ନୂଆଦିଲ୍ଲୀ: ବିନ୍ଦାପୁର ଅନ୍ତର୍ଗତ ମାଟିଆଲା ଅଞ୍ଚଳରେ ଗୁଲ୍ଶନ୍ ସେହରାଓ୍ଵାତ୍ ନାମକ ଜଣେ ୧୭ ବର୍ଷିୟ ବାଳକ ଛାତିରେ ଗୁଳିଚୋଟ ଖାଇ ଜୀବନ ହାରିଛନ୍ତି। ତାଙ୍କ ପକେଟରୁ ଦିଲ୍ଲୀ ପୁଲିସ ୪ଟି ଅଫୁଟା ଗୁଳି ଜବତ କରିଛି। ଘଟନାରେ ବ୍ୟବହୃତ ପିସ୍ତଲଟିକୁ ମଧ୍ୟ ଜବତ କରାଯାଇଛି। ଏହା ଏକ ଦେଶୀ ପିସ୍ତଲ୍ ଏବଂ ଏଥିରେ ଦୁଇ ରାଉଣ୍ଡ୍ ଗୁଳି ଥିଲା।
ଜଣେ ବାଳକ ଗୁଳି ଚୋଟ ଖାଇ ମରୁଛି ବୋଲି ସକାଳ ୬ଟା ବେଳେ ଆକାଶ ହସ୍ପିଟାଲ୍ରୁ ବିନ୍ଦାପୁର ପୁଲିସ ଫୋନ୍ ପାଇଥିଲା ବୋଲି ଡେପୁଟି ପୁଲିସ କମିସନ୍ ଆଣ୍ଟୋ ଆଲଫୋନସୋ କହିଛନ୍ତି।
Loading...
Share It
- 62Shares