ମୋ ସୁନା ପୁଅ !!! ମୋ ପୁଅକୁ ଫେରାଇ ଦିଅ !!!

ଗଳ୍ପ ସାହିତ୍ୟ ସଂସ୍କୃତି

                                                                                                                                                                  \

                                                                                                                                  >>>>ଜନ୍ମେଞ୍ଜୟ ମହାନ୍ତି (ରିଙ୍କୁ)<<<<

 ସୁଷମା ଓ ସ୍ଵରାଜ୍ୟର ଏକମାତ୍ର ପୁଅ ଥିଲା ଭରତ । ସମୟର ବିଡ଼ମ୍ବନାରେ ସ୍ଵରାଜ୍ୟ ଏକ ଅଜଣା ରୋଗରେ ମୃତ୍ୟୁବରଣ କଲା। ସୁଷମାର ଏକମାତ୍ର ସାହା ଭରସା ଥିଲା ଚାରିବର୍ଷର ପୁଅ ଭରତ । ପୁଅର ଭବିଷ୍ୟତକୁ ନେଇ ଚିନ୍ତାରେ ଥିଲା । ଦୁଃଖେକଷ୍ଟ ପାଖରେ ଥିବା ଜଙ୍ଗଲରୁ କେନ୍ଦୁପତ୍ର ସାଉଁଟି ବଜାରରେ ବିକ୍ରି କରି ବେଶ୍ କିଛି ପଇସା ରୋଜଗାର କରି ଦୁହେଁ ଚଳିଯାଆନ୍ତି । ଧୀରେ ଧୀରେ ଭରତ ଆଠ ବର୍ଷର ହୋଇଗଲା । ଟିକେ ବୁଝିବା ସୁଝିବା ହୋଇଗଲା । ମାଆର ଦୁଃଖ ଦେଖ୍ ସହିପାରିଲାନି। ନିଜେ ବଣକୁ ଯାଇ କେନ୍ଦୁପତ୍ର ସାଉଁଟି ପାଖ ବଜାରରେ ବିକ୍ରି କଲା । ଯାହା ରୋଜଗାର କରେ, ମାଆ ପୁଅ ଦୁହେଁ ଚଳିଯାଆନ୍ତି । ଦିନେ କେନ୍ଦୁପତ୍ର ସାଉଁଟିବାକୁ ବଣକୁ ନ ଗଲେ ପେଟରେ ଓଦା କନା ଦେଇ ଶୋଇବାକୁ ପଡ଼େ। । ଦିନେ ଏକ ପ୍ରଚାର ଗାଡ଼ି ପ୍ରଚାର କରି ଚାଲିଥାଏ ଏବଂ କହୁଥାଏ, ଏକ ବିଶେଷ ସୂଚନା, ସମସ୍ତ ଗ୍ରାମବାସୀମାନଙ୍କୁ ଜଣାଇ ଦିଆଯାଉଛି ଯେ, ସମସ୍ତ ଛୋଟ ଛୋଟ ପିଲାମାନଙ୍କୁ ପାଖ ସ୍କୁଲକୁ ପଠାଇବା ପାଇଁ ବାଧ୍ୟତାମୂଳକ । ଆଜିର ଶିଶୁ କାଲିର ଭବିଷ୍ୟତ । ତେଣୁ ସେମାନଙ୍କର ସମସ୍ତ ଖର୍ଚ୍ଚ ପ୍ରଶାସନ ବହନ କରିବେ। ସ୍କୁଲରେ ନାମ ଲେଖାଇଲେ ମାଗଣାରେ ଦୁଇ ହଳ ଫ୍ରେସ୍, ବହିଖାତା, ତାହା ସହିତ ମାଗଣାରେ ଅଣ୍ଡା, ଛତୁଆ ଏବଂ ସ୍କୁଲରେ ମଧାହ୍ନ ଭୋଜନ ମଧ୍ୟ ଯୋଗାଇ ଦିଆଯିବ । ଭରତ ପ୍ରଚାର ଗାଡ଼ିର ପ୍ରଚାରକୁ ଭଲ ଭାବରେ ବୁଝିପାରୁନଥିଲା । ଖାଲି ଏତିକି ବୁଝିପାରୁଥିଲା ମାଗଣାରେ ଖାଇବାକୁ ମିଳିବ। ଖୁସି ହୋଇଗଲା ଏବଂ ମନକୁ ବୁଝାଇ କହିଲା ମତେ ଆଉ କେନ୍ଦୁପତ୍ର । ସାଉଁଟିବାକୁ ବଣକୁ ଯିବାକୁ ପଡ଼ିବ ନାହିଁ। ମୁଁ ସ୍କୁଲକୁ ଯିବି। ମୁଁ ଖାଇବି ମୋ ମାଆ ପାଇଁ ଖାଇବା ନେଇ ଆସିବି। ବଜାରରୁ ଫେରି ମାଆକୁ କହିଲା, “ମା, ଜାଣିଛୁ, ଆଜି ମୁଁ କେନ୍ଦୁପତ୍ର ନେଇ ରାସ୍ତାରେ ଗଲାବେଳେ ଏକ ପ୍ରଚାର ଗାଡ଼ି କହୁଥିଲା ମାଗଣାରେ ଖାଇବାକୁ ମିଳିବ, ହଁ, ସେ କଣ କହୁଥିଲା ସ୍କୁଲରେ ମିଳିବ। ସୁଷମା ପୁଅକୁ ବୁଝାଇଲା, “ଆରେ-ବୋକାଟା, ଆମ୍ଭେ ଏମିତି ଭଲରେ ଅଛନ୍ତି । କାହିଁକି ସେ ସ୍କୁଲକୁ ଯିବୁ ଯେ, ମୁଁ ଏକୁଟିଆ ହୋଇଯିବି। ତୋ ଛନା ମୋର କିଏ ସାହା ଭରସା ଅଛି କହିଲୁ’ କହି ମାଆ ସୁଷମା ପୁଅକୁ ବୁଝାଉଥାଏ। କିନ୍ତୁ ଭରତର ଏକା ଜିଦ୍ ମୁଁ ସ୍କୁଲକୁ ଯିବି। ପୁଅର ଅଝଟ ଦେଖ ସୁଷମା ପୁଅକୁ ପାଖରେ ଥିବା ସ୍କୁଲରେ ତା’ ନାଁ ଲେଖାଇଦେଲା। ଭରତ ଆଉ ପ୍ରତିଦିନ ଭଳି ବଣକୁ ଗଲାନାହିଁ । ସ୍କୁଲକୁ ଗଲା। ସ୍କୁଲରେ ମାଗଣା ଅଣ୍ଡା, ଛତୁଆ, ତ୍ରେସ୍, ବହିଖାତା ମାଗଣାରେ ପାଇଲା ଏବଂ ମହ୍ମଭୋଜନ ଭାତ, ଡାଲମା ମାଗଣାରେ ମିଳିଛି। ନିଜେ ପେଟେ ଖାଇସାରି ବଳିଥିବା କିଛି ଖାଦ୍ୟକୁ ମୁଣାରେ ପୁରାଇ ମାଆ ଲାଗି ଆଣିଛି। ମାଆକୁ ସଙ୍ଗେ ସଙ୍ଗେ କହିଛି, ମାଆ ତୋର ପେଟ ପୁରିବ ତ ? ମାଆ ପୁଅଠାରୁ ଏତିକି ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛି ହଠାତ୍ ଏକ ପ୍ରଚାର ଗାଡ଼ି ପ୍ରଚାର କରିଛି… ସମସ୍ତ ଗ୍ରାମବାସୀମାନଙ୍କୁ ଜଣାଇ ଦିଆଯାଉଛି, ଯେଉଁ ପିଲାମାନେ ସ୍କୁଲରେ ଭାତ, ଡାଲମାକୁ ଖାଇଛନ୍ତି ତାଙ୍କୁ ତୁରନ୍ତ ପାଖ ହସ୍ପିଟାଲରେ ପହଞ୍ଚାଇବାକୁ ଅନୁରୋଧ କାରଣ କିଛି ସମୟ ତଳେ ପାଞ୍ଚଜଣ ପିଲାଙ୍କର