ଏମ.ସି.ଏଚ ବିଲିଡିଂର ବିବିଧ ସମସ୍ୟାର ସମାଧାନ ସମୀକ୍ଷାବୈଠକ

ନ୍ୟୁଜ୍ ସ୍ୱାସ୍ଥ୍ୟ

ଏମ.ସି.ଏଚ ବିଲିଡିଂରବିବିଧ ସମସ୍ୟାରସମାଧାନ ସମୀକ୍ଷାବୈଠକ

ଯାଜପୁର-ଯାଜପୁରମୁଖ୍ୟଚିକିତ୍ସାଳୟର ପ୍ରସୂତି ଓ ଶିଶୁଚିକିତ୍ସାକେନ୍ଦ୍ରର ନୂତନ ବିଲିଡିଂରେରୋଗୀମାନେ ରହିବା ଆରମ୍ଭ କରିଛନ୍ତି । ତେବେକେତେକସମସ୍ୟାରସମାଧାନ ପାଇଁ ଏକ ସମୀକ୍ଷାବୈଠକରବିବାରସଂନ୍ଧ୍ୟାରେବିଲିଡିଂ ପରିସରରେ ଅନୁଷ୍ଠିତହୋଇଯାଇଛି । ଏହିସମୀକ୍ଷାବୈଠକରେବିଧାୟକ ପ୍ରଣବ ପ୍ରକାଶ ଦାସ ଅଧ୍ୟକ୍ଷତାକରିବାସହ ନୂଆବିଲିଡିଂରେରହିଥିବାବିଭିନ୍ନସମସ୍ୟାକୁତ୍ୱରାନିତ ପ୍ରକ୍ରୀୟାରେସମାଧାନ କରାଯିବା ପାଇଁସମସ୍ତବିଭାଗୀୟକର୍ତୃପକ୍ଷଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଏହିସମସ୍ୟାଗୁଡିକୁସମାଧାନ ପାଇଁସମସ୍ତଙ୍କସହଯୋଗ ଓ ସଦିଛାବିଧାୟକଶ୍ରୀଦାସକାମନାକରିଥିଲେ । ଏହି ନୂଆ ଅଟାଳିକାରେଉପୁଜିଥିବାବିଭିନ୍ନସମସ୍ୟା ଓ ତାହାରସମାଧାନ ଉପରେଗୁରୁତ୍ୱ ଦିଆଯାଇଥିଲା । ଅଚଳହୋଇଥିବାଲିଫ୍ଟକୁ ଯଥା ଶିଘ୍ରସଚଳକରିବା, ବିଲିଡିଂର ପରିସ୍କାର ପରିଛନ୍ନତାରଖିବା ପାଇଁପୌରପରିଷଦ ପକ୍ଷରୁ ଏକ ବର୍ଷ ପାଇଁବ୍ୟବସ୍ଥାକରାଯିବବୋଲିସ୍ଥିରହେଲା । ନୂଆବିଲିଡିଂରେସମସ୍ତ ପାଇଖାନାକମୋଡ ପାଇଖାନା । କିନ୍ତୁକମୋଡ ପାଇଖାନାରେରୋଗୀମାନେ ମଳତ୍ୟାଗକରିବାସମ୍ପର୍କରେ ଅବଗତ ନଥିବାରୁ ଏଥିପାଇଁ ଅସୁବିଧା ହେଉଛି । ତେଣୁଏହିକମୋଡକୁହଟାଇ ୫୦% ସାଧାରଣ ପାଇଖାନାବ୍ୟବସ୍ଥା, ରୋଗୀଙ୍କସହକାରୀମାନଙ୍କ ପାଇଁଶୌଚାଳୟବ୍ୟବସ୍ଥା, ରୋଗୀ ଓ ସହକାରୀମାନଙ୍କ ପାଇଁଜୋତାଷ୍ଟାଣ୍ଡ୍କରାଯିବାସହଉତ୍ସର୍ଗିକୃତସେବାକାରୀକର୍ମୀମାନଙ୍କୁ ଦାୟିତ୍ୱ ଦିଆଯିବା, ଏହି ଅଟାଳିକାରେରୋଗୀମାନଙ୍କସୁବିଧା ପାଇଁଗରମପାଣି, କ୍ଷୀରଇତ୍ୟାଦି ବ୍ୟବସ୍ଥା ପାଇଁକାଫେଟେରିଆରବ୍ୟବସ୍ଥା, ଜରୁରୀକାଳୀନ ଚିକିତ୍ସାସେବାଯୋଗାଇ ଦେବା ପାଇଁ ପୁରୁଣାଡାକ୍ତରଖାନାରୁ ନୁଆଡାକ୍ତରଖାନାକୁ ଆସିବା ପାଇଁରାସ୍ତାବ୍ୟବସ୍ଥା, କର୍ମଚାରୀମାନଙ୍କବିଭିନ୍ନଡିୟୁଟିବଂଟନ ଓ ସମସ୍ୟାସମ୍ପର୍କରେରୋଗୀକଲ୍ୟାଣସମିତି ପକ୍ଷରୁ ପ୍ରତ୍ୟେକସପ୍ତାହରେସମୀକ୍ଷା ପାଇଁ ନିଷ୍ପତି, ତୁରନ୍ତ ଉଚ କ୍ଷମତାସମ୍ପର୍ଣ୍ଣ ସିସିଟିଭିରବ୍ୟବସ୍ଥାକରାଯିବବୋଲିସ୍ଥିରହେଲା । ଏହିବୈଠକରେସି.ଡି.ଏମ.ଓଡା. ବାରିସ ଦାସ, ଅତିରିକ୍ତଜିଲ୍ଲାମୁଖ୍ୟଚିକିତ୍ସା ଅଧିକାରୀଡାରୁଦ୍ରପ୍ରତାପ କର, ଡାକାହ୍ନୁଚରଣ ନାୟକ, ଡାଶିବାଷିଶମହାରଣା, ଡି.ପି.ଏମଚିନ୍ମୟବରାଳ, ହସ୍ପିଟାଲମ୍ୟାନେଜର, ଡି.ଅଇ.ପି.ଆର.ଓସନ୍ତୋଷକୁମାରସେଠୀ, ପୌରାଧ୍ୟକ୍ଷଭବପ୍ରସାଦ ଦାସ, କାଉସିଲରସନ୍ତୋଷମଲିକ ପ୍ରମୁଖ ଏଥିରେଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣକରିଥିଲେ ।

Loading...
Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.