ନୂଆଦିଲ୍ଲୀ:- ଫୋର୍ବ୍ସର ମୁତାବକ ଏଥର ଭାରତର ୧୨୧ ଆରବପତିମାନଙ୍କ ସଂଖ୍ୟା ଗତ ବର୍ଷ ତୁଳନାରେ ୧୯ ଅଧିକ ହୋଇଛି। ଫୋର୍ବ୍ସର ସର୍ଭେକୁ ମାନିଲେ ଆମେରିକା ଏବଂ ଚୀନର ଲୋକମାନଙ୍କର ପରେ ଭାରତ ଧନୀମାନଙ୍କ ମଧ୍ୟରେ ତୃତୀୟ ସବୁଠାରୁ ବଡ଼ ଦେଶ ବନି ରହିଛି । ମଙ୍ଗଳବାରଦିନ ଜାରୀ କରାଯାଇଥିବା ପତ୍ରିକା ମୁତାବକ, ଉର୍ଜା ଏବଂ ପେଟ୍ରୋକେମିକାଲ୍ସର ମହାନିର୍ଦେଶକ ମୁକେଶ ଅମ୍ବାନୀ, ଯିଏ କି ସବୁଠାରୁ ଧନୀ ଭାରତୀୟ। ୨୦୧୮ ରେ ତାଙ୍କର ଆୟ ୧୬.୧ ଆରବ ଡଲାର ବଢ଼ି ଥିଲା ଏବଂ ଏବେ ତାଙ୍କର ସର୍ବମୋଟ ସଂପତି ୪୦.୧ ଆରବ ଡଲାର ହୋଇଯାଇଛି।
ଫୋର୍ବ୍ସ ଦ୍ଵାରା ପ୍ରସ୍ତୁତ କରାଯାଇଥିବା ୨,୨୦୮ ଆରବପତିଙ୍କର ସୂଚୀରେ ମୁକେଶ ଅମ୍ବାନୀ ୧୯ ତମ ବୈଶ୍ଵିକ ରାକିଂଗ ହାସଲ କରିଛନ୍ତି। କୁହାଯାଇପାରେଯେ, କି ମୁକେଶ ଅମ୍ବାନୀ ୨୦୧୭ ରେ ଫୋର୍ବ୍ସର ଧନୀ ଲୋକମାନଙ୍କର ସୂଚୀ ରେ ୩୩ତମ ପାହାଚରେ ଥିଲେ। ତେବେ ତାଙ୍କର ସଂପତି ସର୍ବମୋଟ ୨୩.୨ ବିଲିଅନ ଡଲାର ଥିଲା।
Loading...
Share It