ନୂଆ ଦିଲ୍ଲୀ:- ପୁଲବାମା ଆକ୍ରମଣର ଠିକ ୧୨ ଦିନ ପରେ ଭାରତୀୟ ବାୟୁ ସେନାର ଯୁଦ୍ଧ ବିମାନ ସୀମା ପାର କରି ଏଲଓସି ଉପରେ ଆତଙ୍କବାଦୀ ଶିବିର ଗୁଡ଼ିକ ଉପରେ ମଙ୍ଗଳବାରଦିନ ସକାଳେ ବଢ଼ି ଭୋର ସାଢ଼େ ତିନିଟା ବୋଳେ ବମ ପକାଇବା ପରେ ଅନେକ ଆତଙ୍କବାଦୀ କ୍ୟାମ୍ପ ସମ୍ପୂର୍ଣ୍ଣ ଭାବରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ସୂତ୍ର ଅନୁସାରେ ବାୟୁସେନାର ୧୦ ରୁ ୧୨ଟି ମିରାଜ ଯୁଦ୍ଧ ବିମାନ ବଢ଼ିଭୋର ସାଢ଼େ ତିନିଟା ସମୟରେ ମୁଜଫ୍ଫରାବାଦ, ବାଲାକୋଟ ଏବଂ ଚକୋଟୀ ପରି କ୍ଷେତ୍ର ଗୁଡ଼ିକରେ ଭାରୀ ମାତ୍ରାରେ ବମ୍ ପକାଇଥିଲା ଯେଉଁଠାରେ ପୁଲବାମା ଆକ୍ରମଣରେ ନିଜକୁ ଦାୟୀ କରିଥିବା ଆତଙ୍କବାଦୀ ସଂଗଠନ ଜୈଶ-ଏ-ମୋହମ୍ମଦ ଅନେକ କ୍ୟାମ୍ପ ସମ୍ପୂର୍ଣ୍ଣ ଭାବରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି। ଏହି କାର୍ଯ୍ୟାନୁଷ୍ଠାନରେ ବଡ଼ ସଂଖ୍ୟାରେ ଆତଙ୍କବାଦୀମାନେ ମରିଥିବା ଖବର ମିଳୁଛି।
ଏହା ଥିଲା ବଡ଼ କାର୍ଯ୍ୟାନୁଷ୍ଠାନ : ମିରାଜ ୨୦୦୦ ରେ ଏକ ହଜାର କିଲୋ ବମରେ ଧ୍ଵସ୍ତ କରାଗଲା ଆତଙ୍କବାଦୀ କ୍ୟାମ୍ପ ଜାଣନ୍ତୁ ଯୁଦ୍ଧ ବିମାନ ମିରାଜ ୨୦୦୦ ବିଷୟରେ
୧ – ଫ୍ରାଂସର କମ୍ପାନୀ ଡସଅଲ୍ଟ ଏବିଏସନ ମିରାଜ ୨୦୦୦ ୟୁଦ୍ଧ ବିମାନ ନିର୍ମାଣ କରିଥାଏ। ଏହା ହେଉଛି ସେହି କମ୍ପାନୀ ଯିଏକି ରାଫେଲ ନିର୍ମାଣ କରେ।
୨ – ମିରାଜ-୨୦୦୦ ବିମାନର ଲମ୍ବା ୪୭ ଫୁଟ ଏବଂ ଏହି ଖାଲି ବିମାନଟିର ଓଜନ ୭୫୦୦ କିଲୋ ଅଟେ।
୩- ମିରାଜ-୨୦୦୦- ୧୩,୮୦୦ କିଲୋ ଗୋଳା ବାରୂଦ ସହିତ ମଧ୍ୟ ୨,୩୩୬ କି.ମି. ପ୍ରତିଘଣ୍ଟାର ବେଗରେ ଉଡ଼ିପାରେ।
୪-ମିରାଜ-୨୦୦୦, ୧୨୫ ରାଉଣ୍ଡ ଗୁଳି ପ୍ରତି ମିନଟରେ ମାରିପାରେ ଏବଂ ୬୮ ମିମି ର ୧୮ଟି ରକେଟ ପ୍ରତି ମିନଟ ମାରିପାରିବାର କ୍ଷମତା ଅଛି।
୫- ପ୍ରଥମ ଥର ୧୯୭୦ ରେ ଉଡ଼ିଥିବା ମିରାଜ ୨୦୦୦ ଫ୍ରେଞ୍ଚ ମଲ୍ଟୀରୋଲ, ସିଂଗଲ ଇଂଜନ ଚତୁର୍ଥ ପିଢ଼ୀର ଫାଇଟର ଜେଟ ଅଟେ। ଏହି ଫାଇଟର ଜେଟ ବିଭିନ୍ନ ଦେଶରେ ସେବା ଦେଉଅଛି।
୬- ମିରାଜ-୨୦୦୦ ଏକ ସାଥିରେ ଆକାଶ ମାର୍ଗରୁ ଆକାଶ ମାର୍ଗ ଏବଂ ଆକାଶ ମାର୍ଗରୁ ଭୂପୃଷ୍ଠକୁ କ୍ଷେପଣ କରିବାର କ୍ଷମତା ସମ୍ପର୍ଣ୍ଣ ଅଟେ।
୭- ଡସଅଲ୍ଟ ମିରାଜ ୨୦୦୦ ଯୁଦ୍ଧ ବିମାନର କାରଗିଲ ଯୁଦ୍ଧରେ ମଧ୍ୟ ବଡ଼ ଭୂମିକା ରହିଥିଲା।
୮- ଅକ୍ଟୋବର ୧୯୮୨ ରେ ଭାରତ ୩୬ଟି ସିଙ୍ଗଲ ସିଟର ସିଲିଣ୍ଡଡର ମିରାଜ ୨୦୦୦ ଏଚଏସ ଏବଂ ୪ ଟ୍ଵିନ ସିଟର ମିରାଜ ୨୦୦୦ ଟୀଏସଏସର ଅର୍ଡର ଦେଇଥିଲା।
- 492Shares