ରସନ୍ନ ହୋଇଛନ୍ତି ଏବଂ ବହୁତ ଜଲଦି ଆପଣଙ୍କ ଘର ଧନ ସଂପଦରେ ପୂର୍ଣ୍ଣ ହୋଇଯିବ।
ନବରାତ୍ରୀରେ ଯଦି ଆପଣ ରାସ୍ତାରେ ଏକ ନବବିବାହିତା ମହିଳାଙ୍କୁ ଦେଖନ୍ତି ତେବେ ଜାଣି ନିଅନ୍ତୁ ଯେ ଆପଣଙ୍କ ଚିନ୍ତାର ଦିନ ସବୁ ଚାଲିଯାଇଛି ଏବଂ ଆଗାମୀ ଦିନରେ ଆପଣଙ୍କ ଉପରେ ମା’ ଲକ୍ଷ୍ମୀଙ୍କର କୃପା ବର୍ଷିବ।
ନବରାତ୍ରୀ ଅବସରରେ ଯଦି ସକାଳୁ ନଡିଆ କିମ୍ବା ପଦ୍ମ ଫୁଲ ଦେଖିଲେ। ତେବେ ଜାଣି ନିଅନ୍ତୁ ଯେ ଆପଣଙ୍କ ଉପରେ ମାତା ଦୁର୍ଗାଙ୍କର ବିଶେଷ କୃପା ହେବାକୁ ଯାଉଛି।
ନବରାତ୍ରୀ ଦିନରେ ଆପଣ ମନ୍ଦିରରୁ ବାହାରିଲାବେଳେ ଗାଈର ଦର୍ଶନ ହେବ। ତେବେ ଜଲଦି ଆପଣଙ୍କ ସମସ୍ତ ମନସ୍କାମନା ପୂରା ହେବାକୁ ଯାଉଛି।
- 105Shares