ଶୋଚନୀୟ ଭାବେ ମୃତ୍ୟୁ ହୋଇସାରିଛି, ୩୫ ଜଣ ପିଲା ଅସୁସ୍ଥ ଅଛନ୍ତି । ଡାକ୍ତରଙ୍କ ପରୀକ୍ଷାରୁ ଜଣାଯାଇଛି ଖାଦ୍ୟରେ ଏକ ବିଷାକ୍ତ ପୋକର ବିଷ ପାଇଁ ପିଲାମାନଙ୍କର ଏପରି ଘଟିଛି । ସୁଷମା କାନରେ ପ୍ରଚାର ଗାଡ଼ିର କଥା ବାଜିଛି । ଅଧୀର ହୋଇପଡ଼ିଛି। କିଛି ବୁଦ୍ଧିବାଟ ଦିଶୁନାହିଁ । ଆଖୁରୁ ହଠାତ୍ ଲୁହ ବୋହିପଡ଼ିଛି । ସଙ୍ଗେ ସଙ୍ଗେ ଭରତକୁ କୁଣ୍ଡାଇ ପକାଇଛି ଠାକୁରଙ୍କୁ କହିପକାଇଛି ମୋ ପୁଅକୁ ରକ୍ଷାକର ପ୍ରଭୁ। ସଙ୍ଗେ ସଙ୍ଗେ ଏକ ସ୍କୋରେ ଭରତକୁ ନେଇ ହସ୍ପିଟାଲ୍ ଅଭିମୁଖେ ବାହାରିଲା । ରିବାଲାକୁ ହାତଯୋଡ଼ି କହି ଚାଲିଥାଏ ଭାଇ ମୋ ପୁଅକୁ ହସ୍ପିଟାଲ୍‌ରେ ପହଞ୍ଚାଇ ଦିଅ । ଡାକ୍ତରଖାନା ଏକ କିଲୋମିଟର ଥାଏ । ଧୀରେ ଧୀରେ ଭରତ ଅସୁସ୍ଥ ହେବାକୁ ଲାଗୁଥାଏ । ଆଖୁର ପତା ଟଳମଳହୋଇ ଆସୁଥାଏ। ମାଆ ସୁଷମା ପୁଅକୁ ଛାତିରେ ଚାପିଧରିଲା । ଭଗବାନଙ୍କୁ କହୁଥାଏ। ମୋ ପୁଅକୁ ରକ୍ଷାକର ପ୍ରଭୁ। ରିକ୍ସା ଡାକ୍ତରଖାନା ଦୁଆର ମୁହଁରେ ପହଞ୍ଚିଯାଇଛି । ଡାକ୍ତର ବାବୁ ମୋ ପୁଅକୁ ରକ୍ଷାକର କହି ଚିତ୍କାର କରି ପୁଅକୁ କାନ୍ଧରୁ ଚଟାଣ ଉପରେ ଥୋଇ ଦେଇଛି। ସେତେବେଳକୁ ଭରତ ମୁହଁରୁ ନାଲି ନାଲି ପ୍ରାକୃତିକ ରଙ୍ଗ ତା’ର ମୁହଁଟାକୁ ବିକୃତ ଓ କ୍ଷତାକ୍ତ କରିସାରିଥିଲା । ଟଳମଳ ହୋଇଥିବା ଆଖ୍ ପତା ଦୁଇଟି ବୁଜିସାରିଥିଲା । ନିଃସହାୟ ମାଆର କୋହଫଟା ଚିତ୍କାର ଡାକ୍ତରମାନଙ୍କ ଆଖରେ ଲୁହ ନେଇ ଆସିଥିଲା । ସୁଷମାର କ୍ରନ୍ଦନ ଯେମିତି କହୁଥିଲା, “ମୋ ଗେଲୁ, ମୋ ସୁନା, ମୋ ଧନ, ମୋତେ ଛାଡ଼ି ଯାଇପାରିବୁନି” କହି ମୁଣ୍ଡକୁ ମେଡିକାଲର ବାରଣ୍ଡାରେ ଆଘାତ ଦେଇ କ୍ଷତାକ୍ତ କରିଚାଲିଥିଲା । ଶେଷରେ କହୁଥିଲା ଭରତ ତୁ ଫେରି ଆସେ, ମୁଁ ତତେ ଖାଇବାକୁ ଦେବି… । ମୁଁ ତତେ ଖାଇବାକୁ ଦେବି…. ।

Loading...
Loading...
Share It
  • 26
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.