ମେଡିକାଲ ଛାତ୍ର ନିଖୋଜ ଘଟଣା: ଦିଲ୍ଲୀ ଗଲା ୩ ଜଣିଆ ଟିମ୍‌

ଦେଶ ବିଦେଶ ନ୍ୟୁଜ୍
 
 
 
 
 
 
 
 
 
 
 
 
 

 

 
 
 
 
ଭୁବନେଶ୍ୱର, ୮।୩: ଜମ୍ମୁ-କଶ୍ମୀର ମେଡିକାଲ ଛାତ୍ର ସୋହେଲ ଇସାକଙ୍କ ନିଖୋଜ ଘଟଣାରେ କମିଶନରେଟ ପୋଲିସର ତଦନ୍ତ ଜୋରଦାର ହୋଇଛି। ଗତ କିଛିଦିନ ତଳେ ସୋହେଲ ଦିଲ୍ଲୀର ଏକ ପିସିଓରୁ ଫୋନ କରୁଥିବା କେହି ଦେଖି ପୋଲିସକୁ ଜଣାଇଥିଲେ। ଏହାର ସତ୍ୟାସତ୍ୟ ଜାଣିବାକୁ କମିଶନରେଟ ପୋଲିସର ଏକ ୩ ଜଣିଆ ଟିମ୍‌ ଗୁରୁବାର ଦିଲ୍ଲୀ ଯାଇଛନ୍ତି। ଏହି ଟିମ୍‌ ସେଠାରେ ତଦନ୍ତ ସହ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରିବ। ଏ ନେଇ ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି। ପ୍ରକାଶ ଯେ, କିଛିଦିନ ତଳେ ବରମୁଣ୍ଡା ବସଷ୍ଟାଣ୍ଡରେ ସୋହେଲଙ୍କୁ ଅପହରଣ କରିବା ନେଇ ମାଓବାଦୀ ପୋଷ୍ଟର ମିଳିବା ପରେ ରାଜଧାନୀରେ ହଇଚଇ ସୃଷ୍ଟି ହୋଇଥିଲା।
Share It

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.